ପୁଣି ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ାଇଲା ଚିନ୍ତା, ଆଖି ବୁଜିଲେ ୩୩୮୦ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 4, 2021

ପୁଣି ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ାଇଲା ଚିନ୍ତା, ଆଖି ବୁଜିଲେ ୩୩୮୦ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ପ୍ରାୟ ଦୁଇମାସ ପରେ କରୋନା ସଂକ୍ରମିତ ସବୁଠାରୁ କମ୍ ରେକର୍ଡ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପ୍ରାୟ ୧.୨୦ ଲକ୍ଷ ୫୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହା ଗତ ୫୮ ଦିନ ମଧ୍ୟରେ ସର୍ବନିମ୍ନ। ସେହିପରି କ୍ରମାଗତ ୯ ଦିନ ହେବ ଦୈନିକ କରୋନା ସଂକ୍ରମିତ ଦୁଇ ଲକ୍ଷରୁ କମ୍ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୃତ୍ୟୁ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ମୋଟ୍ ୩୩୮୦ ଜଣ ଏହି ଅବଧି ମଧ୍ୟରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇଲେ ଦେଶର କରୋନାର ମୃତ୍ୟୁ ସଂଖ୍ୟା ୩,୪୪,୦୮୨କୁ ବୃଦ୍ଧି ପାଇଛି। ବିଗତ ଦୁଇ ଦିନ ହେବ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ତଳେ ଥିଲା। ହେଲେ ଏବେ ପୁଣି ବଢ଼ିବା ଚିନ୍ତାଜନକ ପାଲଟିଛି। ଶୁକ୍ରବାର ଦୈନିକ ମୃତ୍ୟୁ ରିପୋର୍ଟ ୨୭୧୩ ଥିବା ବେଳେ ଗୁରୁବାର ଏହି ସଂଖ୍ୟା

ତେବେ କରୋନାରେ ଚିକିତ୍ସାଧୀନ ମାମଲାରେ ମଧ୍ୟ ହ୍ରାସ ଘଟିଛି। ଏବେ ଏହା ୧୫,୫୫,୨୪୮ କୁ ଖସି ଆସିଛି। ଗୋଟିଏ ଦିନରେ ଏହି ମାମଲା ୮୦ ହଜାର ୭୪୦ ହ୍ରାସ ଘଟିଛି।

ସେହିପରି ୧,୯୭,୮୯୪ ଲୋକ ଏହି ସମୟ ମଧ୍ୟରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୩ ଦିନ ଧରି କ୍ରମାଗତ ଭାବରେ ନୂତନ ରୋଗୀଙ୍କ ସଂଖ୍ୟା ଅପେକ୍ଷା ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ଦେଶରେ ମୋଟ ୨.୬୭ କୋଟି ଲୋକ କରୋନାରୁ ଏଯାବତ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଆରୋଗ୍ୟ ହାର ୯୩.୦୮% କୁ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ମାତ୍ର ୭.୨୭ ପ୍ରତିଶତ ରହିଛି। ଦୈନିକ ସଂକ୍ରମିତ ହାର ୬.୩୮%କୁ ଖସିଛି। ଲଗାତର ୧୨ ଦିନ ପାଇଁ ଏହି ହାର ୧୦ ପ୍ରତିଶତରୁ କମ୍ ରହିଛି।

The post ପୁଣି ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ାଇଲା ଚିନ୍ତା, ଆଖି ବୁଜିଲେ ୩୩୮୦ ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3poeISO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages