କୋଲକାତା: ପଶ୍ଚିମବଙ୍ଗରେ ବିଜେପିକୁ ଲାଗିବ ଜବରଦସ୍ତ ଝଟକା। ଲୋକସଭା ନିର୍ବାଚନରେ ବିଜେପିକୁ ପଶ୍ଚିମବଙ୍ଗରେ ସଫଳତା ଦେଇଥିବା ବିଜେପି ବିଧାୟକ ମୁକୁଲ ରୟ ପୁଣିଥରେ ଟିଏମସିକୁ ଫେରିବା ସୁନିଶ୍ଚିତ ହୋଇଯାଇଛି। କୋଲକାତାରେ ଆଜି ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ଖୋଦ୍ ମମତା ମୁକୁଲଙ୍କୁ ଟିଏମସିରେ ସ୍ୱାଗତ କରିବେ ବୋଲି ଜଣାପଡ଼ିଛି।
ଏହାପୂର୍ବରୁ ବୁଧବାର ଟିଏମସି ସାଂସଦ ସୌଗତ ରୟ ମଧ୍ୟ କହିଥିଲେ ମୁକୁଲ ଏବଂ ଅନେକ ବିଜେପି ନେତା ବିଜେପିରେ ସାମିଲ୍ ହେବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମୁକୁଲ ବିଜେପି ଆସନରୁ କ୍ରିଷ୍ଣନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ମୁକୁଲଙ୍କ ପୁଅ ମଧ୍ୟ ଟିଏମସିକୁ ଫେରିବେ ବୋଲି ଜଣାପଡ଼ିଛି।
ମୁକୁଲ ରୟ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଅନେକ ଟିଏମସି ନେତାଙ୍କୁ ଆଣି ବିଜେପିରେ ସାମିଲ କରିବା ପଛରେ ମୁକୁଲଙ୍କ ଅବଦାନ ଥିବା କୁହାଯାଉଛି। କିନ୍ତୁ ଏବେ ସେ ବିଜେପି ଛାଡ଼ିବା ଦଳ ପାଇଁ ଶକ୍ତ ଝଟକା ସାବ୍ୟସ୍ତ ହେବାକୁ ଯାଉଛି। ଗତକାଲି ପଶ୍ଚିମବଙ୍ଗରେ ବିଜେପି ଏକ ବୈଠକ କରିଥିଲା। କିନ୍ତୁ ମୁକୁଲ ରୟ ଏହି ବୈଠକକୁ ଆସିନଥିଲେ। ବିଜେପି ନେତା ମିଡିଆକୁ କହିଥିଲେ ମୁକୁଲଙ୍କ ପତ୍ନୀ କରୋନାରେ ସଂକ୍ରମିତ ତେଣୁ ସେ ଆସି ନାହାନ୍ତି।
BJP National Vice President Mukul Roy is likely to join TMC. The decision regarding his joining will be taken after his meeting with the party's top brass in Kolkata today: Sources
(file photo) pic.twitter.com/Q26UmmXX1h
— ANI (@ANI) June 11, 2021
ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ସରକାରୀ ବିବୃତ୍ତି ଆସିନାହିଁ କିନ୍ତୁ ମୁକୁଲ ରୟ ଅପରାହ୍ନ ୩ ଟାରେ ଟିଏମସିରେ ଯୋଗଦେବା ବିଷୟରେ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି। ଏହି ସମୟରେ ମମତା ବାନାର୍ଜୀ ନିଜେ ଉପସ୍ଥିତ ରହିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଟିଏମସି ଦାବି କରିଛି ଯେ ୩୫ ରୁ ଅଧିକ ବିଜେପି ନେତା ଦଳ ସହ ଯୋଗାଯୋଗରେ କରୁଛନ୍ତି। ସେମାନେ ଖୁବଶୀଘ୍ର ଦଳରେ ସାମିଲ ହେବେ।
ଟିଏମସି ଯେଉଁ ନେତାମାନଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଛି ସେଥିପାଇଁ ଦୁଇଟି ଶ୍ରେଣୀ ତିଆରି କରିଛି। ଗୋଟିଏ ସଫ୍ଟଲାଇନର ଆଉ ଗୋଟିଏ ହାର୍ଡ ଲାଇନର ବା କଟ୍ଟରପନ୍ଥୀ। ଏହାର ଅର୍ଥ ହେଲା ସଫ୍ଟଲାଇନର ନେତା ସେହିମାନେ ଯେଉଁମାନେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। କିନ୍ତୁ ଦଳ ଛାଡ଼ିବା ପରେ କେବେ ମମତାଙ୍କୁ ସାର୍ବଜନୀନ ସ୍ତରରେ ଗାଳିଗୁଲଜ କରି ନାହାନ୍ତି। ସେହିପରି କଟ୍ଟରପନ୍ଥୀ ହେଲେ ସେହି ମାନେ ଯେଉଁମାନେ ଟିଏମସି ଛାଡ଼ିବା ପରେ ମମତାଙ୍କୁ ସର୍ବସମ୍ମୁଖରେ ଗାଳି ଗୁଲଜ କରିଛନ୍ତି। ମୁକୁଲ ରୟ ଟିଏମସି ଛାଡି ବିଜେପିରେ ସାମିଲ ହେବା ପରେ କେବେ ମମତାଙ୍କୁ ଗାଳି ଗୁଲଜ କରି ନାହାନ୍ତି। ସେହିପରି ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡିବା ପରେ ସର୍ବସମ୍ମୁଖରେ ଟିଏମସି ଓ ମମତାଙ୍କୁ ଗାଳି ଗୁଲଜ କରିଛନ୍ତି। ତେଣୁ ଏହି ଗେରୁଆ ପାର୍ଟିର ନେତାକୁ ଟିଏମସି ଗ୍ରହଣ କରିବାକୁ ଏକ ପ୍ରକାର ରାଜି ଥିବା କୁହାଯାଉଛି।
The post ବିଜେପିକୁ ଘାଟା, ଦିଦିଙ୍କୁ ଫାଇଦା: ଟିଏମସିକୁ ଫେରିବେ ମୁକୁଲ ରୟ appeared first on Odisha Reporter.
from Odisha Reporter https://ift.tt/3pGRBTw
No comments:
Post a Comment