ନୂଆଦିଲ୍ଲୀ: ବଢ଼ିଲା ରୋଷେଇ ଗ୍ୟାସ ଏଲପିଜି ସିଲିଣ୍ଡରର ଦାମ। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏଁ ବଢ଼ାଇଛନ୍ତି ତୈଳ କମ୍ପାନୀ। ତେହେ ଏହା ଅଣ ସବସିଡି ରୋଷେଇ ଗ୍ୟାସ କ୍ଷେତ୍ରରେ ଲାଗୁ ହେବ। ଦର ବଢ଼ିବା ପରେ ଅଣ ସବସିଡି ଏଲପିଜି ସିଲିଣ୍ଡରର (୧୪.୨ କିଲୋଗ୍ରାମ) ଦାମ ୮୩୪.୫୦ ପଇସା ହୋଇଛି। ଦିଲ୍ଲୀ ଏବଂ ମୁମ୍ୱାଇରେ ସିଲିଣ୍ଡରର ଦାମ ୮୩୪ ଟଙ୍କା ୫୦ ପଇସା ରହିଛି। ଜୁନ୍ ୧ ଓ ମେ ୧ରେ ଏହି ସିଲିଣ୍ଡରର ଦାମ ୮୦୯ ଟଙ୍କା ଥିଲା। ସେହିପରି କୋଲକାତାରେ ଏହାର ଦାମ ୮୩୫.୫୦ ପଇସା ରହିଥିବା ବେଳେ ଚେନ୍ନାଇରେ ଏହାର ଦାମ ୮୫୦.୫୦ ପଇସା ରହିଛି। ଯାହାକି ଦେଶରେ ସର୍ବାଧିକ।
ବିଗତ ୬ ମାସ ମଧ୍ୟରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦାମ ୧୪୦ ଟଙ୍କା ବଢ଼ିଥିବା ବେଳେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ଦାମ ୭୬ ଟଙ୍କା ବଢ଼ିଛି। ଦେଶରେ ପେଟ୍ରୋଲ ଦର ଶହେ ଟପିଥିବା ବେଳେ ଡିଜେଲ ଦର ଶହେ ତଳେ ରହିଛି। ତେଲ ଦର ବଢ଼ିବାରୁ ପରିବହନ ଦର ବଢ଼ିବାରୁ ଖାଦ୍ୟ ସାମଗ୍ରୀର ଦାମ ମଧ୍ୟ ବଢ଼ିଛି। ଏହାରି ଭିତରେ ରୋଷେଇ ଗ୍ୟାସ ଦର ବୃଦ୍ଧି ଖାଉଟିଙ୍କ ପାଇଁ ବୋଝ ଉପରେ ଲଳିତା ବିଡା ସାବ୍ୟସ୍ତ ହୋଇଛି।
ସେହିପରି ବିମାନ ଚଳାଇବା ପାଇଁ ବ୍ୟବହାର ହେଉଥିବା ଆଭିଏସନ ଟରବାଇନ ଫୁଏଲ (ଏଟିଏଫ) ଦର ୨,୩୫୪ ଟଙ୍କା/କେଏଲ ପିଛା ବଢ଼ିଛି। ଏବେ ଦିଲ୍ଲୀରେ ଏହି ଦର ୬୮.୨୬୨ ଟଙ୍କା/କେଏଲ ରହିଛି।ସୂଚନାଯୋଗ୍ୟ, ତୈଳ କମ୍ପାନୀ ମାନେ ବର୍ଷକୁ ୧୨ଟି ସିଲିଣ୍ଡର ଘର ପିଛା ଦେଉଛନ୍ତି। ଏହାପରେ ସିଲିଣ୍ଡର ନେଲେ ଅଣ ସବସିଡି ସିଲିଣ୍ଡର ନେବାକୁ ହେବ।
The post ୨୫ ଟଙ୍କା ବଢ଼ିଲା ରୋଷେଇ ଗ୍ୟାସର ଦାମ appeared first on Odisha Reporter.
from Odisha Reporter https://ift.tt/3AgMej2
No comments:
Post a Comment