ଦେଶରେ ୩ ହଜାର ତଳକୁ ଆସିଲା ମୃତ୍ୟୁ ସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 2, 2021

ଦେଶରେ ୩ ହଜାର ତଳକୁ ଆସିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ତଥାପି ପ୍ରତିଦିନ ଦେଢ ଲକ୍ଷ ପାଖାପାଖି ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୩୪ ହଜାର ୧୫୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଅବଧି ମଧ୍ୟରେ ୨୮୮୭ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି। ଯାହାକି ଆଶ୍ୱସ୍ତିକର। କାରଣ ପ୍ରାୟତଃ ଦୈନିକ ମୃତ୍ୟୁ ସଂଖ୍ୟା ୩ ହଜାର ଉପରେ ରହୁଥିଲା। ଏହାକୁ ମିଶାଇଲେ ଏଯାବତ ୩ ଲକ୍ଷ ୩୭ ହଜାର ୯୮୯ ଜଣ କରୋନାରେ ଆଖି ବୁଜିଛନ୍ତି।

ସେହିପରି ୨ ଲକ୍ଷ ୧୧ ହଜାର ୪୯୯ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଗତକାଲି ତୁଳନାରେ ଆଜିର ରିପୋର୍ଟରେ ୮୦,୨୩୨ ଜଣ କମ୍ ଚିକିତ୍ସାଧୀନ ରହିଛନ୍ତି। ଏବେ ସାରା ଦେଶରେ ୧୭ ଲକ୍ଷ ୧୩ ହଜାର ୪୧୩ ଜଣ ଚିକିତ୍ସାଧୀନ ରହିଛନ୍ତି। ଏହାପୂର୍ବରୁ ବୁଧବାର ଦିନ ୧ ଲକ୍ଷ ୩୨ ହଜାର ୭୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨୦୭ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିଲା।

ଆଜି ଦେଶରେ କ୍ରମାଗତ ୧୧ ଦିନ ପାଇଁ ଆରୋଗ୍ୟ ସଂଖ୍ୟା କରୋନା ସଂକ୍ରମିତ ସଂଖ୍ୟା ତୁଳନାରେ ଅଧିକ ରହିଛି। ଏବେ ଦେଶରେ ସଂକ୍ରମିତ ହାର ୬ ପ୍ରତିଶତରୁ ଅଧିକ ରହିଥିବା ବେଳେ ଦେଶରେ କରୋନାର ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି। ସେହିପରି ଆରୋଗ୍ୟ ହାର ୯୨ ପ୍ରତିଶତରୁ ଅଧିକ ରହିଛି। ଚିକିତ୍ସାଧୀନ ଅବସ୍ଥାରେ ୭ ପ୍ରତିଶତରୁ କମ୍ ରହିଛନ୍ତି। କରୋନାରେ ଚିକିତ୍ସାଧୀନ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ପରେ ବିଶ୍ୱରେ ବ୍ରାଜିଲରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

ମେ ୭ରେ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯାହାକି ଦେଶରେ ସର୍ବାଧିକ ସଂକ୍ରମିତ ସଂଖ୍ୟା ରହିଛି। ଏହା ପରେ କିନ୍ତୁ କ୍ରମଶଃ କରୋନା ସଂକ୍ରମଣ କମିବାରେ ଲାଗିଛି। ଦେଶରେ ଆରୋଗ୍ୟ ହାର ଏବେ ୯୨.୪୮% କୁ ବୃଦ୍ଧି ପାଇଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୮.୨୧% ରହିଛି।

The post ଦେଶରେ ୩ ହଜାର ତଳକୁ ଆସିଲା ମୃତ୍ୟୁ ସଂଖ୍ୟା appeared first on Odisha Reporter.



from Odisha Reporter https://ift.tt/3vInvkO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages