ଡେଲଟା ଷ୍ଟ୍ରେନକୁ ମାତ ଦେବାରେ ଫାଇଜର ଓ କୋଭିସିଲ୍ଡ ଟିକା ସଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

ଡେଲଟା ଷ୍ଟ୍ରେନକୁ ମାତ ଦେବାରେ ଫାଇଜର ଓ କୋଭିସିଲ୍ଡ ଟିକା ସଫଳ

ଲଣ୍ଡନ: ଭାରତରେ ପ୍ରଥମେ ଠାବ ହୋଇଥିବା କରୋନାର ମାରାତ୍ମକ ଡେଲଟା ଭାରିଏଣ୍ଟକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି। ଭାରତରେ କରୋନାର ଦ୍ୱିତୀୟ ଲହର ପାଇଁ ଏହି ଭାରିଏଣ୍ଟ ଦାୟୀ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏସବୁ ଭିତରେ ଆଶ୍ୱସ୍ତ କରିବା ଭଳି ଖବର ସାମ୍ନାକୁ ଆସିଛି।

ଫାଇଜର ଓ ଆଷ୍ଟ୍ରାଜେନେକା ଦ୍ୱାରା ପ୍ରସ୍ତୁତ କରୋନା ଟିକା ଡେଲଟା ଭାରିଏଣ୍ଟ ବିରୋଧରେ ସୁରକ୍ଷା ଦେବାକୁ ସକ୍ଷମ ବୋଲି ଗବେଷକମାନେ କହିଛନ୍ତି। ବିଶେଷ କରି ଫାଇଜର ଓ ସହଯୋଗୀ ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକା ଏହି ଭାରିଏଣ୍ଟ ବିରୋଧରେ ଅଧିକ ଫଳପ୍ରଦ ବୋଲି ବିସ୍ତୃତ ଗବେଷଣାରୁ ଜଣାପଡ଼ିଛି।

ପବ୍ଲିକ ହେଲଥ ସ୍କଟଲ୍ୟାଣ୍ଡ ପକ୍ଷରୁ କୁହାଯାଇଛି ଯେ ଆମେ ସମସ୍ତଙ୍କୁ ଟିକା ନେବାକୁ ଆଗେଇ ଆସିବା ପାଇଁ ନିବେଦନ କରୁଛୁ। ନିଜର ତଥା ସମାଜର ସୁରକ୍ଷା ପାଇଁ ଟିକାର ଉଭୟ ଡୋଜ୍‌ ନେବା ଜରୁରୀ। Edinburgh and Strathclyde ବିଶ୍ୱବିଦ୍ୟାଳୟର ଗବେଷକ ଓ ପବ୍ଲିକ ହେଲଥ ସ୍କଟଲ୍ୟାଣ୍ଡ ପକ୍ଷରୁ କରାଯାଇ ଗବେଷଣା ଅନୁଯାୟୀ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ଆଲଫା ଭାରିଏଣ୍ଟ ବିରୋଧରେ ୯୦% ଓ ଡେଲଟା ଭାରିଏଣ୍ଟ ବିରୋଧରେ ୭୯% ପ୍ରଭାବୀ।

ଟିକାର ଉଭୟ ଡୋଜ୍‌ ନେବାର ୧୪ ଦିନ ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସେହିପରି ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଆଫଲା ବିରୋଧରେ ୭୩% ଓ ଡେଲଟା ଭାରିଏଣ୍ଟ ବିରୋଧରେ ୬୦% ସୁରକ୍ଷା ଦେଉଛି। ସ୍କଟଲ୍ୟାଣ୍ଡରେ ଏପ୍ରିଲ ୧ରୁ ଜୁନ ୬ ମଧ୍ୟରେ ଟିକାର ପ୍ରଭାବ ଜାଣିବା ପାଇଁ ଗବେଷଣା କରାଯାଇଥିଲା। ଏହି ସମୟରେ ଏପରି ତଥ୍ୟ ସାମ୍ନାକୁ ଆସିଛି।

ବ୍ରିଟେନରେ ମଧ୍ୟ ଡେଲଟା ଭାରିଏଣ୍ଟ ଚିନ୍ତା ବଢ଼ାଇଛି। ବ୍ରିଟେନ ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ ଟିକାର ଦୁଇଟି ଡୋଜ୍‌ ନେବା ପରେ ଡେଲଟା ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡ଼ୁନି। ପୂର୍ବରୁ ଲୋକଙ୍କୁ ଅଧିକ ପରିମାଣରେ ହସ୍ପିଟାଲ ଯିବାକୁ ପଡ଼ୁଥିଲା। ତେଣୁ ସମସ୍ତେ ଟିକାର ଦୁଇଟି ଯାକ ଡୋଜ୍‌ ନେବା ଦରକାର ବୋଲି ଏଜେନ୍ସି କହିଛି।

The post ଡେଲଟା ଷ୍ଟ୍ରେନକୁ ମାତ ଦେବାରେ ଫାଇଜର ଓ କୋଭିସିଲ୍ଡ ଟିକା ସଫଳ appeared first on Odisha Reporter.



from Odisha Reporter https://ift.tt/3zry91F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages