ବଦଳିଲା ସିବିଆଇର ଗେଟ୍ ଅପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

ବଦଳିଲା ସିବିଆଇର ଗେଟ୍ ଅପ୍

ନୂଆଦିଲ୍ଲୀ: ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସଓ୍ୱାଲଙ୍କ ନିଷ୍ପତ୍ତି ଏଣିକି ସିବିଆଇ ଅଧିକାରୀ କିମ୍ୱା ଅଫିସରେ କାମ କରୁଥିବା କର୍ମଚାରୀ କାଜୁଆଲ ଡ୍ରେସରେ ଅଫିସ ଆସିପାରିବେନି। ଅର୍ଥାତ୍ ଫର୍ମାଲ୍ ଲୁକ୍ସରେ ଅଫିସ ଆସିବାକୁ ହେବ। ନିକଟରେ ସୁବୋଧ ସିବିଆଇର ନିର୍ଦ୍ଦେଶକ ଭାବରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ଜିନ୍ସ, ଟି-ସାର୍ଟ, ସ୍ପୋର୍ଟସ ଜୋତା, ଚପଲ ପିନ୍ଧିଲେ ଅଫିସରେ ନୋ ଏଣ୍ଚ୍ରି।

ପୁରୁଷ ଅଧିକାରୀ ମାନେ ଅଫିସ ଆସିବା ବେଳେ ଫର୍ମାଲ୍ ସାର୍ଟ-ପ୍ୟାଣ୍ଟ ସହିତ ଦାଢ଼ିକୁ ଠିକ୍ ଭାବରେ କାଟି ଆସିବେ। ସେହିପରି ମହିଳା ଅଧିକାରୀ କିମ୍ୱା କର୍ମଚାରୀ ଶାଢ଼ୀ, ସୁଟ୍ ଏବଂ ଫର୍ମାଲ ସାର୍ଟ ପିନ୍ଧି ଆସିପାରିବେ। ସିବିଆଇ ନିର୍ଦ୍ଦେଶକ ସୁବୋଧଙ୍କ ନିଷ୍ପତ୍ତି ପରେ ଉପ ନିର୍ଦ୍ଦେଶକ (ପ୍ରଶାସନ) ଅନୁପ ଟି ମାଥ୍ୟୁ ବିଜ୍ଞପ୍ତି ଜାରି କରିଛନ୍ତି। ସିବିଆଇର ସମସ୍ତ ଶାଖାକୁ ମଧ୍ୟ ଏହି ନିର୍ଦ୍ଦେଶ ଜାରି କରାଯାଇଛି।

ସୁବୋଧ ତାଙ୍କ ନିଷ୍ପତ୍ତିରେ କଡ଼ାକଡ଼ି ଭାବରେ କହିଛନ୍ତି, ସିବିଆଇ ଏକ ପ୍ରଫେସନାଲ ତଦନ୍ତକାରୀ ସଂସ୍ଥା। ତେଣୁ ଏହାର ଅଧିକାରୀ ମଧ୍ୟ ପ୍ରଫେସନାଲ ଗେଟ ଅପରେ ଡ୍ୟୁଟି କରିବା ଦରକାର। ଜଣେ ସିବିଆଇ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ବିଗତ କିଛି ବର୍ଷ ହେବ ସିବିଆଇ ଅଧିକାରୀ ମାନେ କାଜୁଆଲ ଲୁକ୍ସରେ ଆସୁଥିଲେ। କେହି ଏପରି ଗେଟ ଅପକୁ ବିରୋଧ କରିଥିଲେ। ମୁଖ୍ୟତଃ ମନ୍ତ୍ରାଳୟର କର୍ମଚାରୀ ଏପରି କାଜୁଆଲ ଲୁକ୍ସରେ ଆସୁଥିଲେ।

ସୂଚନାଯୋଗ୍ୟ, ସୁବୋଧ ଜୟସଓ୍ୱାଲ ଗତ ବୁଧବାର ସିବିଆଇର ୩୩ ତମ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏକ ଉଚ୍ଚ ସ୍ତରୀୟ କମିଟି ଜୟସଓ୍ୱାଲଙ୍କ ନିଯୁକ୍ତ ଉପରେ ମୋହର ମାରିଥିଲେ। ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ରହିଛି। ୧୯୮୫ ମସିହାର ଏହି ଆଇପିଏସ ଅଫିସର ମହାରାଷ୍ଟ୍ରର ପୂର୍ବତନ ଡିଜିପି ଥିଲେ।

The post ବଦଳିଲା ସିବିଆଇର ଗେଟ୍ ଅପ୍ appeared first on Odisha Reporter.



from Odisha Reporter https://ift.tt/3fPNeSV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages