ମାଟ୍ରିକ୍‌ ରେଜଲ୍ଟ ନେଇ ପୁଣି ତାତିଲେ ଛାତ୍ରଛାତ୍ରୀ, ସ୍କୁଲ୍ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 28, 2021

ମାଟ୍ରିକ୍‌ ରେଜଲ୍ଟ ନେଇ ପୁଣି ତାତିଲେ ଛାତ୍ରଛାତ୍ରୀ, ସ୍କୁଲ୍ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଟ୍ରିକ୍ ରେଜଲ୍ଟକୁ ନେଇ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି।

ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା ବାହାନଗା ନୋଡାଲ ସ୍କୁଲର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ସେମାନେ ପାତରଅନ୍ତର ଅଭିଯୋଗ ଆଣିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ ସ୍କୁଲ୍‌ରେ ଘୋଟାଲା କରାଯାଇଛି। ପିଲାମାନେ ଗୋଟିଏ ନମ୍ବର ରଖିଥିବା ବେଳେ ବୋର୍ଡକୁ ଆଉ ଗୋଟେ ନମ୍ବର ପଠାଯାଇଛି। ପୁଣି ପିଲାଏ ପରୀକ୍ଷା ଦେଇଥିଲେ ବି କୁହାଯାଉଛି ସେମାନେ ପରୀକ୍ଷା ଦେଇ ନାହାନ୍ତି। ଟାଇପିଂ ମିସ୍‌ଟେକ୍‌ ହୋଇଛି କହି ସ୍କୁଲ୍ କର୍ତ୍ତୃପକ୍ଷ ସେମାନଙ୍କ ଭାଗ୍ୟ ସହିତ ଖେଳୁଛନ୍ତି ବୋଲି ଏହି ପିଲାମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଡୁଙ୍ଗୁରିପାଲି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ମଧ୍ୟ ଛାତ୍ରଛାତ୍ରୀମାନେ ମୂଲ୍ୟାୟନକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ପ୍ରତିବାଦ କରିଛନ୍ତି। ସେମାନେ ସ୍କୁଲ୍‌ ଫାଟକରେ ତାଲା ମଧ୍ୟ ପକାଇ ଦେଇଛନ୍ତି।

ଡୁଙ୍ଗୁରିପାଲି ସରସ୍ୱତୀ ଶିଶୁ ମନ୍ଦିରରେ ତାଲା ପକାଇ ଦେଲେ ଛାତ୍ରଛାତ୍ରୀ

ଏହି ପ୍ରତିବାଦରେ ସାମିଲ ଜଣେ ଛାତ୍ରୀ କହିଛନ୍ତି ଯେ ସେ ୮୫% ରଖିବେ ବୋଲି ଆଶା ରଖିଥିଲେ। କିନ୍ତୁ ତାଙ୍କୁ ୬୬% ମିଳିଛି। ଏଥିରେ ସେ ଆଦୌ ସନ୍ତୁଷ୍ଟ ନାହାନ୍ତି। କମ୍‌ ନମ୍ବର ଥିବାରୁ ତାଙ୍କୁ ଭଲ କଲେଜରେ ସିଟ୍‌ ମଧ୍ୟ ମିଳିବ ନାହିଁ। ଏଣୁ ପୁନଃମୂଲ୍ୟାୟନ କରିବାକୁ ସେ ଦାବି କରିଛନ୍ତି।

ସେହିଭଳି ଜଣେ ଛାତ୍ର କହିଛନ୍ତି ଯେ ସେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁବେଳେ ୯୫-୯୬% ନମ୍ବର ରଖିଛନ୍ତି। କିନ୍ତୁ ଏଥର ବିନା ପରୀକ୍ଷାରେ ବୋର୍ଡ ତାଙ୍କୁ ୭୩% ନମ୍ବର ଦେଇଛି। ଏଥିରେ ସେ ଆଦୌ ସନ୍ତୁଷ୍ଟ ନାହିଁ। ନମ୍ବର ଶ୍ରେଣୀର ପରୀକ୍ଷା ଫଳ ଅନୁସାରେ ଆମକୁ ଯଦି ଆଭେରେଜ୍ ନମ୍ବର ଦିଆନଯିବ, ତା’ହେଲେ ଆମେ ସ୍କୁଲ୍‌ର ତାଲା ଖୋଲିବୁ ନାହିଁ।

ସୂଚନାଯୋଗ୍ୟ, ମାଟ୍ରିକ୍ ରେଜଲ୍ଟକୁ ନେଇ ଗତକାଲି କଟକ, ଭୁବନେଶ୍ୱର, ପୁରୀ ଓ ଭଦ୍ରକ ସମତେ ଆଉ କିଛି ସ୍ଥାନରେ ଛାତ୍ରଛାତ୍ରୀ ପ୍ରତିବାଦ କରିଥିଲେ। କଟକ ସ୍ଥିତ ବୋର୍ଡ ଅଫିସ୍ ସାମ୍ନାରେ ମଧ୍ୟ ଅଭିଭାବକମାନେ ପ୍ରତିବାଦ କରିଥିଲେ। ମୂଲ୍ୟାୟନରେ ତ୍ରୁଟି ଥିବା ଦର୍ଶାଇ ସେମାନେ ପ୍ରତିବାଦ କରିଥିଲେ। ଅନ୍ୟପକ୍ଷରେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ମୂଲ୍ୟାୟନରେ କିଛି ତ୍ରୁଟି ନାହିଁ।

The post ମାଟ୍ରିକ୍‌ ରେଜଲ୍ଟ ନେଇ ପୁଣି ତାତିଲେ ଛାତ୍ରଛାତ୍ରୀ, ସ୍କୁଲ୍ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/35Zp82m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages