ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)କୁ ଝଟକା। କେନ୍ଦ୍ର ସରକାରଙ୍କ ସରକାରୀ ପ୍ୟାନେଲ୍ ୨-୧୭ ବର୍ଷ ବୟସର ପିଲାମାନଙ୍କ ଉପରେ କୋଭାଭାକ୍ସ ଟିକାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି ଦେବାକୁ ବିରୋଧ କରିଛି। ସେରମ୍ ୨ ରୁ ୧୭ ବର୍ଷ ବୟସର ୯୨୦ ପିଲାଙ୍କ ଉପରେ କ୍ଲିନିକାଲ୍ ପରୀକ୍ଷା ପାଇଁ ଡିସିଜିଆଇରେ ଆବେଦନ କରିଥିଲା। କିନ୍ତୁ ଡିସିଜିଆଇର ବିଶେଷଜ୍ଞ କମିଟି ଏହି ପରୀକ୍ଷଣକୁ ଅନୁମତି ଦେବାକୁ ମନା କରିଦେଇଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଟିକା କୌଣସି ଦେଶରେ ଅନୁମୋଦିତ ହୋଇନାହିଁ। ତେଣୁ ଏହାକୁ ପରୀକ୍ଷା କରିବାକୁ ଅନୁମତି ଦିଆଯିବା ଏବେ ସମ୍ଭବ ନୁହେଁ। କମିଟି ଆହୁରି ମଧ୍ୟ କହିଛି ଯେ ସେରମ୍ ପ୍ରଥମେ ବୟସ୍କଙ୍କ ଉପରେ ଏହାର ଟିକା ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ ଦାଖଲ କରିବା ଉଚିତ। ଏହାପରେ ପିଲାଙ୍କ ଉପରେ ପରୀକ୍ଷା କରିବା ଦିଗରେ ଆଗେଇବ। କମ୍ପାନୀ ଏବେ ଏହି କୋଭାଭାକ୍ସ ଟିକା ବୟସ୍କଙ୍କ ଉପରେ ପରୀକ୍ଷା କରୁଥିବା ସୂଚନା ରହିଛି।
ସେରମ୍ ଇନଷ୍ଟିଚ୍ୟୁଟ୍ ଅଗଷ୍ଟ ୨୦୨୦ରେ ଆମେରିକାର ଟିକା କମ୍ପାନୀ ନୋଭାଭାକ୍ସ ଇଙ୍କ ସହିତ ଏକ ଚୁକ୍ତି ଘୋଷଣା କରିଥିଲା। ନୋଭାଭାକ୍ସ ଦ୍ୱାରା ପ୍ରସ୍ତୁତ କୋଭିଡ-୧୯ ଟିକାକୁ ଭାରତରେ କୋଭାଭାକ୍ସ ନାମ ଦିଆଯାଇଛି। ସେରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ଦେଶରେ ‘କୋଭଶିଲ୍ଡ’ ଟିକା ପ୍ରସ୍ତୁତ କରୁଛି। ‘କୋଭାଭାକ୍ସ’ ହେଉଛି ଦ୍ୱିତୀୟ ଟିକା ଯାହାକୁ ସେ ବିକଶିତ କରୁଛି।
କୋଭାଭାକ୍ସର ସିଇଓ ଅଧର ପୁନାୱାଲା କହିଛନ୍ତି, “ଏହି ଟିକା ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଛି। ଏହାର ପରୀକ୍ଷା ମଧ୍ୟ ଜାରି ରହିଛି। ଆଶା ରହିଛି ଚଳିତ ବର୍ଷ କୋଭାଭାକ୍ସ ଅନୁମତି ପାଇବ।”
The post ସେରମକୁ ଝଟକା, କୋଭାଭାକ୍ସ ଟ୍ରାଏଲକୁ ସରକାରୀ ପ୍ୟାନେଲର ବିରୋଧ appeared first on Odisha Reporter.
from Odisha Reporter https://ift.tt/2TmAFpC
No comments:
Post a Comment