ଯୁକ୍ତିତର୍କ ଚାଲୁଥିଲା, ହଠାତ୍‌ ଫୁଟିଲା ଗୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 30, 2021

ଯୁକ୍ତିତର୍କ ଚାଲୁଥିଲା, ହଠାତ୍‌ ଫୁଟିଲା ଗୁଳି

ଅନୁଗୋଳ(ଓଡ଼ିଶା ରିପୋର୍ଟର):ପୂର୍ବ ଶତ୍ରୁତାରୁ ଗାଁ ଦାଣ୍ଡରେ ଫୁଟିଲା ଗୁଳି। ଆଉ ଏହି ଗୁଳିମାଡ଼ର ଶିକାର ହୋଇ ଜଣେ ଯୁବକ ଗୁରୁତର ହୋଇ ପଡ଼ିଥିବା ଜଣାପଡିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ବନ୍ତଳା ଥାନା ଅନ୍ତର୍ଗତ ବଡ଼କନ୍ତକୁଳ ଗାଁର ଅଖିଳ ବେହେରା ଓ   ଶିଶିର ସାହୁଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗତ ରାତି ପ୍ରାୟ ୧୧ ଟା ବେଳକୁ ହଠାତ କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଯୁକ୍ତି ଏତେ ଆଗକୁ ବଢ଼ିଥିଲା ଯେ, ଶିଶିର ଏକ ବନ୍ଧୁକ ଆଣି ଅଖିଳଙ୍କ ଉପରକୁ ଗୁଳିମାଡ଼ କରିଦଲେ।

ଗୁଳିଟି ଅଖିଳଙ୍କ ବାମ ହାତ କହୁଣୀରେ ଲାଗିଛି। ଅତ୍ୟଧିକ ରକ୍ତସ୍ରାବ ହେତୁ ତାଙ୍କ ଅବସ୍ଥା ଗୁରୁତର  ହୋଇପଡ଼ିଛି।   ପ୍ରଥମେ ତାଙ୍କୁ  ବନ୍ତଳା ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

The post ଯୁକ୍ତିତର୍କ ଚାଲୁଥିଲା, ହଠାତ୍‌ ଫୁଟିଲା ଗୁଳି appeared first on Odisha Reporter.



from Odisha Reporter https://ift.tt/3ho1nGv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages