ହାଇଦ୍ରାବାଦ: ମେଡ୍ ଇନ୍ ଇଣ୍ଡିଆ ଭ୍ୟାକସିନ୍ କୋଭାକ୍ସିନକୁ ନେଇ ବ୍ରାଜିଲରେ ବଢ଼ିଛି ଚର୍ଚ୍ଚା। ବ୍ରାଜିଲ ସରକାର କୋଭାକ୍ସିନ ଟିକା କିଣିବେ ବୋଲି ଗତ ଫେବୃଆରୀରେ ଚୁକ୍ତି କରିଛନ୍ତି। ଏହି ଚୁକ୍ତିରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ବ୍ରାଜିଲରେ ବିରୋଧୀ ଅଭିଯୋଗ କରିଛନ୍ତି। ପରେ ଏହି ଚୁକ୍ତି ଉପରେ ରୋକ୍ ଲଗାଯାଇଛି ବୋଲି ବ୍ରାଜିଲ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରେସମିଟ୍ କରି କହିଛନ୍ତି।
ଏହାପରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ମଧ୍ୟ ଜବାବ ରଖିଛି। ଯେଉଁଥିରେ କମ୍ପାନୀ ନିଜର ବିବୃତ୍ତି ଜାରି କରି କହିଛି, ବ୍ରାଜିଲ ସହିତ ଟିକା ନେଇ ଚୁକ୍ତି ହୋଇଛି। ଏହି ସମୟରେ ସମସ୍ତ ପ୍ରକାର ନିୟମ ମୁତାବିକ ପାଳନ ହୋଇଛି। ଜୁନ୍ ୨୪ରେ ବ୍ରାଜିଲ ସରକାର କୋଭାକ୍ସିନକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ହେଲେ ବ୍ରାଜିଲ ସରକାର କୋଭାକ୍ସିନକୁ କୌଣସି ଅଗ୍ରୀମ ଟଙ୍କା ଦେଇ ନାହାନ୍ତି କି ଭାରତ ବାୟୋଟେକ କୌଣସି ଟିକା ପଠାଇନି।
ସୂଚନାଯୋଗ୍ୟ, ବ୍ରାଜିଲ ସରକାର ଭାରତ ବାୟୋଟେକ ପାଖରୁ ୨ କେଟି ଟିକା ନେବେ ବୋଲି ଫେବୃଆରୀରୁ ଚୁକ୍ତି କରିଥିଲେ। ଏଥିପାଇଁ ବ୍ରାଜିଲ ୨୪୦୯ କୋଟି ଟଙ୍କା ଭାରତ ବାୟୋଟେକକୁ ଦେବ ବୋଲି ଚୁକ୍ତିରେ ଉଲ୍ଲେଖ ରହିଛି। କମ୍ପାନୀ କହିଛି ଭାରତ ବାହାରେ କୋଭାକ୍ସିନର ଡୋଜ ପିଛା ଦାମ ୧୫ରୁ ୨୦ ଡଲାର ରହିଛି। ବ୍ରାଜିଲ ଡୋଜ ପିଛା ୧୫ ଡଲାରରେ ନେବ ବୋଲି ସ୍ଥିର ହୋଇଥିଲା ବୋଲି ଜଣାପଡ଼ିଛି।
ତେବେ ବ୍ରାଜିଲ ସରକାର କୋଭାକ୍ସିନ ଟିକାକୁ ଅଧିକ ଦାମରେ କିଣୁଥିବା ନେଇ ଅଭିଯୋଗ ହୋଇଛି। ଏଥିପାଇଁ ଅଡୁଆରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲ୍ସୋନାରେ। ବ୍ରାଜିଲର ଜଣେ ସିନେଟର (ସାଂସଦ) ଜାୟର ବୋଲ୍ସୋନରଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଛନ୍ତି। ଏଥିସହ ସେଠିକାର ସୁପ୍ରିମକୋର୍ଟରେ ଏ ନେଇ ଏକ ମାମଲା ଦାୟର ହୋଇଛି। ଯେଉଁଥିରେ ରାଷ୍ଟ୍ରପତିଙ୍କ ବିରୋଧରେ ତଦନ୍ତ କରିବାକୁ ଦାବି ହୋଇଛି। ପରେ ବ୍ରାଜିଲ ସରକାର ଟିକା ଚୁକ୍ତିକୁ ରଦ୍ଦ କରିଛନ୍ତି।
ଭାରତ ବାୟୋଟେକକୁ ବ୍ରାଜିଲ, ଭାରତ, ଫିଲିପାଇନ୍ସ, ଇରାନସ ମେକ୍ସିକୋ ସମେତ ୧୬ଟି ଦେଶ ଜରୁରୀକାଳୀନ ଭାବରେ ଅନୁମତି ପ୍ରଦାନ କରିଛନ୍ତି। ସେହିପରି ଆଉ ୫୦ଟି ଦେଶରେ ଏହାକୁ ଅନୁମତି ମିଳିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।
The post ଆର୍ଥିକ ଅନିୟମିତତା ଅଭିଯୋଗ ପରେ ଜବାବ ରଖିଲା ଭାରତ ବାୟୋଟେକ appeared first on Odisha Reporter.
from Odisha Reporter https://ift.tt/3A6gbC6
No comments:
Post a Comment