ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି? କେତେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି? ସେଥିପାଇଁ ଆଜିଠାରୁ ସେରୋ ସର୍ଭେ ଆରମ୍ଭ ହୋଇଛି। ଏହି ସର୍ଭେ ଶନିବାର ପର୍ଯ୍ୟନ୍ତ ଚାଲିବ।
ସେରୋସର୍ଭେ ଭୁବନେଶ୍ୱରରୁ ୯ଜଣିଆ ବିଶେଷଜ୍ଞ ଟିମ୍ କୋରାପୁଟ ଗସ୍ତ କରିଛନ୍ତି। ଏହି ବିଶେଷଜ୍ଞ ଟିମ୍ ୭ଟି ବ୍ଲକରେ ୧୦ଟି ଗାଁରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ନମୁନା ସଂଗ୍ରହ କରିବେ। ସେହିପରି ଆଜିଠାରୁ ଗଞ୍ଜାମ ଜିଲ୍ଲାର ୮ଟି ଗ୍ରାମ ଓ ମହାନଗରର ୨ଟି ୱାର୍ଡ଼ରେ ଏବଂ ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ସେରୋ ସର୍ଭେ କରାଯିବ। ଏଥର ପ୍ରଥମ ଥର ପାଇଁ ୬ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ ସାମିଲ କରାଯାଇଛି। ଏହି ସର୍ଭେ ଦେଶର ୭୦ଟି ଜିଲ୍ଲାରେ ହେବ।
ସେରୋ ସର୍ଭେ ପାଇଁ ପ୍ରତି ଜିଲ୍ଲାକୁ ୧୦ଟି ଲେଖାଏଁ କ୍ଲଷ୍ଟର କରାଯାଇ ସେରୋ ସର୍ଭେ କରାଯିବ। ଆସନ୍ତା ୨୨ ତାରିଖରୁ ୨୪ ତାରିଖ ଭିତରେ ସର୍ଭେ ସାରିବାକୁ ଟାର୍ଗେଟ ରଖିଛି RMRC। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନ୍ୟାସନାଲ ସେରୋ ସର୍ଭେ କରାଯିବ ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।
The post କେତେ ମାତ୍ରାରେ କରୋନା ସଂକ୍ରମଣ ବ୍ୟାପିଛି? ଜାଣିବା ପାଇଁ ଆଜିଠାରୁ ସେରୋ ସର୍ଭେ appeared first on Odisha Reporter.
from Odisha Reporter https://ift.tt/3gwVaJd
No comments:
Post a Comment