ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ଭିତରେ ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ପଦ୍ଧତି ବାବଦରେ ନିଷ୍ପତ୍ତି ନେବା ଦରକାର। ଏହାପରେ ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବା ଦରକାର। ଦେଶର ସର୍ବୋଚ୍ଚ କୋର୍ଟ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡକୁ। ସିବିଏସଇ ଏବଂ ଆଇସିଏସଇ ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରିବେ ବୋଲି ପୂର୍ବରୁ କହି ସାରିଛନ୍ତି। ତେଣୁ ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡ ମଧ୍ୟ ଏହି ତାରିଖ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରିବା ଦରକାର ବୋଲି ଜଷ୍ଟିସ, ଏଏମ ଖାନିଓ୍ୱିଲକର ଏବଂ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ କହିଛନ୍ତି।

ସିବିଏସଇ ଏବଂ ଆଇସିଏସଇ କୋଭିଡ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲେ। ଏହାପରେ ଓଡ଼ିଶା, ରାଜସ୍ଥାନ, ମଧ୍ୟପ୍ରଦେଶ, ୟୁପି, ହରିଆଣା, ମହାରାଷ୍ଟ୍ର, ଗୁଜରାଟ ଆଦି ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି। ହେଲେ ଆନ୍ଧ୍ର ପ୍ରଦେଶ ସରକାର ଏଯାଏ କିଛି ନିଷ୍ପତ୍ତି ନେଇ ନାହାନ୍ତି। ଜୁଲାଇ ୧୨ ସୁଦ୍ଧା ପରୀକ୍ଷା କରାଇବେ ବୋଲି କୋର୍ଟରେ କହିଛନ୍ତି। ତାଙ୍କ ପାଖରେ ମୂଲ୍ୟାଙ୍କନ କରିବା ପାଇଁ କୌଣସି ସୂତ୍ର ନଥିବାରୁ ପରୀକ୍ଷା ଉପରେ ଆନ୍ଧ୍ର ବୋର୍ଡ ଗୁରୁତ୍ୱ ଦେଇଛି। ଯଦି ମୂଲ୍ୟାଙ୍କନ ହେବ ତାହେଲେ ଦେଶର ସମସ୍ତ ବୋର୍ଡ ପାଇଁ ଗୋଟିଏ ମୂଲ୍ୟାଙ୍କନ ବୋର୍ଡ ହେଉ ବୋଲି ଆନ୍ଧ୍ର ଦାବି କରିଥିଲେ।

ତେବେ ଏଭଳି ଦାବିକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ। ସମସ୍ତ ଶିକ୍ଷା ବୋର୍ଡ ସ୍ୱତନ୍ତ୍ର। ସମସ୍ତଙ୍କର ଭିନ୍ନ ଭିନ୍ନ କ୍ରାଇଟେରିଆ ରହିଛି। ତେଣୁ ସାରା ଦେଶରେ ଗୋଟିଏ ଢଙ୍ଗରେ ମୂଲ୍ୟାଙ୍କନ ହେଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ବିଚାରପତି କହିଥିଲେ।

ଆନ୍ଧ୍ରପ୍ରଦେଶ ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ରାଜ୍ୟ ବୋର୍ଡ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନକୁ ନେଇ କୌଣସି ନିର୍ଭରଯୋଗ୍ୟ ବିକଳ୍ପ ଖୋଜି ବାହାର କରି ନାହାନ୍ତି। ତେଣୁ ସଫଳତାର ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଇବ। ରାଜ୍ୟ ସରକାର କହିଛନ୍ତି ଯେ ଜୁଲାଇର ଶେଷ ସପ୍ତାହ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବ। ଏ ବାବଦରେ ପରୀକ୍ଷା ସୂଚୀ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି। ରାଜ୍ୟରେ କୋଭିଡ୍-୧୯ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ପରୀକ୍ଷା ହୋଇପାରିବ ବୋଲି ସରକାର କହିଛନ୍ତି।

The post ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ appeared first on Odisha Reporter.



from Odisha Reporter https://ift.tt/2U02ZxY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages