ଚୁକ୍ତି ଉଲ୍ଲଙ୍ଘନ କଲା ଇସ୍ରାଏଲ: ଗାଜା ଉପରେ ପୁଣି ଏୟାର ଷ୍ଟ୍ରାଇକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 15, 2021

ଚୁକ୍ତି ଉଲ୍ଲଙ୍ଘନ କଲା ଇସ୍ରାଏଲ: ଗାଜା ଉପରେ ପୁଣି ଏୟାର ଷ୍ଟ୍ରାଇକ

ଗାଜା ସିଟି: ଇସ୍ରାଏଲରେ ସରକାର ବଦଳିବା ପରେ ପୁଣିଥରେ ପାଲେଷ୍ଟାଇନ ସହ ତିକ୍ତତା ଆରମ୍ଭ ହୋଇଛି। ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଙ୍ଘନ କରି ବୁଧବାର ଇସ୍ରାଏଲ ଗାଜା ସିଟି ଉପରେ ଏୟାର ଷ୍ଟ୍ରାଇକ କରିଛି।

ପାଲେଷ୍ଟାଇନରେ ଥିବା ତଥାକଥିତ ଆତଙ୍କବାଦୀମାନେ ଦକ୍ଷିଣ ଇସ୍ରାଏଲ ଉପରକୁ ଜଳନ୍ତା ବେଲୁନ ମାଡ଼ କରିଥିଲେ। ଏହାର ଜବାବରେ ଗାଜା ସିଟି ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିବା ଜଣାପଡ଼ିଛି।

ଇସ୍ରାଏଲ ଓ ଗାଜା ମଧ୍ୟରେ ଏହା ପୂର୍ବରୁ ଘମାଘୋଟ ଲଢ଼େଇ ହୋଇଥିଲା। ୧୧ ଦିନ ଧରି ଚାଲିଥିବା ଆକ୍ରମଣ ପ୍ରତିଆକ୍ରମଣ ଯୋଗୁ ଗାଜାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଇସ୍ରାଏଲର ଆକ୍ରମଣରେ ପାଲେଷ୍ଟାଇନରେ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ପ୍ରତିଷ୍ଠାନ ମାଟିରେ ମିଶିଥିଲା।

ସେହିପରି ପାଲଟା ଆକ୍ରମଣରେ ଇସ୍ରାଏଲରେ ମଧ୍ୟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିବା ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ମେ’ ୨୧ରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ନ କରିବାକୁ ଚୁକ୍ତି ହୋଇଥିଲା। ହେଲେ ଏହାକୁ ଇସ୍ରାଏଲ ଉଲ୍ଲଙ୍ଘନ କରିଛି।

ପାଲେଷ୍ଟାଇନରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ରାଏଲ ବାୟୁସେନା ଗାଜାର ଖାନ ୟୋନେସର ଗୋଟିଏ ସ୍ଥାନ ଉପରେ ଆକ୍ରମଣ କରିଛି। ଏଠାରେ ଥିବା ଜଣେ ଫଟୋ ଜର୍ଣ୍ଣାଲିଷ୍ଟ ଏୟାର ଷ୍ଟ୍ରାଇକ ପରେ ହୋଇଥିବା ବିସ୍ଫୋରଣକୁ କ୍ୟାମେରାରେ କଏଦ କରିଛନ୍ତି।

ଅନ୍ୟପକ୍ଷରେ ଇସ୍ରାଏଲ ପ୍ରତିରକ୍ଷା ବିଭାଗ କହିଛି ଜଳନ୍ତା ବେଲୁନ ମାଡ଼ର ଜବାବ ଦେଶର ବାୟୁସେନା ଦେଇଛନ୍ତି। ହମାସ ଟେରର ସଂଗଠନର ମିଲିଟାରୀ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯାଇଛି। ଏଠାରେ ଥିବା ଆତଙ୍କବାଦୀଙ୍କ ବିଭିନ୍ନ ଘର ଓ ମିଟିଂ ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ତେବେ ଏହି ଆକ୍ରମଣ ଓ ପ୍ରତି ଆକ୍ରମଣ ନୂଆ ବିବାଦକୁ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଇସ୍ରାଏଲ ଓ ହମାସ ମଧ୍ୟରେ ୧୧ ଦିନ ଚାଲିଥିବା ସଂଘର୍ଷ ମେ’ ୨୧ରେ ଶେଷ ହୋଇଥିଲା। ଉଗ୍ରବାଦୀ ସଂଗଠନ ଜେରୁଜେଲମ ଉପରେ ପ୍ରଥମେ ରେକଟ ମାଡ଼ କରିଥିଲେ। ଏହାପୂର୍ବରୁ ଅଲ-ଆକସା ମସଜିଦରେ ପାଲେଷ୍ଟାଇନର ବିକ୍ଷୋଭକାରୀ ଓ ଇସ୍ରାଏଲ ପୁଲିସ୍‌ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଥିଲା।

ଏହା ପରେ ଇସ୍ରାଏଲ ହମାସକୁ ଟାର୍ଗେଟ କରି ବିମାନ ଦ୍ୱାରା ଆକ୍ରମଣ କରିଥିଲା। ହମାସ ଓ ଅନ୍ୟ ଉଗ୍ରବାଦୀବାଦୀ ଗୋଷ୍ଠୀ ମଧ୍ୟ ଇସ୍ରାଏଲ୍ ଉପରକୁ ୪ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିଲେ। ଫଳରେ ଇସ୍ରାଏଲ ଆକ୍ରମଣରୁ ଆହୁରି ଜୋରଦାର କରିଥିଲା।
ଦେଶର ସ୍ଥଳ ସେନା ଗାଜାରେ ଆକ୍ରମଣ କରିଥିଲେ।

ବାୟୁସେନା ଆକଶ ମାର୍ଗରୁ ଘନଘନ ‌ବୋମା ମାଡ଼ କରିଥିଲା। ଗାଜାରେ ଥିବା ବଡ଼ବଡ଼ କୋଠା ଇସ୍ରାଏଲ ଆକ୍ରମଣରେ ମାଟିରେ ମିଶିବା ଆରମ୍ଭ ହୋଇଥିଲା। ହସ୍ପିଟାଲ ଠାରୁ ଆରମ୍ଭ କରି ସାଧାରଣ ଲୋକ ରହୁଥିବା କୋଠା କେହି ବି ଇସ୍ରାଏଲ ରକେଟ ମାଡ଼ରୁ ବର୍ତ୍ତି ନଥିଲେ।

The post ଚୁକ୍ତି ଉଲ୍ଲଙ୍ଘନ କଲା ଇସ୍ରାଏଲ: ଗାଜା ଉପରେ ପୁଣି ଏୟାର ଷ୍ଟ୍ରାଇକ appeared first on Odisha Reporter.



from Odisha Reporter https://ift.tt/2StzhkR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages