୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା!

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ବିଶ୍ଵବିଦ୍ୟାଳୟର ଜଣେ ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ ପ୍ରଫେସର ଧ୍ରୁବରାଜ ନାୟକ। ମାତ୍ର ୧୦୦ ଟଙ୍କା ପାଇଁ ଅଭିଯୁକ୍ତ ତାଙ୍କ ଜୀବନ ନେଇଯାଇଥିବା କୁହାଯାଉଛି।

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ମୃତ ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି, ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସିଥିଲା। ସେତେବେଳେ ଘରେ ଭାଇ ନଥିଲେ। କେବଳ ଆମ ବୋହୂ ଓ ଝିଆରୀ ଘରେ ଥିଲେ। ଉକ୍ତ ବ୍ୟକ୍ତି ବେଡ୍‌ ରୁମ୍‌କୁ ପଶିଯାଇ ଶହେ ଟଙ୍କା ମାଗିଥିଲା। ଟଙ୍କା ନାହିଁ ପରେ ଆସିବୁ ବୋଲି ସେମାନେ ତାକୁ କହିଥିଲେ। ଏହା ଭିତରେ ଭାଇ ପହଞ୍ଚିଥିଲେ ଓ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ତାକୁ ପଚାରି ଥିଲେ। ଏହା ପରେ ସେ ଭାଇଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା।

ପ୍ରଫେସର ନାୟକଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡ଼ା ସ୍ଥିତ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଫେରାର ଅଭିଯୁକ୍ତକୁ ଲଇକେରା ପୁଲିସ୍‌ ଧରିବା ସହିତ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ସେହି ଗାଁର ହୋଇଥିବା ବେଳେ ପୁଲିସ୍ ପକ୍ଷରୁ ତା’ ସଂପର୍କରେ ସବିଶେଷ ସୂଚନା ଦେଇ ନାହିଁ।

The post ୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ପୂର୍ବତନ କୁଳପତିଙ୍କୁ ହତ୍ୟା! appeared first on Odisha Reporter.



from Odisha Reporter https://ift.tt/3xXkvls

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages