ନୂଆଦିଲ୍ଲୀ: ମେଡ୍ ଇନ୍ ଇଣ୍ଡିଆ କୋଭାକ୍ସିନ ଟିକାର ଦମ୍ ଅଛି। ଏହି ଟିକାକୁ ନେଇ ଭାରତରେ ଯଦିଓ ବିରୋଧୀ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି ହେଲେ ଆମେରିକାର ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ (ଏନଆଇଏଚ) କୋଭାକ୍ସିନ ଟିକାର ପରୀକ୍ଷା କରି ରିପୋର୍ଟ ଦେଇଛି। ଟିକା ନେବା ପରେ ଶରୀରରେ ଆଣ୍ଟିବଡି ତିଆରି ହେଉଛି। ଏହି ଟିକା ବ୍ରିଟେନରେ ଦେଖାଦେଇଥିବା ଆଲଫା ଏବଂ ଭାରତରେ ଦେଖାଦେଇଥିବା ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବୀ ବୋଲି ଏନଆଇଏଚ ସ୍ପଷ୍ଟ କରିଛି।
ଏନଆଇଏଚ କହିଛି କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ରକ୍ତକୁ ନେଇ ଏହି ପରୀକ୍ଷା କରାଯାଇଥିଲା। ଏହି ଟିକାରୁ ଯେଉଁ ଆଣ୍ଟିବଡି ତିଆରି ହେଉଛି ସେଥିରେ ବ୍ରିଟେନ ଏବଂ ଭାରତରେ ଦେଖାଦେଇଥିବା ଆଲଫା ଓ ଡେଲଟା ଭାରିଆଣ୍ଟ ବିରୋଧରେ କଡ଼ା ମୁକାବିଲା କରୁଛି। ମୋଟ୍ ୬୧୭ ପ୍ରକାର ଭାରିଆଣ୍ଟ ବିରୋଧରେ କୋଭାକ୍ସିନ କାମ କରୁଛି ବୋଲି ଏନଆଇଏଚ କହିଛି।
ଏହାପୂର୍ବରୁ ଆମେରିକାର ସଂକ୍ରମଣ ରୋଗ ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫାଉସି ମଧ୍ୟ କୋଭାକ୍ସିନକୁ ପ୍ରଶଂସା କରି ସାରିଛନ୍ତି। ଫାଉନ୍ସି କହିଥିଲେ ଯେ ଭାରତରେ ନିର୍ମିତ କୋଭାକ୍ସିନ୍ କରୋନାର ୬୧୭ ଭାରିଆଣ୍ଟ ବିରୋଧରେ ପ୍ରଭାବୀ। କୋଭାକ୍ସିନ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ। ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ତେବେ ମଧ୍ୟବର୍ତ୍ତୀ ଫଳାଫଳ ଅନୁଯାୟୀ, ଏହି ଟିକା ୭୮ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ।
ମାର୍ଚ୍ଚ ମାସରେ ଭାରତ ବାୟୋଟେକ ଫେଜ-୩ ଟ୍ରାଏଲର ଅନ୍ତରୀଣ ରିପୋର୍ଟ ଜାରି କରିଥିଲା। ଏଥିରେ କରୋନାକୁ ମାତ ଦେବାରେ କୋଭାକ୍ସିନ ସଫଳ ବୋଲି କୁହାଯାଇଥିଲା। ସେହିପରି ଟିକା ନେବା ପରେ ଯଦି କେହି ସଂକ୍ରମିତ ହୁଅନ୍ତି, ତା’ହେଲେ ସେ ହସ୍ପିଟାଲରେ ଭିର୍ତ୍ତି ହେବାର ଆଶଙ୍କା ବହୁତ କମ।
ଫେଜ-୩ ଟ୍ରାଏଲର ଚୂଡ଼ାନ୍ତ ରିପୋର୍ଟ ସାର୍ବଜନୀନ ହୋଇ ନଥିବା ବେଳେ ଗତ ମାସରୁ ଛୋଟ ପିଲାଙ୍କ ଉପରେ ଟିକାର ପରୀକ୍ଷଣ ଆରମ୍ଭ ହୋଇଛି। ୨ରୁ ୧୮ ବର୍ଷ ମଧ୍ୟରେ ପିଲାମାନଙ୍କ ଉପରେ ଟିକାର ଫେଜ-୨/୩ ଟ୍ରାଏଲ ହେବ ବୋଲି କମ୍ପାନୀ କହିଛି।
The post କୋଭାକ୍ସିନ ଆଲଫା ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ପ୍ରଭାବୀ: ଏନଆଇଏଚ appeared first on Odisha Reporter.
from Odisha Reporter https://ift.tt/3jtPCAP
No comments:
Post a Comment