ବେଙ୍ଗାଲୁରୁ: ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଟିମ୍ର ୧୬ ଜଣିଆ ସ୍କ୍ୱାଡ ଘୋଷଣା କରାଯାଇଛି। ଏଥିରେ ଦୁଇ ଓଡ଼ିଆ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଟିମରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ଭାରତ ପାଇଁ ଅଲିମ୍ପିକ୍ସରେ ୧୦ ଜଣ ଖେଳାଳି ଡେବ୍ୟୁ କରିବେ। ବାକି ୬ ଖେଳାଳି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଛନ୍ତି।
କ୍ରମାଗତ ତୃତୀୟ ଥର ପାଇଁ ଗୋଲ କିପର ପିଆର ଶ୍ରୀଜେଶ ଓ ଅଧିନାୟକ ମନପ୍ରୀତ ସିଂହ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି। ସେହିପରି ପୂର୍ବରୁ ଅଲିମ୍ପିକ୍ସ ଖେଳି ସାରିଥିବା ହରମନପ୍ରୀତ ସିଂହ, ରୁପିନ୍ଦରପାଲ ସିଂହ, ସୁରେନ୍ଦ୍ର କୁମାର ଓ ମଦଦୀପ ସିଂହଙ୍କ ଭଳି ଅଭିଜ୍ଞ ଖେଳାଳି ଦଳରେ ଅଛନ୍ତି।
୨୦୧୬ରେ ଆଣ୍ଠୁ ଜନିତ ସମସ୍ୟା ଯୋଗୁ ବୀରେନ୍ଦ୍ର ଲାକ୍ରା ଅଲିମ୍ପିକ୍ସ ଖେଳି ପାରି ନଥିଲେ। ହେଲେ ଏଥର ଡିଫେଣ୍ଡର ଭୂମିକାରେ ସେ ଦଳକୁ କମବ୍ୟାକ କରିଛନ୍ତି। ଏମାନଙ୍କ ବ୍ୟତୀତ ଅମିତ ରୋହିଦାସ, ହାର୍ଦ୍ଦିକ ସିଂହ, ବିବେକ ସାଗର, ନୀଲକଣ୍ଠ ଶର୍ମା, ସୁମିତ, ଶଶମେର ସିଂହ, ଦୀଲପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ଲଳିତ କୁମାର ଉପାଧ୍ୟାୟ ରହିଛନ୍ତି। ଏମାନେ ସମସ୍ତେ ନିଜ ନିଜର ପ୍ରଥମ ଅଲିମ୍ପିକ୍ସ ଖେଳିବେ।
ଭାରତୀୟ ପୁରୁଷ ହକି ଦଳ ଏଯାଏ ଅଲିମ୍ପିକ୍ସରେ ୮ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଜିତିଛି। ତେବେ ୪୧ ବର୍ଷ ତଳେ ଶେଷଥର ପାଇଁ ଭାରତୀୟ ପୁରୁଷ ହକି ଟିମ୍ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ସେବେଠାରୁ ଦଳ ପଦକ ଜିତିପାରିନି। ହେଲେ ଏବେ ନିଜର ଭାଗ୍ୟ ବଦଳାଇବାକୁ ଦଳ ଚେଷ୍ଟା କରିବ।
Experience in the team + Olympic debutants
The Men in Blue for #Tokyo2020 are revealed.
Read more https://t.co/TqfdxlNXGy#IndiaKaGame #HaiTayyar #StrongerTogether #HockeyInvites #WeAreTeamIndia #Hockey pic.twitter.com/U20Q2NOC2z
— Hockey India (@TheHockeyIndia) June 18, 2021
ଚଳିତ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଗ୍ରୁପ୍ ଏ’ରେ ରହିଛି। ଏହି ଗ୍ରୁପ୍ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ସହ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ସ୍ପେନ ଓ ଆୟୋଜନ ଜାପାନ ରହିଛି। ଆସନ୍ତା ମାସ ୨୩ ତାରିଖରୁ ଅଗଷ୍ଟ ୫ ତାରିଖ ଟୋକିଓରେ ଅଲିମ୍ପିକ୍ସ ଖେଳାଯିବ।
The post ଅଲିମ୍ପିକ୍ସ ପାଇଁ ଘୋଷିତ ହକି ଟିମ୍ରେ ଦୁଇ ଓଡ଼ିଆ appeared first on Odisha Reporter.
from Odisha Reporter https://ift.tt/3xpeNZ8
No comments:
Post a Comment