କେଉଁ ରାଜ୍ୟରେ ଲିଙ୍ଗଗତ ଅନୁପାତ କେତେ, କିଛି ସ୍ଥାନରେ ସ୍ଥିତି ଖରାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 17, 2021

କେଉଁ ରାଜ୍ୟରେ ଲିଙ୍ଗଗତ ଅନୁପାତ କେତେ, କିଛି ସ୍ଥାନରେ ସ୍ଥିତି ଖରାପ

ନୂଆଦିଲ୍ଲୀ: ଦେଶର ଅଧିକାଂଶ ରାଜ୍ୟରେ ଲିଙ୍ଗଗତ ଅନୁପାତ ଚିନ୍ତା ସୃଷ୍ଟି କରିଛି। ୨୦୧୯ରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ତଥ୍ୟ ସମସ୍ତଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଅଧିକାଂଶ ରାଜ୍ୟରେ ୧୦୦୦ ପୁଅଙ୍କ ମଧ୍ୟରେ ଝିଅଙ୍କ ସଂଖ୍ୟା ୯୦୦ ରହିଛି। କିଛି ରାଜ୍ୟରେ ୨୦୧୮ ଓ ୨୦୧୭ ତୁଳନାରେ ୨୦୧୯ରେ ଲିଙ୍ଗଗତ ଅନୁପାତ ଢେର ବୃଦ୍ଧି ପାଇଛି। ସେହିପରି କିଛି ରାଜ୍ୟରେ ଏସ୍‌ଆରବି ବା ଜନ୍ମର ଲିଙ୍ଗଗତ ଅନୁପାତ ପୂର୍ବାପେକ୍ଷା ହ୍ରାସ ପାଇଛି।

ଲିଙ୍ଗଗତ ଅନୁପାତ ଅଧିକ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆସାମ ରହିଛି। ୨୦୧୭ରେ ପ୍ରତି ୧୦୦୦ ପୁରୁଷରେ ୯୨୧ ଝିଅ ରହିଥିବା ବେଳେ ଦୁଇ ବର୍ଷ ପରେ ଏହା ୯୦୩କୁ ଖସି ଆସିଛି। ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ ୨୦୧୯ ରିପୋର୍ଟରେ ଏପରି ତଥ୍ୟ ରହିଛି।

ତଥ୍ୟ ଅନୁସାରେ, ଛତିଶଗଡ଼ରେ ଏସଆରବି ସବୁଠାରୁ ଅଧିକ ହ୍ରାସ ଘଟିଛି। ୨୦୧୭ରେ ଏଠାରେ ଏସଆରବି ୯୬୮ ଥିବା ବେଳେ ୨୦୧୯ରେ ଏହା ୯୩୧କୁ ଖସି ଯାଇଛି। ତେଲେଙ୍ଗାନା ଏସଆରବିରେ ଉନ୍ନତି ଘଟାଇଛି। ୨୦୧୭ରେ ଏଠାରେ ଏସଆରବି ୯୧୫ ଥିବା ବେଳେ ଏବେ ୯୫୩ରେ ପହଞ୍ଚି ଯାଇଛି।

ଏହା ପଛକୁ ଉତ୍ତରାଖଣ୍ଡରେ ଏସଆରବି ୯୨୯ରୁ ୯୬୦କୁ ବୃଦ୍ଧି ପାଇଛି। ଓଡ଼ିଶାରେ ମଧ୍ୟ ଲିଙ୍ଗଗତ ଅନୁପାତ ବୃଦ୍ଧି ପାଇଛି। ୨୦୧୭ରେ ରାଜ୍ୟରେ ଏସଆରବି ୯୩୦ ଥିବା ବେଳେ ୨୦୧୮ରେ ଏହା ୯୨୮କୁ ହ୍ରାସ ପାଇଥିଲା। ହେଲେ ୨୦୧୯ରେ ଏହା ୯୪୭ ହୋଇଯାଇଛି।

କେରଳରେ ୨୦୧୭ରେ ୯୬୫ ଥିବା ବେଳେ ଏବେ ୯୬୦, କର୍ଣ୍ଣାଟକଶରେ ୯୪୯ରୁ ୯୪୭, ତାମିଲନାଡୁରେ ୯୩୨ରୁ ୯୪୨, ପଶ୍ଚିମବଙ୍ଗରେ ୨୦୧୯ରେ ଏସଆରବି ୯୪୧, ଆନ୍ଧ୍ରରେ ୯୩୫, ହରିଆଣାରେ ୯୨୩, ହିମାଚଳରେ ୯୧୮, ରାଜସ୍ଥାନରେ ୯୧୬, ପଞ୍ଜାବରେ ୯୧୪, ଜମ୍ମୁ-କଶ୍ମୀରରେ ୯୦୯, ମଧ୍ୟପ୍ରଦେଶରେ ୯୦୫, ଗୁଜରାଟରେ ୯୦୧ ରହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ସ୍ୱାଭାବିକ ଭାବେ ଲିଙ୍ଗଗତ ଅନୁପାତ ୧୦୦୦ ପୁଅରେ ୯୫୨ ରହିବା କଥା। କିନ୍ତୁ ଭାରତର ଉତ୍ତର ପୂର୍ବର ୬ଟି ରାଜ୍ୟରେ ଏହି ସଂଖ୍ୟା ଅଧିକ ରହିଛି। ଅରୁଣା ଚଳପ୍ରଦେଶରେ ସେକ୍ସ ରେସିଓ ୧୦୨୪ ଥିବା ବେଳେ ନାଗାଲ୍ୟାଣ୍ଡରେ ୧୦୦୧ ଓ ମିଜୋରାମରେ ୯୪୭ ରହିଛି।

The post କେଉଁ ରାଜ୍ୟରେ ଲିଙ୍ଗଗତ ଅନୁପାତ କେତେ, କିଛି ସ୍ଥାନରେ ସ୍ଥିତି ଖରାପ appeared first on Odisha Reporter.



from Odisha Reporter https://ift.tt/3gJy80A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages