ଇସଲାମାବାଦ: ପାକିସ୍ତାନରେ କୁଲଫି ବିକୁଛନ୍ତି କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ? ଜୋ ବାଇଡେନଙ୍କ ଠାରୁ ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ତାଙ୍କର ଏପରି ଅବସ୍ଥା ହୋଇଥିବା କିଛି ଲୋକ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। କାରଣ ପୂରା ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପାକିସ୍ତାନରେ ରହିଛନ୍ତି।
ସେ ଟ୍ରମ୍ପଙ୍କ ଭଳି ଦେଖା ଯାଉଥିବା ବେଳେ ରାସ୍ତାରେ ଠେଲା ଗାଡ଼ି ଧରି କୁଲଫି ବିକ୍ରି କରୁଛନ୍ତି। ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଅନୁସାରେ, ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତି ଜଣଙ୍କ ପାକିସ୍ତାନର ଗଳିଗଳିରେ ଜୋରରେ ଗୀତ ଗାଇ କୁଲଫି ବିକ୍ରି କରୁଛନ୍ତି।
ହେଲେ ଏହି ବ୍ୟକ୍ତି ଜଣଙ୍କ ସେ ଗାଉଥିବା ଗୀତ କିମ୍ବା କୁଲଫି ପାଇଁ ସୋଶାଲ ମିଡିଆରେ ଚର୍ଚ୍ଚିତ ହୋଇନାହାନ୍ତି। ବରଂ ସେ ବିଲକୁଲ ଟ୍ରମ୍ପଙ୍କ ଭଳି ଦେଖାଯାଉଥିବାରୁ ତାଙ୍କ ଭିଡିଓକୁ ସମସ୍ତେ ଶେୟାର କରିବାରେ ଲାଗିଛନ୍ତି। ଭିଡିଓ ଭାଇରାଲ ହେଉଥିବାରୁ ଲୋକମାନେ ଟ୍ରମ୍ପ ପାକିସ୍ତାନରେ କୁଲଫି ବିକ୍ରି କରୁଥିବା କହିବା ଆରମ୍ଭ କରିଛନ୍ତି।
ଏହି ଭିଡିଓକୁ ପାକିସ୍ତାନ କଣ୍ଠଶିଳ୍ପୀ ଶେହଜାଦ ରୟ ନିଜର ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ସେ କୁଲଫି ବିକ୍ରି କରୁଥିବା ବ୍ୟକ୍ତିଙ୍କ ଗୀତ ଗାଇବା ଶୈଳୀକୁ ପ୍ରଶଂସା କରିଛନ୍ତି ଓ କେହି ତାଙ୍କ ସହ ଯୋଗାଯୋଗ କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି।
Wah. Qulfi walay bhai, Kya baat ha کھاۓ بغیر مزا آ گیا pic.twitter.com/YJeimzhboJ
— Shehzad Roy (@ShehzadRoy) June 10, 2021
୨୩ ସେକେଣ୍ଡର ଏହି ଭିଡିଓ କ୍ଲିପରେ ବ୍ୟକ୍ତି ଜଣଙ୍କ କୁର୍ତ୍ତା ଓ ପାଇଜାମା ପିନ୍ଧିଛନ୍ତି। ସେ ନିଜର କୁଲଫି ବିକ୍ରି ଠେଲା ଆଗରେ ଛିଡ଼ା ହୋଇ ଗୀତ ଗାଉଛନ୍ତି। ବ୍ୟକ୍ତି ଜଣଙ୍କ ଅଲବିନିସିମ ନାମକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ଚେହେରା ଧଳା ପଡ଼ି ଯାଇଛି।
The post ପାକିସ୍ତାନରେ କୁଲଫି ବିକୁଛନ୍ତି ଟ୍ରମ୍ପ! ଭିଡିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/2U8eSSF
No comments:
Post a Comment