‘ଅନ୍ୟର ହସଖୁସିର ସଂସାର ଦେଖିଲେ ମୁଁ ଜଳିଯାଏ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 14, 2021

‘ଅନ୍ୟର ହସଖୁସିର ସଂସାର ଦେଖିଲେ ମୁଁ ଜଳିଯାଏ’

ବମ୍ବେ: ’ସବୁ ଝିଅଙ୍କ ପରି ମୁଁ ବି ଶାଶୁ ଘର ଯିବି ଓ ସ୍ଵାମୀ ଏବଂ ପିଲାଙ୍କ ସହ ହସଖୁସିରେ ରହିବି ବୋଲି ସ୍ବପ୍ନ ଦେଖିଥିଲି। ହେଲେ ସବୁ ସ୍ୱପ୍ନ ପୂରା ହୁଏନି l ଜୀବନରେ କିଛି ଆଫେୟାର୍ସ ହୋଇଥିଲା l ହେଲେ ତାହା ବାସ୍ତବ ରୂପ ନେବା ଆଗରୁ ଭାଙ୍ଗିଗଲା। ଏପରି ବାସ୍ତବତାକୁ ଗ୍ରହଣ କରିସାରିଥିବା ବେଳେ ମୋ ଜୀବନକୁ ଆସିଲେ ବିବେକ ମେହେରା l ପରିଣତ ବୟସରେ ଯାହାଙ୍କ ହାତରେ ହାତ ଛନ୍ଦି ଏବେ ମିସେସ ବିବେକ ମେହେରା ପରିଚୟରେ ବେଶ ଖୁସି ଅଛି l’

ନିଜ ଆତ୍ମଜୀବନୀ ‘ସଚ କହୁଁ ତୋ’ରେ ଏସବୁ କଥା ଲେଖିଛନ୍ତି ଅଭିନେତ୍ରୀ ନୀନା ଗୁପ୍ତା l ଗତକାଲି ତାଙ୍କ ବହିକୁ ବି -ଟାଉନ ବିୟୁଟି କରୀନା କପୁର ଖାନ ଉନ୍ମୋଚନ କରିଥିଲେ। ଏହି ବହିରେ ନିଃସଙ୍ଗ ଜୀବନର ବହୁ ଅକୁହା କଥାକୁ ଉଲ୍ଲେଖ କରିଛନ୍ତି ନୀନା।

ୱେଷ୍ଟଇଣ୍ଡିଜ୍‌ର ପ୍ରସିଦ୍ଧ କ୍ରିକେଟର ଭିଭିଆନ ରିଚାର୍ଡସଙ୍କ ସହ ନୀନାଙ୍କ ପ୍ରେମ ସମ୍ପର୍କକୁ ନେଇ ବଲିଉଡ୍‌ ଦିନେ ଉଠୁଥିବା ପଡୁଥିବା ବେଳେ ଉଭୟ କିନ୍ତୁ ବିବାହ ବନ୍ଧନରେ ବାନ୍ଧି ହୋଇ ପାରିନଥିଲେ। ହେଲେ ଭିଭିଆନଙ୍କ ଆଡୁ ନୀନା ଏକ କନ୍ୟା ସନ୍ତାନର ମା’ ହୋଇଥିଲେ। ସେମାନଙ୍କ ଝିଅ ନାଁ ମସାବା ଗୁପ୍ତା। ସେ ଏବେ ଜଣେ ଆଗଧାଡିର ଫ୍ୟାଶନ୍‌ ଡିଜାଇନର। ଭିଭିଆନ୍‌ ବହୁ ଦୂରରେ ରହୁଥିବା ବେଳେ ତାଙ୍କର ନିଜର ଲାଇଫ ଓ ପରିବାର ଥିଲା l ତେଣୁ ଜଣେ ସିଙ୍ଗଲ ମଦର ଭାବେ ନୀନା ଏକାକୀ ମସାବାଙ୍କୁ ବଡ଼ କରିଥିଲେ l

ପୁସ୍ତକ ଉନ୍ମୋଚନ ଅବସରରେ କରୀନାଙ୍କ ସହ ହୋଇଥିବା ବାର୍ତାଳାପରେ ନୀନା ନିଜ ମନ କଥା କହିଥିଲେ l ସେ କହିଥିଲେ, ମୋ ଜୀବନର ଭଲ ଦିନ ମୁଁ ସ୍ଵାମୀ କିମ୍ବା ପ୍ରେମୀଙ୍କ ବିନା କାଟିଛି l କିଛି ଆଫେୟାର୍ସ ହୋଇଥିଲା, ହେଲେ ତାହା ତିଷ୍ଠି ପାରିନଥିଲା l

ଏକ ଘଟଣାକୁ ମନେ ପକାଇ ନୀନା କହିଥିଲେ, ଜଣେ ବ୍ୟକ୍ତିଙ୍କ ସହ ବିବାହ ଫାଇନାଲ ହୋଇସାରିଥିବା ବେଳେ ମୁଁ ବାହାରେ ଶପିଂ କରୁଥିଲି l ଏହି ସମୟରେ ଫୋନ କରି ବିବାହ ଭାଙ୍ଗିଦେଲେ ସେହି ବ୍ୟକ୍ତି l ଏହାର କାରଣ ମୁଁ ଜାଣିନଥିବା ବେଳେ ସେ ଏବେ ନିଜ ହସଖୁସିର ଜୀବନ ବଞ୍ଚୁଛନ୍ତି l

ନିଜ ଜୀବନରେ ବହୁ ଦୁଃଖ, ବିଫଳତାକୁ ଦେଖିଥିବା ନୀନା ଅନ୍ୟର ହସଖୁସିର ଜୀବନ ଦେଖିଲେ ଈର୍ଷାରେ ଜଳିଯା’ନ୍ତି ବୋଲି କହିଥିଲେ। ଜୀବନରେ କରିଥିବା ଭୁଲରୁ ବହୁ କିଛି ଶିକ୍ଷା କରି ସେ ଆଗକୁ ବଢିଥିବା କହିଥିଲେ।

ନିଜ ବହିରେ ବହୁ ସୋପାନରେ ତାଙ୍କ ଜୀବନର ସଂଘର୍ଷ କାହାଣୀକୁ ବ୍ୟାଖ୍ୟା କରିଛନ୍ତି ଏହି ଭେଟେରାନ୍ ଅଭିନେତ୍ରୀ l ଏହି ବହିରେ ସେ ଜଣେ ସିଙ୍ଗଲ ମଦର ଭାବେ ତାଙ୍କ ଅନୁଭୂତି, ଫିଲ୍ମ ଇଣ୍ଡଷ୍ଟ୍ରିରେ ହେଉଥିବା ପଲିଟିକ୍ସ, ସଂଘର୍ଷ ଓ ବିନା ଗଡ଼ଫାଦରରେ ତିଷ୍ଠି ରହିବା ସଂପର୍କରେ ବର୍ଣ୍ଣନା କରିଛନ୍ତି।

The post ‘ଅନ୍ୟର ହସଖୁସିର ସଂସାର ଦେଖିଲେ ମୁଁ ଜଳିଯାଏ’ appeared first on Odisha Reporter.



from Odisha Reporter https://ift.tt/35jkvQb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages