ପରମବୀର ସିଂହଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 11, 2021

ପରମବୀର ସିଂହଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୋ ବିରୋଧରେ ମହାରାଷ୍ଟ୍ର ସରକାର ଯେଉଁ ତଦନ୍ତ କରୁଛନ୍ତି ଏହା ବାହାର ରାଜ୍ୟର କୌଣସି ତଦନ୍ତକାରୀ ସଂସ୍ଥା ଦ୍ୱାରା ହେବା ଦରକାର। ଏଭଳି କହି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ମହାରାଷ୍ଟ୍ରର ବିବାଦୀୟ ଆଇପିଏସ ଅଫିସର ପରମବୀର ସିଂହ। କୋର୍ଟ ଏହି ଆବେଦନକୁ ଏବେ ଖାରଜ କରି ଦେଇଛନ୍ତି। ଯାହାକି ପରମବୀରଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହୋଇଛି। କାରଣ ଏହି ଆବେଦନକୁ ଆଉ କୌଣସି ସ୍ଥାନରେ ଚ୍ୟାଲେଞ୍ଜ କରିହେବନି।

ପରମବୀର ଥାନେ ଏବଂ ମୁମ୍ୱାଇର ପୁଲିସ କମିଶନର ପଦବୀରେ ଥିବା ବେଳେ ଅନେକ ଲୋକଙ୍କୁ ଗିରଫଦାରୀରୁ ବର୍ତ୍ତିବାକୁ ହେଲେ ମୋଟା ଅଙ୍କର ଚାନ୍ଦା ଆଦାୟ କରିଥିଲେ। ଏମିତିକି ବିଭିନ୍ନ ମାଧ୍ୟମରେ ପରମବୀର ଚାନ୍ଦା ମଧ୍ୟ ଆଦାୟ କରିଥିଲେ ବୋଲି ସେହି ବ୍ୟକ୍ତିମାନେ ଏବେ ମହାରାଷ୍ଟ୍ରର ସିଆଇଡି ପାଖରେ ପ୍ରମାଣ ସହିତ ନିଜ ନିଜର ବୟାନ ରେକର୍ଡ କରାଇଛନ୍ତି। ତେବେ ଏଭଳି ଅଭିଯୋଗକୁ ପରମବୀର କିନ୍ତୁ ଉଦ୍ଦେଶ୍ୟମୂଳକ କହି ଖାରଜ କରି ଆସୁଛନ୍ତି। ଏହାସହିତ ପରମବୀର ସିଂହ ପୁଲିସ କମିଶନର ପଦବୀରେ ଥିବା ବେଳେ ନିଜ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି ସହିତ ବେଆଇନ କାମରେ ସଂଶ୍ଳିଷ୍ଟ ଥିବା ଅଭିଯୋଗ ରହିଛି। ମହାରାଷ୍ଟ୍ର ସରକାର ଏବେ ପରମବୀରଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରାଉଛନ୍ତି। ଯାହାକି ପରମବୀରଙ୍କ ପାଇଁ ଅଡୁଆ ହୋଇଛି।

ସୁପ୍ରିମକୋର୍ଟ ପରମବୀରଙ୍କୁ କହିଛନ୍ତି, ଆପଣ ୩୦ ବର୍ଷ ହେବ ଗୋଟିଏ ରାଜ୍ୟରେ ପୁଲିସ ଅଧିକାରୀ ଭାବରେ କାମ କରୁଛନ୍ତି। ଏଭଳି ସ୍ଥିତିରେ ନିଜ ବିଭାଗର ଅଧିକାରୀଙ୍କୁ ସନ୍ଦେହ କରୁଛନ୍ତି। ଏଭଳି ସନ୍ଦେହ କରିବା ଠିକ୍ ନୁହେଁ। ଆପଣ ମହାରାଷ୍ଟ୍ର କ୍ୟାଡରର ଆଇପିଏସ ହେଲେ ନିଜ ସହଯୋଗୀ ଏବଂ ପୁଲିସ ଫୋର୍ସ ଉପରେ ବିଶ୍ୱାସ ନକରିବା ଆଶ୍ଚର୍ଯ୍ୟ କରୁଛି।

ସୁପ୍ରିମକୋର୍ଟର ଓ୍ୱେବସାଇଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଶୁକ୍ରବାର ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ରାମସୁବ୍ରମଣ୍ୟମ ଏହି ମାମଲାର ଶୁଣାଣି କରିଛନ୍ତି। କୋର୍ଟ ପରମବୀରଙ୍କ ଆବେଦନ ଶୁଣାଣି ପାଇଁ ଯୋଗ୍ୟ ନୁହେଁ ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ କିନ୍ତୁ ପରମବୀରଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଇଛି। କାରଣ ମହାରାଷ୍ଟ୍ର ସରକାର ଜୁନ୍ ୧୫ ଯାଏ ଏକ ଏସସି/ଏସଟି ମାମଲାରେ ପରମବୀରଙ୍କୁ ଗିରଫ କରାଯିବନି ବୋଲି ମହାରାଷ୍ଟ୍ର ହାଇକୋର୍ଟରେ କହିଥିଲେ। ଏବେ ଏହି ତାରିଖର ଅବଧି ଶେଷ ହେବାକୁ ଯାଉଛି।

ମୁକେଶ ଅମ୍ଵାନୀଙ୍କ ଘର ଆଗରେ ବିସ୍ଫେୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ଏପିଆଇ ସଚିନ ବାଜେ ମାମଲାରେ ପରମବୀର ସିଂହ ଫଶିଯାଇଛନ୍ତି। ଏହାପରେ ରାଜ୍ୟ ସରକାର ପରମବୀରଙ୍କୁ ମୁମ୍ୱାଇ ପୁଲିସ କମିଶନର ପଦବୀରୁ ବିଦା କରି ଦେଇଥିଲେ। ଏହାପରେ ପରମବୀର ତତ୍କାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ପୁଲିସ ଅଧିକାରୀଙ୍କ ଜରିଆରେ ମାସକୁ ୧୦୦ କୋଟି ଚାନ୍ଦା ଆଦାୟ କରନ୍ତି ବୋଲି ଅଭିଯୋଗ କରିଥିଲେ। ଏହି ମାମଲାରେ ସିବିଆଇ ତଦନ୍ତ କରିବା ସହିତ ଦେଶମୁଖ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପରେ ମହାରାଷ୍ଟ୍ର ସରକାର ପରମବୀରଙ୍କ ନାଁରେ ଥିବା ଅଭିଯୋଗର ତଦନ୍ତ କରାଉଛନ୍ତି।

The post ପରମବୀର ସିଂହଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/3wioacU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages