ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ ।  ଅପରାହ୍ନ ୪ଟାରେ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ ରେଜଲ୍ଟ । www.bseodisha.ac.in ଏବଂ www.bseodisha.nic.in ୱେବସାଇଟ୍‌ରେ ପରୀକ୍ଷାଫଳ ସନ୍ଧ୍ୟା ୬ଟାରେ ଉପଲବ୍ଧ ହେବ । SMS ଜରିଆରେ ମଧ୍ୟ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ । ଏଥିପାଇଁ OR01 ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ SMS କରିବାକୁ ହେବ । ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ବି ଆଜି ବାହାରିବ ।

କରୋନାର ଦ୍ୱିତୀୟ ଲହର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଥିଲେ ସରକାର । ବିକଳ୍ପ ମୂଲ୍ୟାୟନ ସ୍ୱରୂପ ପ୍ରିବୋର୍ଡ ପରୀକ୍ଷା  ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି । ଯେଉଁମାନେ ପ୍ରି ବୋର୍ଡ ପରୀକ୍ଷା ଆଦୌ ଦେଇ ନ ଥିବେ ସେମାନଙ୍କର ମୂଲ୍ୟାୟନ ନବମ ପରୀକ୍ଷା ଆଧାରରେ କରାଯାଇଛି । ନବମର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ ବୋଲି କୁହାଯାଇଥିଲା ।

ସୂଚନାଯୋଗ୍ୟ, ରେଗୁଲାର, ଏକ୍ସରେଗୁଲାର, ମଧ୍ୟମା ପିଲାଙ୍କୁ ମିଶାଇ ଚଳିତ ବର୍ଷ ୬ ଲକ୍ଷ ୪୭ ହଜାର ପିଲା ପରୀକ୍ଷା ଦେଇଥାନ୍ତେ। ଏଥିନିମନ୍ତେ ୩୩ଶହ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଥିଲା। ପିଲାମାନେ ନିଜ କେନ୍ଦ୍ରରେ ପରୀକ୍ଷା ଦେଇଥାନ୍ତେ। ଦଶମ ଶ୍ରେଣୀ ପିଲାଙ୍କ ନିମନ୍ତେ ଜାନୁଆରୀ ୨୮ ତାରିଖରୁ ଏପ୍ରିଲ ୨୫ ପର୍ଯ୍ୟନ୍ତ ୧୦୦ ଦିନିଆ ପାଠପଢ଼ା ଚାଲିଥିଲା। ପରୀକ୍ଷା ନିମନ୍ତେ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଥିବା ବେଳେ ସେମାନେ ୮୦ ମାର୍କର ପରୀକ୍ଷା ଦେଇଥାନ୍ତେ।

ଅପରପକ୍ଷେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ କୁଳପତି ସମ୍ମିଳନୀ । ଯୁକ୍ତ ୩ ଶେଷ ସେମିଷ୍ଟର ଏବଂ ସ୍ନାତକର ଶେଷ ସେମିଷ୍ଟର ପରୀକ୍ଷା ପ୍ରସ୍ତୁତି କେତେ ଆଗେଇଛି ଏବଂ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ କୁଳପତିମାନଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ ।

କରୋନା ସ୍ଥିତି ଭିତରେ ମଧ୍ୟ UG ଓ PG ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଦିଗରେ ବିଶ୍ୱବିଦ୍ୟାଳୟଗୁଡିକର ଅଗ୍ରଗତି ନେଇ ଅନୁଧ୍ୟାନ କରାଯିବ । ଏହା ସହ UG ଓ PG ଆଡମିଶନ ସଂକ୍ରାନ୍ତରେ ମଧ୍ୟ ହୋଇପାରେ ଆଲୋଚନା । ଉଚ୍ଚଶିକ୍ଷା ସଚିବ ଓ ଉଚ୍ଚଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିବେ । ଭିଡ଼ିଓ   କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହେବ ।

The post ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ appeared first on Odisha Reporter.



from Odisha Reporter https://ift.tt/3deyyuZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages