କେନ୍ଦ୍ରରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ: ସୁଶୀଲ, ସର୍ବାନନ୍ଦ ଓ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 11, 2021

କେନ୍ଦ୍ରରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ: ସୁଶୀଲ, ସର୍ବାନନ୍ଦ ଓ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କେନ୍ଦ୍ରରେ ମନ୍ତିମଣ୍ଡଳ ଅଦଳ ବଦଳ ହୋଇପାରେ। ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ ଇନିଂସକୁ ଦୁଇ ବର୍ଷ ପୂରଣ ହୋଇସାରିଛି। ଏଥିସହ ଅନେକ ମନ୍ତ୍ରୀ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବିବାଦରେ ରହିଥିବା ବେଳେ ଆଉ କିଛି ମନ୍ତ୍ରୀଙ୍କ ପାଖରେ ୪-୫ଟି ବିଭାଗ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ନୂଆ ଚେହେରାକୁ ସାମିଲ କରି ସରକାରକୁ ଆଉ ଟିକିଏ ମଜବୁତ କରିବାକୁ ଚେଷ୍ଟା କରୁଥିବା ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବିଭିନ୍ନ ମନ୍ତ୍ରୀଙ୍କ କାମର ସମୀକ୍ଷା କରୁଛନ୍ତି। ଏଯାବତ ପାଖାପାଖି ୨୦ରୁ ଅଧିକ ମନ୍ତ୍ରୀଙ୍କର କାମର ସମୀକ୍ଷା କରିସାରିଛନ୍ତି। ଖୁବଶୀଘ୍ର ବାକି ମନ୍ତ୍ରୀଙ୍କର କାମର ସମୀକ୍ଷା ପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇପାରେ।

ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଆଦି ରାଜ୍ୟରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବ। ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିପାରନ୍ତି। ଶୁକ୍ରବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିଜେପି ସଭାପତି ଅମିତ ଶାହ ଏକାଠି ହୋଇଥିଲେ। ଏହି ଅବସରରେ ବିଭିନ୍ନ ମନ୍ତ୍ରୀଙ୍କ ବାବଦରେ ଆଲୋଚନା ହୋଇଥିବା ସୂଚନା ରହିଛି।

ଗତବର୍ଷ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଥିଲା। କିନ୍ତୁ କୋଭିଡ୧୯ ପାଇଁ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହୋଇପାରିନଥିଲା। କିନ୍ତୁ ଏବେ ଏହି ଟିମକୁ ସଂପ୍ରସାରଣ କରିବାକୁ ଜୋର ଦେଉଛନ୍ତି ମୋଦି ଏବଂ ଅମିତ ଶାହ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୧ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା ବେଳେ ୯ ଜଣ ସ୍ୱାଧୀନ ରାଜ୍ୟମନ୍ତ୍ରୀ ଏବଂ ୨୯ ଜଣ ରାଜ୍ୟ ମନ୍ତ୍ରୀ ରହିଛନ୍ତି। ଅନେକ ମନ୍ତ୍ରୀଙ୍କ ପାଖରେ ଗୋଟିଏରୁ ଅଧିକ ବିଭାଗ ରହିଥିବାରୁ ମୋଟ୍ ଏହି ସଂଖ୍ୟା ୫୪ ରହିଛି। ସମ୍ୱିଧାନର ନିୟମ ଅନୁସାରେ ୭୯ ଜଣ ମନ୍ତ୍ରୀ ରହିପାରିବେ।

‘ଲାଇଭ୍ ହିନ୍ଦୁସ୍ଥାନ’ର ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଯେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚିନ୍ତା କରୁଛନ୍ତି ସେମାନଙ୍କ ମଧ୍ୟରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାଓ୍ୱାଲା, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ନାମ ଉଲ୍ଲେଖ ରହିଛି।  ମନ୍ତ୍ରିମଣ୍ଡଳରେ ସାମିଲ୍ ହୋଇନଥିବା ଏନଡିଏର ଅନ୍ୟତମ ସହଯୋଗୀ ଜେଡିୟୁ ଏବଂ ୟୁପିର ସହଯୋଗୀ ଦଳ ଆପନା ଦଳର ସାଂସଦ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି। ମୋଦି ସରକାରର କ୍ୟାବିନେଟରେ କୌଣସି ସହଯୋଗୀ ଦଳର ନେତା ନାହାନ୍ତି। ଏବେ ରାଜ୍ୟ ମନ୍ତ୍ରୀ ଭାବରେ କେବଳ ରିପବ୍ଲିକିଆନ ପାର୍ଟିର ରାମଦାସ ଅଠାଓ୍ୱଲେ ରହିଛନ୍ତି। ତେଣୁ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ତାଲିକାରେ ସହଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବେ ବୋଲି ସୂଚନା ରହିଛି। ମୋଦି ଦ୍ୱିତୀୟ ଇନିଂସ ଆରମ୍ଭ କରିବା ବେଳେ ଶିବେସନା ଏବଂ ଅକଳୀ ଦଳ, ଏଲଜେପିର ସାଂସଦ ବଡ଼ ବଡ଼ ମନ୍ତ୍ରୀ ପଦ ପାଇଥିଲେ ହେଲେ ମେଣ୍ଟରୁ ଓହରିଯିବା ପରେ କୌଣସି ସହଯୋଗୀ ଦଳର ସାଂସଦ କ୍ୟାବିନେଟରେ ନାହାନ୍ତି।

The post କେନ୍ଦ୍ରରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ: ସୁଶୀଲ, ସର୍ବାନନ୍ଦ ଓ ବୈଜୟନ୍ତଙ୍କୁ ନେଇ ଚର୍ଚ୍ଚା appeared first on Odisha Reporter.



from Odisha Reporter https://ift.tt/3izmp7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages