ବିଦ୍ରୋହୀ ନେତାଙ୍କୁ ଚିରାଗଙ୍କ ଚେତାବନୀ, କହିଲେ ମୁଁ ସିଂହର ପୁଅ, ଲଢ଼ିବାକୁ ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

ବିଦ୍ରୋହୀ ନେତାଙ୍କୁ ଚିରାଗଙ୍କ ଚେତାବନୀ, କହିଲେ ମୁଁ ସିଂହର ପୁଅ, ଲଢ଼ିବାକୁ ପ୍ରସ୍ତୁତ

ପାଟନା: ଲୋକ ଜନଶକ୍ତି ପାର୍ଟି(ଏଲଜେପି)ରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ଦିନକୁ ଦିନ ବିସ୍ଫୋରକ ରୂପ ନେବାରେ ଲାଗିଛି। ଦଳର ୫ ଜଣ ସାଂସଦ ବିଦ୍ରୋହ ଘୋଷଣା କରିବା ସହ ଚିରାଗ ପାଶ୍ୱାନଙ୍କୁ ବିରୋଧ କରିଥିଲେ। ଏଥିସହ ସେମାନେ ତାଙ୍କ ଦାଦା ପଶୁପତି କୁମାର ପାରସଙ୍କୁ ଏଲଜେପିର ନୂଆ ସଂସଦୀୟ ଦଳ ନେତା ମଧ୍ୟ କରିଥିଲେ।

ଏହାକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିଥିବା ବେଳେ ବିଦ୍ରୋହୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଚିରାଗ। ଏଥିସହ ସେ ବିହାର ଏଲଜେପି ୟୁନିଟର ମୁଖ୍ୟ ଭାବେ ତାଙ୍କର ଘନିଷ୍ଠ ରାଜୁ ତିୱାରୀଙ୍କୁ ନିଯୁକ୍ତ କରିଛନ୍ତି। ପୂର୍ବରୁ ଏଲଜେପିର ବିହାର ମୁଖ୍ୟ ପ୍ରିନ୍ସ ରାଜ ଥିଲେ। ହେଲେ ତାଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ୫ ଜଣ ସାଂସଦଙ୍କ ମଧ୍ୟରେ ପ୍ରିନ୍ସ ରାଜ ଥିବାରୁ ଚିରାଗ ତାଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି।

ଦଳରେ ଏକ ଘରକିଆ ହୋଇଯାଇଥିବା ଚିରାଗ ଏବେ ରଣହୁଙ୍କାର ଦେଇ ନିଜକୁ ସିଂହର ପୁଅ ବୋଲି କହିଛନ୍ତି। ଏଥିସହ ସେ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତ ଥିବା ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି। ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ଚିରାଗ କହିଛନ୍ତି, ଅକ୍ଟୋବର ୮ରେ ବାପା(ରାମ ବିଲାସ ପାଶ୍ୱାନ)ଙ୍କ ବିୟୋଗ ପରେ ତୁରନ୍ତ ନିର୍ବାଚନକୁ ଯିବାକୁ ପଡ଼ିଥିଲା।

ବିଧାନସଭା ନିର୍ବାଚନରେ ଏଲଜେପି ବିଜୟ ହାସଲ କରିଛି। ଏହାକୁ ସଂଖ୍ୟା ଅନୁଯାୟୀ ବିଚାର କରିବା ଠିକ ନୁହେଁ। ଆମେ ୬ ପ୍ରତିଶତ ଭୋଟ୍ ପାଇଛୁ। ମୁଁ କୌଣସି ବି ପରିସ୍ଥିତିରେ ପ୍ରସଙ୍ଗରେ ବୁଝାମଣା କରେନାହିଁ। ଜେଡିୟୁ ଠାରୁ ଅଲଗା ରହିବା ଦଳର ନିଷ୍ପତ୍ତି ଥିଲା। ବାପା ଯେତେବେଳେ ଡାକ୍ତରଖାନାରେ ଥିଲେ ସେତେବେଳେ ମଧ୍ୟ ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରଯାଉଥିବା ଖବର ଆସିଥିଲା। ପାର୍ଟିର କିଛି ଲୋକ ସଂଘର୍ଷ କରିବାକୁ ଚାହାନ୍ତି ନାହିଁ। ଯଦି ଆମେ ବିହାରରେ ନୀତୀଶ କୁମାରଙ୍କ ସହିତ ଲଢ଼େଇ କରିଥା’ନ୍ତେ, ତା’ହେଲେ ଆମକୁ ଅଧିକ ବହୁମତ ମିଳିଥାଆନ୍ତା।

କିନ୍ତୁ ବିଧାନସଭା ନିର୍ବାଚନରେ ମୋତେ ଦାଦାଙ୍କ ସହ ଅନେକ ନେତାଙ୍କ ସମର୍ଥନ ମିଳି ନଥିଲା। ମୋତେ ଏବେ ଲମ୍ବା ଲଢ଼େଇ କରିବାକୁ ପଡ଼ିବ। ଏଥିପାଇଁ ମୁଁ ପ୍ରସ୍ତୁତ। ମୁଁ ଗୋଟିଏ ସିଂହର ପୁଅ। କେବେ ବି ପଛ ଘୁଞ୍ଚା ଦେବି ନାହିଁ। ମୁଁ ଏହି ପ୍ରସଙ୍ଗକୁ ଆଗକୁ ବଢ଼ାଇବାକୁ ଚାହୁଁ ନଥିଲି। କିନ୍ତୁ ଅନୁଶାସନ ପାଇଁ ମୋତେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଛି।

ମୋତା ଟାଇଫଏଡ୍ ହୋଇଥିଲା। ମୁଁ ସୁସ୍ଥ ହେବାକୁ ୪୦ ଦିନ ସମୟ ଲାଗିଥିଲା। ଏହି ସମୟରେ ସବୁ ଷଡ଼ଯନ୍ତ୍ର କରାଯାଇଥିଲା। ମୁଁ କଥାବାର୍ତ୍ତା କରିବାକୁ ଚାହୁଁଥିଲି। ହେଲେ କେହି ବି ମୋ ସହିତ ନଥିଲେ। ଯଦି ମୋତେ କହିଥାନ୍ତେ, ମୁଁ ତାଙ୍କୁ(ପଶୁପତି) ଲୋକସଭାର ନେତା କରି ଦେଇଥାଆନ୍ତି।

କିନ୍ତୁ ଯେଉଁଭଳି ଭାବେ ତାଙ୍କୁ ସଂସଦୀୟ ନେତା ଭାବେ ଚୟନ କରାଗଲା, ତାହା ଭୁଲ ଥିଲା। ଜେଡିୟୁ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛି। ଦଳିତ ଓ ମହାଦଲିତଙ୍କ ନାମରେ ବିଭାଗଜନ ରାଜନୀତି କରୁଛି। ହେଲେ ବିହାରର ଲୋକମାନେ ମୋ ସହ ଓ ପାର୍ଟି ସହ ଅଛନ୍ତି ବୋଲି ସେ କହିଛନ୍ତି।

ଏହି ସମୟରେ ସେ ଇମୋସନାଲ କାର୍ଡ ମଧ୍ୟ ଖେଳିଛନ୍ତି। ସେ କହିଛନ୍ତି, ବାପା ଯିବା ପରେ ମୁଁ ଅନାଥ ହୋଇ ନଥିଲି। ଦାଦା ବିଦ୍ରୋହ ଘୋଷଣା କରି ଅଲଗା ହେବାରୁ ଅନାଥ ହୋଇଗଲି।

The post ବିଦ୍ରୋହୀ ନେତାଙ୍କୁ ଚିରାଗଙ୍କ ଚେତାବନୀ, କହିଲେ ମୁଁ ସିଂହର ପୁଅ, ଲଢ଼ିବାକୁ ପ୍ରସ୍ତୁତ appeared first on Odisha Reporter.



from Odisha Reporter https://ift.tt/3vs74YY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages