ତିନି ରାଜ୍ୟରୁ ଡେଲଟା ପ୍ଲସ୍‍ ଭେରିଆଣ୍ଟ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 22, 2021

ତିନି ରାଜ୍ୟରୁ ଡେଲଟା ପ୍ଲସ୍‍ ଭେରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ: ଦୁର୍ବଳ ହେଉଛି ଡେଲଟା ଭେରିଆଣ୍ଟ। ତେଣେ ଏହି ଡେଲଟାରୁ ତିଆରି ହୋଇଥିବା ନୂଆ ମ୍ୟୁଟାଣ୍ଟ ଡେଲଟା ପ୍ଲସର ବିପଦ ଦେଖାଦେଇଛି। ତିନି ରାଜ୍ୟରୁ ଡେଲଟା ଭେରିଆଣ୍ଟ ମିଳିବା ପରେ କେନ୍ଦ୍ର ସରକାର ଆଲର୍ଟ ହୋଇଛନ୍ତି। ଏଥିସହ ଯେଉଁ ସବୁ ରାଜ୍ୟରୁ ଏହି ଡେଲଟା ପ୍ଲସ ଭେରିଆଣ୍ଟ ମିଳିଛି କେନ୍ଦ୍ର ସଂପୃକ୍ତ ରାଜ୍ୟକୁ ଆଲର୍ଟ କରାଇଛି। ଆଗକୁ ସମ୍ଭାବ୍ୟ ତୃତୀୟ ଲହର ରହିଛି। ତେଣୁ ଡେଲଟା ପ୍ଲସ ଭେରିଆଣ୍ଟ ତୃତୀୟ ଲହରକୁ ବଳ ନଯୋଗାଇ ଦେବା ଦରକାର ବୋଲି କେନ୍ଦ୍ର ସରକାର ତିନି ରାଜ୍ୟକୁ ଅବଗତ କରାଇବା ସହିତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛି।

ଆଇଏନଏସଏସିଓଜିର ସୂଚନା ଅନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ଼ ୧୯ର ନୂତନ ଡେଲଟା ପ୍ଲସ୍‍ ଭେରିଆଣ୍ଟ ସଂପର୍କରେ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟ ପ୍ରଦେଶ ସରକାରଙ୍କୁ  ସତର୍କ କରାଇଛନ୍ତି। ଏହିସବୁ ରାଜ୍ୟର କେତେକ ଜିଲ୍ଲାରେ ଏଭଳି ଭାଇରସର ନମୁନା ମିଳିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ତିନୋଟି ରାଜ୍ୟଙ୍କୁ ଏ ସଂପର୍କରେ ଏକ ଚିଠି ଲେଖି ଅବଗତ କରାଇଛନ୍ତି । ସଂଗୃହୀତ ନମୁନା ଜେନୋମ୍‍ ସେକ୍ୱେନ୍ସିଂରୁ ଜଣାପଡ଼ିଛି ଯେ ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗାଓଁ ଜିଲ୍ଳାରୁ, କେରଳର ପାଲାକ୍କାଡ଼  ଓ ପଥାନାମଥିଟ୍ଟା ଜିଲ୍ଲାରୁ ଏବଂ ମଧ୍ୟ ପ୍ରଦେଶର ଭୋପାଳ ଓ ଶିବପୁରୀ ଜିଲ୍ଲାରୁ ଏହି ଡେଲଟା ପ୍ଲସ୍‍ ଭାଇରସ ଭେରିଆଣ୍ଟ୍‍ ମିଳିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ବାୟୋଟେକ୍ନୋଲୋଜି ବିଭାଗ, ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) ଏବଂ ଭାରତୀୟ ବୈଜ୍ଞାନିକ ଓ ଶିଳ୍ପ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ମୋଟ ୨୮ଟି ପରୀକ୍ଷାଗାରକୁ ନେଇ ଆଇଏନଏସଏସିଓଜି ସଂଗଠନ ଗଠନ କରାଯାଇଛି। ଯେଉଁଠାରେ କୋଭିଡ଼ ୧୯ ମହାମାରୀ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ଜେନୋମ୍‍ ସେକ୍ୱେନ୍ସିଂ କରାଯାଉଛି। ଆଇଏନଏସଏସିଓଜିକୁ କେବଳ ସଂପୂର୍ଣ୍ଣ ଜେନୋମ୍‍ ସେକ୍ୱେନ୍ସିଂ କାର୍ଯ୍ୟ ସମର୍ପଣ କରାଯାଇନାହିଁ ଅପରନ୍ତୁ ଏହାର ମୁକାବିଲା କରିବା ନିମନ୍ତେ କି ପ୍ରକାର ଜନସ୍ୱାସ୍ଥ୍ୟ କାର୍ଯ୍ୟପନ୍ଥା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଗ୍ରହଣ କରିବା ଆବଶ୍ୟକ ସେ ସମ୍ପର୍କରେ ମଧ୍ୟ ସେମାନେ ଉପଯୁକ୍ତ ସମୟରେ ସୂଚନା ପ୍ରଦାନ କରନ୍ତି।

ଆଇଏନଏସଏସିଓଜି ଇତିମଧ୍ୟରେ ଡେଲଟା ପ୍ଲସ୍‍ ଭେରିଆଣ୍ଟ ସବୁଠାରୁ ଚିନ୍ତାଜନକ ଭେରିଆଣ୍ଟ (ଭିଓସି) ପାଲଟିଛି ବୋଲି ଦର୍ଶାଇଛି। ଏହି ଭେରିଆଣ୍ଟରେ ଅଧିକ ମାତ୍ରାରେ ସଂକ୍ରମଣ କ୍ଷମତା ରହିବା ସହିତ ସଂକ୍ରମଣ ଆହରଣ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ୍‍ ସେଲକୁ ଦୃଢ଼ଭାବେ ଆକ୍ରାନ୍ତ କରି ଧରିବା ଏବଂ ଏହି ଭେରିଆଣ୍ଟର ମୋନୋକ୍ଳୋନାଲ୍‍ ଆଣ୍ଟିବଡ଼ି ରେସପନ୍ସ ହ୍ରାସ ଘଟାଇବାର ସାମର୍ଥ୍ୟ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସଂପର୍କରେ ତିନି ରାଜ୍ୟକୁ ପରାମର୍ଶ ଦେଇଛି ଯେ ସେମାନେ ଏ ଦିଗରେ ଆବଶ୍ୟକ ଜନସ୍ୱାସ୍ଥ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରିବା ଦରକାର। ପୂର୍ବରୁ କୋଭିଡ଼ ୧୯ ନିୟନ୍ତ୍ରଣ ସକାଶେ ଯେଉଁଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଆସୁଛି ମୁଖ୍ୟତଃ ସେହିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ ସମେତ ଏହା ଉପରେ ଅଧିକ ଦୃଷ୍ଟି ନିବଦ୍ଧ କରିବା ଓ ସକ୍ରିୟତାର ସହ ତାହାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଆରୋପ କରିବା ଦରକାର ବୋଲି କେନ୍ଦ୍ର କହିଛି। ସଂପୃକ୍ତ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବମାନଙ୍କୁ ଏ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି ଯେ ସେମାନେ ଆଇଏନଏସଏସିଓଜି ପକ୍ଷରୁ ଚିହ୍ନିତ ଜିଲ୍ଲା ଓ କ୍ଲଷ୍ଟରମାନଙ୍କରେ ତୁରନ୍ତ କଣ୍ଟେନମେଣ୍ଟ ବ୍ୟବସ୍ଥା ଗ୍ରହଣ କରିବା ସହିତ ଲୋକମାନଙ୍କୁ ରୁଣ୍ଡ ହେବା ଏବଂ ପରସ୍ପର ସହିତ ମିଳାମିଶା ହେବାରୁ ରୋକିବା, ଟେଷ୍ଟିଂକୁ ବ୍ୟାପକ କରିବା, ତୁରନ୍ତ ଆକ୍ରାନ୍ତଙ୍କୁ ଠାବ କରିବା ତଥା ଟିକାକରଣ କାର୍ଯ୍ୟକୁ ଗୁରୁତ୍ୱର ସହିତ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଆବଶ୍ୟକ।

ସେହିସବୁ ରାଜ୍ୟମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛି ଯେ ପଜିଟିଭ୍‍ ଚିହ୍ନଟ ବ୍ୟକ୍ତିମାନଙ୍କ ପର୍ଯ୍ୟପ୍ତ ନମୁନାକୁ ତୁରନ୍ତ ଆଇଏନଏସଏସିଓଜି ଦ୍ୱାରା ଅଧିସ୍ୱୀକୃତ ପରୀକ୍ଷାଗାରକୁ ପଠାଯିବା ଆବଶ୍ୟକ ଯଦ୍ୱାରା ସେଠାରେ ସେଗୁଡ଼ିକର କ୍ଲନିକାଲ୍‍ ଏପିଡେମିଓଲୋଜିକାଲ୍‍ କୋରିଲେସନ କରାଯାଇ ଗ୍ରହଣ କରାଯିବାକୁ ଥିବା ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ରାଜ୍ୟମାନଙ୍କୁ ତୁରନ୍ତ ଅବଗତ କରାଯାଇପାରିବ।

The post ତିନି ରାଜ୍ୟରୁ ଡେଲଟା ପ୍ଲସ୍‍ ଭେରିଆଣ୍ଟ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3qqBfij

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages