‘ସ୍ୱାମୀଙ୍କ ପରି ପୁଅଟିଏ ପାଇଥାନ୍ତି କି?’ ଜାଣନ୍ତୁ, କାହିଁକି ଏପରି କହିଲେ ସୁନୀତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 25, 2021

‘ସ୍ୱାମୀଙ୍କ ପରି ପୁଅଟିଏ ପାଇଥାନ୍ତି କି?’ ଜାଣନ୍ତୁ, କାହିଁକି ଏପରି କହିଲେ ସୁନୀତା

ମୁମ୍ବାଇ:   ନିଜ ଡ୍ୟାନ୍ସିଂ ତଥା ଦମଦାର୍‌ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏବେ ବି ରାଜ କରୁଛନ୍ତି  ସୁପରଷ୍ଟାର ଗୋବିନ୍ଦା।  ଗୋବିନ୍ଦା ବଲିଉଡର ହିରୋ ନମ୍ବର ୱାନ ଟ୍ୟାଗ ପାଇଥିବା ବେଳେ ସେ ବେଟା ନମ୍ବର ୱାନ ମଧ୍ୟ। ଏକଥା କହିଛନ୍ତି ଗୋବିନ୍ଦାଙ୍କ ଧର୍ମପତ୍ନୀ ସୁନୀତା ।

ଗୋବିନ୍ଦା ଓ ସୁନୀତାଙ୍କ ବିବାହକୁ ୩୬ ବର୍ଷ ହୋଇ ସାରିଥିବା ବେଳେ ଉଭୟ ଏବେ ବି ବି-ଟାଉନ୍‌ର ହିଟ୍‌ କପଲଙ୍କ ମଧ୍ୟରେ ଗଣା ହେଉଛନ୍ତି। ଏକ ସାକ୍ଷାତକାରରେ ନିଜ ଇଚ୍ଛା ପ୍ରକାଶ କରି ସୁନୀତା ଗୋବିନ୍ଦାଙ୍କ ପରି ପୁଅ ମୋର ବି ଥାନ୍ତା କି ବୋଲି କହିଥିଲେ। ସେ ଜଣେ ଭଲ ଭାଇ, ପୁଅ, ପିତା ଓ ପତି ମଧ୍ୟ।  ସେ ଯେପରି ନିଜ ପରିବାରର, ନିଜ ପିତାମାତାଙ୍କ ପତ୍ନ ନିଅନ୍ତି ତାହା ଦେଖି ତାଙ୍କ ପରି ଏକ ପୁଅ ପାଇଁ ମନରେ ଇଚ୍ଛା ଜାଗ୍ରତ ହୁଏ ବୋଲି କହିଛନ୍ତି ସୁନୀତା  ।

ଦୁନିଆରେ ଏପରି ବହୁତ କମ୍‌ ଭାଗ୍ୟବାନ ଲୋକ ଅଛନ୍ତି, ଯେଉଁମାନେ ନିଜ ମା’ବାପାଙ୍କ ସେବା କରିବାର ସୌଭାଗ୍ୟ ପାଆନ୍ତି। ମୁଁ ସେମାନଙ୍କ ମଧ୍ୟରୁ ଜଣେ। ଛୋଟ ଥିବା ବେଳେ ମା’ଙ୍କ ଗୀତ ଶୁଣି ସକାଳେ ଆମ ନିଦ ଭାଙ୍ଗୁଥିଲା।  ସେ ଆମ ପାଇଁ ସବାବେଳେ ଭଗବାନଙ୍କୁ ପୂଜା କରୁଥିଲେ। ତାଙ୍କ ପ୍ରାର୍ଥନା, ଆର୍ଶିବାଦ ଓ ପରିଶ୍ରମ ଯୋଗୁ ଆମେ ଆଜି ସଫଳତା ପାଇପାରିଛୁ।  ମୋଠୁ ଅଧିକ ମୋ’ ମାଙ୍କର ମୋ ଉପରେ ଭରସା ଥିଲା।    ଜୀବନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ କରିପାରିବି ବୋଲି କେବେ ଭାବି ନ ଥିଲି। ହେଲେ ମୋ ମା’ଙ୍କର ମୋ ଉପରେ ବିଶ୍ୱାସ ଥିବାରୁ ତାହା ସମ୍ଭବ ହେଲା ବୋଲି କହିଛନ୍ତି ଗୋବିନ୍ଦା ।

ସୂଚନାଯୋଗ୍ୟ, ଗୋବିନ୍ଦା ଓ ସୁନିତାଙ୍କ ବିବାହକୁ ୩୬ ବର୍ଷ ହୋଇ ସାରିଥିବା ବେଳେ ସେମାନଙ୍କର ଟିନା ଓ ୟଶବର୍ଦ୍ଧନ ନାମକ ପୁଅଝିଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଟିନା ନିଜ ଆକ୍ଟିଂ କ୍ୟାରିଅର ଆରମ୍ଭ କରିଥିଲେ ବି ଖାସ୍‌ ସଫଳତା ପାଇପାରି ନାହାନ୍ତି।

The post ‘ସ୍ୱାମୀଙ୍କ ପରି ପୁଅଟିଏ ପାଇଥାନ୍ତି କି?’ ଜାଣନ୍ତୁ, କାହିଁକି ଏପରି କହିଲେ ସୁନୀତା appeared first on Odisha Reporter.



from Odisha Reporter https://ift.tt/3dbmCtV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages