ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୋଶାଲ ମିଡିଆ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଟ୍ୱିଟର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ମାର୍କ ପ୍ରତ୍ୟାହାର କରି ନେଇଛି। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି। ଲୋକମାନେ ଏହାକୁ ନେଇ ଟ୍ୱିଟର ବିରୋଧରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି। କିଛି ଲୋକ କହିଛନ୍ତି ଦୀର୍ଘ ଦିନ ହେବ ଆକାଉଣ୍ଟ ଆକ୍ଟିଭ ନଥିବାରୁ ଏପରି ହୋଇଥାଇପାରେ। ଗତବର୍ଷ ଜୁଲାଇ ୨୩, ୨୦୨୦ରେ ଭେଙ୍କେୟା ନିଜର ବ୍ୟକ୍ତିଗତ ଆକାଉଣ୍ଟରୁ ଶେଷ ଥର ପାଇଁ ଟ୍ୱିଟ୍ କରିଥିବା ଦେଖିବାକୁ ମିିଳିଛି।
ଗତ କିଛି ଦିନ ହେବ କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିର୍ଦ୍ଦେଶାବଳୀକୁ ନେଇ ଟ୍ୱିଟର ଏବଂ ସରକାରଙ୍କ ମଧ୍ୟରେ ବିବାଦ ବୃଢିଛି। ଟ୍ୱିଟର ଏପର୍ଯ୍ୟନ୍ତ ନୂଆ ଗାଇଡଲାଇନକୁ ଅନୁମୋଦନ ଦେଇନାହିଁ। ଏଥି ସହିତ କିଛି ଦିନ ପୂର୍ବରୁ ଦିଲ୍ଲୀ ପୁଲିସ ଗୁରୁଗ୍ରାମରେ ଥିବା ଟୁଇଟର ଇଣ୍ଡିଆର ଅଫିସ ଉପରେ ଟୁଲକିଟ୍ ପ୍ରସଙ୍ଗରେ ନୋଟିସ ମାରି ଜବାବ ଦାଖଲ କରିବାକୁ କହିଛି।
Twitter withdraws blue verified badge from personal Twitter handle of Vice President of India, M Venkaiah Naidu: Office of Vice President pic.twitter.com/vT8EZ5O9Na
— ANI (@ANI) June 5, 2021
ଏହାପରେ ପରେ ଏକ ଖବର ଆସିଥିଲା ଟ୍ୱିଟର ପୁଣି ଥରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଅନେକ ୟୁଜର ବ୍ଲୁ ଟିକ୍ ପାଇଁ ଆବେଦନ କରିପାରିବେ। ଗତ ତିନି ବର୍ଷ ଧରି ଟ୍ୱିଟର ଏହି ପ୍ରକ୍ରିୟାକୁ ବନ୍ଦ ରଖିଥିଲା। ବର୍ତ୍ତମାନ ଆସନ୍ତା ସପ୍ତାହରୁ ପୁଣିଥରେ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି।
The post ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ମାର୍କ ହଟାଇ ଦେଲା ଟ୍ୱିଟର appeared first on Odisha Reporter.
from Odisha Reporter https://ift.tt/3vY397s
No comments:
Post a Comment