ନବରଙ୍ଗପୁର (ନବଘନ ବିଷୋୟୀ): ପୋଖରୀ ଖୋଳା ଯାଇଥିବା ଦର୍ଶାଇ ସରକାରୀ ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ଜଣେ ଫରେଷ୍ଟରଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ରାମଚନ୍ଦ୍ର ଜାନି। ସେ ଏବେ ନବରଙ୍ଗପୁର ଜିଲ୍ଲାର କୋଡ଼ିଙ୍ଗା ବନାଞ୍ଚଳରେ କାର୍ଯ୍ୟ କରୁଥିଲେ।
ରାମଚନ୍ଦ୍ର ଡାବୁଗାଁ ବନାଞ୍ଚଳରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଡାବୁଗାଁ ବନାଞ୍ଚଳ ଅଧୀନ ହାତୀବେଡ଼ା ପଞ୍ଚାୟତର ବଡପାଂଜରିଆଗୁଡା ଗାଁରେ ପୋଖରୀ ଖୋଳା ନାଁରେ ସେ ୧ ଲକ୍ଷ ୬ ହଜାର ୮୧୨ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।
ନବରଙ୍ଗପୁର ବନଖଣ୍ଡ ଅଧିକାରୀ ମଗର ଧନାଜି ରାଓସୋଙ୍କ ସୂଚନା ଅନୁଯାୟୀ, ରାମଚନ୍ଦ୍ର ଜାନିଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ଏସିଏଫ୍ଓ ଧନଞ୍ଜୟ ମହାପାତ୍ରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ ରାମଚନ୍ଦ୍ରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
ସେ ଆହୁରି କହିଛନ୍ତି, ଏହି ଘଟଣାର ସବିଶେଷ ତଦନ୍ତ କରାଯାଉଛି। ପୂରା ତଦନ୍ତ ରିପୋର୍ଟ ଆସିବା ପରେ ଏଥିରେ ଅନ୍ୟ ଯେଉଁମାନେ ସଂପୃକ୍ତ ଥିବେ ବୋଲି ଜଣାପଡ଼ିବ, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।
The post ପୋଖରୀ ଖୋଳା ନାଁରେ ଟଙ୍କା ଆତ୍ମସାତ, ଫରେଷ୍ଟର ନିଲମ୍ବିତ appeared first on Odisha Reporter.
from Odisha Reporter https://ift.tt/3hc92Yi
No comments:
Post a Comment