କୋଭିଡ୍‌ ହସ୍‌ପିଟାଲ୍‌ରୁ କୁଆଡ଼େ ଗଲେ ରୋଗୀ? ୧୬ ଦିନ ହେଲା କେହି ଦେଉ ନାହାନ୍ତି ଉତ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 3, 2021

କୋଭିଡ୍‌ ହସ୍‌ପିଟାଲ୍‌ରୁ କୁଆଡ଼େ ଗଲେ ରୋଗୀ? ୧୬ ଦିନ ହେଲା କେହି ଦେଉ ନାହାନ୍ତି ଉତ୍ତର

ପାରାଦୀପ (ରମାକାନ୍ତ ନାୟକ): କରୋନାରେ ଆକ୍ରାନ୍ତ ହେବା ପରେ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। କିନ୍ତୁ ୧୬ ଦିନ ହେଲାଣି ତାଙ୍କର କୌଣସି ପତ୍ତା ମିଳୁନି। ପରିବାର ଲୋକେ ଡାକ୍ତରଖାନାରୁ ଥାନା, ଥାନାରୁ ଫାଣ୍ଡି ବାରମ୍ବାର ଦୌଡ଼ୁଥିଲେ ମଧ୍ୟ, ସେ କେଉଁଠି ଅଛନ୍ତି ଜାଣିପାରୁ ନାହାନ୍ତି। ଏମିତି ଏକ ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲାରୁ।

କୁଜଙ୍ଗ ଥାନା ଜହ୍ନାପାଳ ଗାଁର ଗନ୍ଧର୍ବ ଜେନା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମେ’ ୧୪ ତାରିଖରେ ଜଣାପଡ଼ିଥିଲା। ସେହି ମାସ ୧୮ ତାରିଖରେ ସେ ପାରାଦୀପ କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ମେ’ ୨୧ ତାରିଖରେ ତାଙ୍କୁ କଟକ ଏସସିବି କୋଭିଡ ହସ୍‌ପିଟାଲ୍‌କୁ ରେଫର କରାଯାଇଥିଲା। ତେବେ ତାଙ୍କୁ ଏସ୍‌ସିବିକୁ ରେଫର କରାଯିବା ପରଠୁ ପରିବାର ଲୋକେ ତାଙ୍କ ବିଷୟରେ କିଛି ସୂଚନା ପାଇପାରି ନଥିଲେ।

ଗନ୍ଧର୍ବଙ୍କ ପରିବାର କହିଲେ ତାଙ୍କ ପତ୍ନୀ ଓ ଝିଅ। ସେମାନେ ମେ’ ୩୦ ତାରିଖରେ ଘଟଣା ସଂପର୍କରେ କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଆଉ କେହି ନଥିବାରୁ ଗ୍ରାମବାସୀ ଓ ସଂପର୍କୀୟ ମାନେ ଗନ୍ଧର୍ବଙ୍କ ଖୋଜଖବର ନେଉଛନ୍ତି। ସେମାନେ ଗନ୍ଧର୍ବଙ୍କ ସଂପର୍କରେ ଜାଣିବା ପାଇଁ କଟକ ବି ଯାଇଛନ୍ତି। ଏସ୍‌ସିବିରୁ ସିଏମ୍‌ସି, ସିଏମ୍‌ସିରୁ ମଙ୍ଗଳାବାଗ ଥାନା, ମଙ୍ଗଳାବାଗ ଥାନାରୁ ଏସ୍‌ସିବି ଫାଣ୍ଡି, ଫାଣ୍ଡିରୁ କୁଜଙ୍ଗ ଥାନା, କୁଜଙ୍ଗ ଥାନାରୁ ମଙ୍ଗଳାବାଗ ଥାନା- ଏମିତି ଚକ୍କର କାଟିଛନ୍ତି। କିନ୍ତୁ କିଛି ଲାଭ ହୋଇନି। କେହି ଗନ୍ଧର୍ବ ବିଷୟରେ ସେମାନଙ୍କୁ ସୂଚନା ଦେବାରେ ସାହାଯ୍ୟ କରି ନାହାନ୍ତି ବୋଲି ଅଭିଯୋଗ ହୋଇଛି।

ଗତକାଲି କିଛି ଗ୍ରାମବାସୀଙ୍କ ସହିତ ପରିବାର ଲୋକେ କୁଜଙ୍ଗ ଥାନାରେ ପହଞ୍ଚିଥିଲେ ଓ ମେ’ ୩୦ ତାରିଖରେ ଦିଆଯାଇଥିବା ଏତଲା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ପଚାରି ଥାନା ବାବୁଙ୍କ ସାହାଯ୍ୟ ମାଗିଥିଲେ। କିନ୍ତୁ କିଛି ସୁଫଳ ପାଇ ନଥିଲେ।

ଗନ୍ଧର୍ବଙ୍କ ପତ୍ନୀ ଓ ଝିଅଙ୍କୁ ଏବେ ଆଉ କିଛି ବୁଦ୍ଧିବାଟ ଦେଖାଯାଉ ନାହିଁ। ସେମାନଙ୍କ ଆଖିରୁ ଲୁହ ଶୁଖିବାର ନାଁ ନେଉ ନାହିଁ। ଗନ୍ଧର୍ବଙ୍କ ଝିଅ ଝିଲି ଜେନା ଅଭିଯୋଗ କରିଛନ୍ତି ଯେ ବାପାଙ୍କ ବିଷୟରେ ଯାହାକୁ ପଚାରିଲେ କେବଳ ବିରକ୍ତ ହେଉଛନ୍ତି।

ଗନ୍ଧର୍ବଙ୍କ ଜଣେ ସଂପର୍କୀୟ ନାତି ମିଥୁନ ଜେନା କହିଛନ୍ତି, ଏସସିବି କୋଭିଡ୍‌ ହସ୍‌ପିଟାଲ୍‌ ଠାରୁ ଧରି ଏସ୍‌ସିବି ଫାଣ୍ଡି, ମଙ୍ଗଳାବାଗ ଥାନା ଓ ସିଏମ୍‌ସି ଅଧିକାରୀ କେହି ଆମ କଥା ଶୁଣିଲେନି। କେହି ସାହଯ୍ୟ କରୁ ନାହାନ୍ତି। ସେ ଏବେ ଜୀବିତ କି ମୃତ, ତାହା ବି ଆମେ ଜାଣିନାହୁଁ।

ଅନ୍ୟପକ୍ଷରେ ଏହି ଘଟଣା ନେଇ ପୁଲିସ୍‌, ପ୍ରଶାସନ ଅବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post କୋଭିଡ୍‌ ହସ୍‌ପିଟାଲ୍‌ରୁ କୁଆଡ଼େ ଗଲେ ରୋଗୀ? ୧୬ ଦିନ ହେଲା କେହି ଦେଉ ନାହାନ୍ତି ଉତ୍ତର appeared first on Odisha Reporter.



from Odisha Reporter https://ift.tt/3vLi8RX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages