ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୫ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ୪୮୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଉ ୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
୪୮୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୦୮୭ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ଏହି ସଂଖ୍ୟା ୫୦୦ ଛୁଇଁ ନାହିଁ।
ଅନୁଗୋଳ ଜିଲ୍ଲାରୁ ୨୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୬୪, ବରଗଡ଼ରୁ ୬୧, ଭଦ୍ରକରୁ ୨୨୨, ବଲାଙ୍ଗିରରୁ ୩୧, ବୌଦ୍ଧରୁ ୫୭, ଦେବଗଡ଼ରୁ ୨୦, ଢେଙ୍କାନାଳରୁ ୧୫୦, ଗଜପତିରୁ ୪୮, ଗଂଜାମରୁ ୪୦, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୩୮୨, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୩, କେନ୍ଦ୍ରାପଡ଼ାରୁ ୨୮୭, କେନ୍ଦୁଝରରୁ ୯୬, କୋରାପୁଟରୁ ୮୮, ମାଲକାନଗିରିରୁ ୮୯, ମୟୂରଭଞ୍ଜରୁ ୨୧୦, ନବରଙ୍ଗପୁରରୁ ୧୦୮, ନୟାଗଡ଼ରୁ ୧୩୬, ନୂଆପଡ଼ାରୁ ୨୨, ପୁରୀରୁ ୨୩୭, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୪୧, ସୁବର୍ଣ୍ଣପୁରରୁ ୩୫ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍ରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ରାଜ୍ୟରେ ଆଉ ୪୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୫, ଅନୁଗୋଳ ଓ ବରଗଡ଼ରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗିର, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
୪୮୫୨ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୪୭ ହଜାର ୩୧୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୮୧ ହଜାର ୪୮୮ ଜଣଙ୍କ ମୃତ୍ୟୁ ଘଟିଛି। ୬୨ ହଜାର ୫୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଆଉ ୪୭ ଜଣ ଆଖି ବୁଜିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଛି।
6. Boudh: 57
7. Cuttack: 505
8. Deogarh: 20
9. Dhenkanal: 150
10. Gajapati: 48
11. Ganjam: 40
12. Jagatsinghpur: 180
13. Jajpur: 382
14. Jharsuguda: 16
15. Kalahandi: 60
16. Kandhamal: 83
17. Kendrapada: 287
18. Keonjhar: 96
19. Khurda: 649
20. Koraput: 88
21. Malkangiri: 89— I & PR Department, Odisha (@IPR_Odisha) June 12, 2021
New recoveries: 8516
Cumulative tested: 12590363
Positive: 847313
Recovered: 781488
Active cases: 62515— I & PR Department, Odisha (@IPR_Odisha) June 12, 2021
The post ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ, ଆଉ ୪୭ ମୃତ appeared first on Odisha Reporter.
from Odisha Reporter https://ift.tt/3cwH5cj
No comments:
Post a Comment