ରାସ୍ତା ଉପରେ ପୁଲିସ୍‌ ଏସ୍‌ଆଇଙ୍କୁ ଜେଲ୍‌ ୱାର୍ଡରଙ୍କ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ରାସ୍ତା ଉପରେ ପୁଲିସ୍‌ ଏସ୍‌ଆଇଙ୍କୁ ଜେଲ୍‌ ୱାର୍ଡରଙ୍କ ଆକ୍ରମଣ

ଉଦଳା (ମାନସ ପାଣି): ଜଣେ କାର୍ଯ୍ୟରତ ପୁଲିସ୍‌ ଏସ୍‌ଆଇଙ୍କୁ ଜଣେ ଜେଲ୍‌ ୱାର୍ଡର ବିଚ୍ ରାସ୍ତାରେ ଠେଲାପେଲା କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରୁ।

ଗତକାଲି ରାତିର ଉଦଳା ପୁଲିସ୍ ପକ୍ଷରୁ ପାଟ୍ରୋଲିଂ କରାଯାଇଥିଲା। ଏହି ସମୟରେ ସ୍ଥାନୀୟ ଅରବିନ୍ଦ ସ୍କୁଲ ନିକଟରେ ଚାରି ଜଣ ବ୍ୟକ୍ତି ଛିଡ଼ା ହୋଇଥିବା ପାଟ୍ରୋଲିଂ ଟିମ୍ ଦେଖିଥିଲା। ଉକ୍ତ ବ୍ୟକ୍ତିମାନେ ମାସ୍କ ପିନ୍ଧି ନଥିବା ଦେଖି ପାଟ୍ରୋଲିଂ ଦାୟିତ୍ୱରେ ଥିବା ଏସ୍‌ଆଇ ଶଶୀଭୂଷଣ ପରିଡ଼ା ସେମାନଙ୍କୁ ତାଗିଦ୍ କରିଥିଲେ। ସେହି ୪ ଜଣଙ୍କ ମଧ୍ୟରେ ଥିଲେ ବାରିପଦା ଜେଲ୍‌ର ୱାର୍ଡର ମନୋଜ କୁମାର କୁଅଁର। ଏସ୍‌ଆଇ ମାସ୍କ ପିନ୍ଧିବା ନେଇ ତାଗିଦ କରିବା ପରେ ମନୋଜ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସେ ଏସ୍‌ଆଇଙ୍କୁ ଠେଲାପେଲା କରିବା ସହିତ ଆକ୍ରମଣ କରିଥିଲେ। ଏହା ପରେ ଅନ୍ୟ ପୁଲିସ୍‌ମାନେ ତାଙ୍କୁ କାବୁ କରି ଗାଡ଼ିରେ ବସାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସେମାନଙ୍କୁ ମଧ୍ୟ ଠେଲାପେଲା କରିବା ସହିତ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।

ମନୋଜଙ୍କୁ ପାଟ୍ରୋଲିଂ ଟିମ୍ କାବୁ କରି ଥାନାକୁ ନେଇଥିଲା। ତା’ପରେ ସେଠାରୁ ତାଙ୍କୁ ମେଡିକାଲ୍‌ ନିଆଯାଉଥିବା ବେଳେ ମଧ୍ୟ ସେ ସହଯୋଗ କରି ନଥିଲେ। ତେଣୁ ପୁଲିସ୍‌କୁ ନାକେଦମ ହେବାକୁ ପଡ଼ିଥିଲା।

ଅଭିଯୁକ୍ତ ମନୋଜ କୁମାର କୁଅଁର ନିଶା ସେବନ କରି ଏମିତି କାଣ୍ଡ କରିଥିବା କୁହାଯାଉଛି। ବାରିପଦା ଜେଲ୍‌ରୁ କରଞ୍ଜିଆକୁ ତାଙ୍କର ବଦଳି ହୋଇଛି। କିନ୍ତୁ ସେ କରଞ୍ଜିଆରେ କାର୍ଯ୍ୟରେ ଯୋଗ ଦେଇ ନଥିବା ଜଣାପଡ଼ିଛି।

The post ରାସ୍ତା ଉପରେ ପୁଲିସ୍‌ ଏସ୍‌ଆଇଙ୍କୁ ଜେଲ୍‌ ୱାର୍ଡରଙ୍କ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/2S3lQb4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages