ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳଚିତ ମାଟ୍ରିକ ପରୀକ୍ଷା ରେଜଲ୍ଟ ଗତକାଲି ପ୍ରକାଶ ପାଇଛି। କରୋନା ମହାମାରୀ ଯୋଗୁ ଏଥର ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲା ବେଳେ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଯୋଗେ ପ୍ରକାଶ ପାଇଛି ପରୀକ୍ଷା ଫଳ। ଚଳିତ ଥର ୯୭.୮% ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଚର୍ଚ୍ଚାରେ ଅଛନ୍ତି ଦାନ ମାଝିଙ୍କ ଝିଅ ଚାନ୍ଦିନୀ ମାଝି।
ବହୁ ଚର୍ଚ୍ଚିତ ଦାନ ମାଝିଙ୍କ ଝିଅ ଚାନ୍ଦିନୀ ଚଳିତ ଥର ମାଟ୍ରିକ ପାସ କରିଛନ୍ତି । ଗତକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଏଥିରେ ସେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ଚାନ୍ଦିନୀଙ୍କ ସମେତ ତାଙ୍କ ସାନ ୨ ଭଉଣୀ ଭୁବନେଶ୍ୱରର ଏକ ଘରୋଇ ସ୍କୁଲରେ ପାଠ ପଢ଼ୁଛନ୍ତି। ତାଙ୍କ ପାସ୍ ଖବର ଶୁଣି ପରିବାର ତଥା ଗାଁ ଓ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।
୨୦୧୬ ମସିହାରେ କଳାହାଣ୍ଡି ଥୁଆମୁଳ ରାମପୁର ବ୍ଲକର ମେଲଘରା ଗାଁର ଦାନମାଝି ଅର୍ଥାଭାବରୁ ତାଙ୍କ ପତ୍ନୀଙ୍କ ଶବକୁ ପ୍ରାୟ ୧୦ କିଲୋମିଟର କାନ୍ଧରେ ବୋହି ନେଇଥିଲେ। ଦାନମାଝି ତାଙ୍କ ଶବକୁ ବୋହି ନେଉଥିବା ବେଳେ ପଛରେ ଝିଅ ଚାନ୍ଦିନୀ ଚାଲି ଚାଲି ଯାଉଥିଲା । ଏହି ହୃଦୟ ବିଦାରକ ଦୃଶ୍ୟ ସେତେବେଳେ ଚର୍ଚ୍ଚାକୁ ଆସିଥିଲା । ଘଟଣାର ୫ବର୍ଷ ପରେ ତାଙ୍କ ବଡ ଝିଅ ୨୮୦ ନମ୍ବର ରଖି ମାଟ୍ରିକ ପାସ କରିଛନ୍ତି।
The post ମାଟ୍ରିକ ପାସ୍ କଲେ ଦାନ ମାଝିଙ୍କ ଝିଅ appeared first on Odisha Reporter.
from Odisha Reporter https://ift.tt/2T7pEZi
No comments:
Post a Comment