ଘର ଉଚ୍ଛେଦ ନିର୍ଦ୍ଦେଶ ପରେ ଜୀବନ ହାରିଲେ ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

ଘର ଉଚ୍ଛେଦ ନିର୍ଦ୍ଦେଶ ପରେ ଜୀବନ ହାରିଲେ ବୃଦ୍ଧ

ଫରିଦାବାଦ: ଜାଳ ବୁହା ଧନରେ କରିଥିବା ଘରକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ମିଳିବା ପରେ ଜଣେ ୭୦ ବର୍ଷୀୟ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି। ସେ ହରିଆଣାର ଖୋରି ଗାଁରେ ଥିବା ଗୋଟିଏ ଗଛରେ ରଶି ଲଗାଇ ଜୀବନ ହାରିଛନ୍ତି। ଆରାଭାଲି ଜମିରେ ନିର୍ମାଣ ହୋଇଥିବା ପ୍ରାୟ ୧୦,୦୦୦ ଘରକୁ ଉଚ୍ଛେଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପଦକ୍ଷେପ ନିଆଯାଉଥିବାରୁ ବୃଦ୍ଧ ଜଣଙ୍କ ଏପରି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

ବୃଦ୍ଧଙ୍କ ପରିବାର ଲୋକ କହିଛନ୍ତି, ଘର ଉଚ୍ଛେଦ ନେଇ ଖବର ମିଳିବା ପରେ ସମସ୍ତେ ଭାଙ୍ଗି ପଡ଼ିଥିଲେ। ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗଣେଶୀ ଲାଲ। ସେ ଉଚ୍ଛେଦ ଖବର ମିଳିବା ପରେ ବେଶ କିଛିଦିନ ଧରି ମାନସିକ ଚାପରେ ରହୁଥିଲେ। ଶେଷରେ ବୃଦ୍ଧ ଗଣେଶୀ ଲାଲଙ୍କ ମୃତଦେହ ବୁଧବାର ଭୋର ୫ଟା ସମୟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା।

ବୃଦ୍ଧଙ୍କ ଆତ୍ମହତ୍ୟା ପରେ ତାଙ୍କ ପୁଅ ଶ୍ୟାମ ଲାଲ ପୁଲିସରେ ଅଭିଯୋଗ କରିଥିଲେ। ସୂରଜଖଣ୍ଡ ପୁଲିସ୍‌ ଉକ୍ତ ପରିବାରକୁ ୧୫ ବର୍ଷ ତଳେ ଜମି ବିକ୍ରି କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା କରିଛି। ପୂର୍ବରୁ ଗଣେଶୀ ଲାଲ ମାଟି କୁଆଡ଼ିଆରେ ରହୁଥିଲେ। ନିକଟରେ ସେ ନଜ ଘରକୁ ଅର୍ଥ ଖର୍ଚ୍ଚ କରି ନବୀକରଣ କରିଥିଲେ। ହେଲେ ନବୀକରଣର ୧୫ ଦିନ ପରେ ସୁପ୍ରିମକୋର୍ଟ ଘର ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଲାଲଙ୍କ ପ୍ରକୃତ ଘର ମୀରଟରେ ହୋଇଥିବା ବେଳେ ସେମାନେ ଏଠାରେ ୧୦ରୁ ୧୫ ବର୍ଷ ହେଲା ରହି ଆସୁଥିଲେ। ନିକଟରେ ଗଣେଶୀ ଲାଲ ସ୍ଥାୟୀ ଘର ନିର୍ମାଣ କରିଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରଠାରୁ ସେ ଚିନ୍ତାରେ ରହୁଥିଲେ। ସେ ଏହି ଘର ତିଆରି କରିବାକୁ ନିଜର ସମସ୍ତ ଅର୍ଥ ସହ ଧାରକରଜ କରିଥିଲେ।

ଘର ତିଆରି ପାଇଁ ସେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ଘର ପାଖରେ ଛୋଟିଆ ଦୋକାନ କରି ଚଳୁଥିବା ଗଶେଶୀ ଲାଲ ମଙ୍ଗଳବାର ଉଚ୍ଛେଦ ସମ୍ପର୍କରେ ଅପଡେଟ ଖବର ମିଳିବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏହି ଘଟଣାକୁ ନେଇ ଏଠାରେ ରହୁଥିବା ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

The post ଘର ଉଚ୍ଛେଦ ନିର୍ଦ୍ଦେଶ ପରେ ଜୀବନ ହାରିଲେ ବୃଦ୍ଧ appeared first on Odisha Reporter.



from Odisha Reporter https://ift.tt/3wxXtRV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages