ଅଚାନକ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡାକିଲେ ବିଜେପିର ଶୀର୍ଷ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

ଅଚାନକ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡାକିଲେ ବିଜେପିର ଶୀର୍ଷ ନେତା

ନୂଆଦିଲ୍ଲୀ: ହଠାତ୍ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ୱତଙ୍କୁ ଦିଲ୍ଲୀ ଡକାଯାଇଛି। କୁହାଯାଉଛି ବିଜେପିର ଶୀର୍ଷ ନେତା ତାଙ୍କୁ ଦିଲ୍ଲୀ ଡକାଇଛନ୍ତି। ତେଣୁ ଆଜି ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତେବେ ଗସ୍ତର କାରଣ ଅସ୍ପଷ୍ଟ ରହିଛି। ନିକଟରେ ବିଜେପିର ତିନି ଦିନିଆ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ପରେ ତିରଥଙ୍କୁ ଦିଲ୍ଲୀ ଡକାଯାଇଛି। ଏହି ଚିନ୍ତନ ଶିବିରରେ ଉପ ନିର୍ବାଚନ ବାବଦରେ ଆଲୋଚନା ହୋଇଥିବା ସୂଚନା ରହିଛି। ଏବେ ବିଜେପିର କେନ୍ଦ୍ରୀୟ ନେତା ତାଙ୍କୁ ଦିଲ୍ଲୀ ଡକାଇଥିବା କୁହାଯାଉଛି।

 ବିଜେପିର ଶୀର୍ଷ ନେତା ତିରଥଙ୍କୁ ଡକାଇବାର କାରଣ ବିଧାନସଭା ଉପନିର୍ବାଚନ ବୋଲି ଆକଳନ କରାଯାଉଛି। ତିରଥ ଏବେ ବି ସାଂସଦ ରହିଛନ୍ତି। ସେ କିନ୍ତୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବାରୁ ୬ ମାସ ଭିତରେ ତାଙ୍କୁ ବିଧାୟକ ଭାବରେ ନିର୍ବାଚିତ ହେବାକୁ ହେବ। ନିୟମ ମୁତାବିକ ସେପ୍ଚେମ୍ୱର ୧୦ ପୂର୍ବରୁ ତିରଥ ବିଧାନସଭାକୁ ନିର୍ବାଚିତ ହେବା ଦରକାର। ନିକଟରେ ତିରଥ ମଧ୍ୟ ଉପ ନିର୍ବାଚନ ଲଢ଼ିବେ ବୋଲି ମିଡିଆକୁ କହିଥିଲେ। ଏଥିପାଇଁ ପ୍ରସ୍ତୁତି ସରିଛି। ଅନେକ ବିଧାୟକ ତାଙ୍କ ପାଇଁ ଆସନ ଛାଡ଼ିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

ଉତ୍ତରଖଣ୍ଡରେ କିନ୍ତୁ ଏବେ ଦୁଇଟି ବିଧାନସଭା ଆସନ ଖାଲି ରହିଛି। ତିରଥ ସିଂହ କିନ୍ତୁ ଗଙ୍ଗୋତ୍ରୀ ଆସନରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ କୋଭିଡ ପାଇଁ ନିର୍ବାଚନ କମିଶନ ଏବେ ଉପନିର୍ବାଚନ ଉପରେ ରୋକ୍ ଲଗାଇଛନ୍ତି। ଏବେ ରାଜ୍ୟ ତଥା ଦେଶରେ କୋଭିଡ ସଂକ୍ରମଣ ଦୁର୍ବଳ ହୋଇଛି। ହେଲେ ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ରାଜନୀତିକ ସମାବେଶ ଇତ୍ୟାଦି ଉପରେ ରୋକ୍ ଲଗାଯାଇଛି।

ସୂଚନାଯୋଗ୍ୟ, ତିରଥ ସିଂହ ରାଓ୍ୱତ ବୁଧବାର ମହାଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବାର ଥିଲା। କିନ୍ତୁ ସେ ଦିଲ୍ଲୀ ଗସ୍ତରେ ଆସିଥିବାକୁ ମହିଳା ସଶକ୍ତିକରଣର ଏହି ଯୋଜନାର ଶୁଭାରମ୍ଭ ପ୍ରକ୍ରିୟାକୁ ଏବେ ଟାଳି ଦିଆଯାଇଛି।

The post ଅଚାନକ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦିଲ୍ଲୀ ଡାକିଲେ ବିଜେପିର ଶୀର୍ଷ ନେତା appeared first on Odisha Reporter.



from Odisha Reporter https://ift.tt/3js7cFn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages