ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସ୍ତ୍ରୀକୁ ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ବେଢ଼ଛେଲୁ ଗାଁରେ।
ମୃତକ ଦ୍ୱୟ ହେଲେ ପ୍ରଶାନ୍ତ ମୁଦୁଲି ଓ ତାଙ୍କ ପତ୍ନୀ ଝିଲି ମୁଦୁଲି।
ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପ୍ରଶାନ୍ତ ପଥରରେ ଛେଚି ପତ୍ନୀଙ୍କୁ ହତ୍ୟା କରି ଦେଇଥିଲେ। ତା’ପରେ ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିଲେ।
ଘରୋଇ କଳିରୁ ଏମିତି ଏକ ଘଟଣା ଘଟିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ସେମାନଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏମିତିକି ପୂର୍ବରୁ ଅନେକ ଥର ସେମାନେ ଘରୋଇ ଝଗଡ଼ାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ।
ପୁଲିସ୍ ଘଟଣାର ତଦନ୍ତ କରୁଛି। ମୃତ ଦମ୍ପତିଙ୍କର ଜଣେ ୧୮ ବର୍ଷର ପୁଅ ଓ ଜଣେ ୧୩ ବର୍ଷର ଝିଅ ଅଛନ୍ତି।
The post ସ୍ତ୍ରୀ ମାରି ଝୁଲିପଡ଼ିଲେ ସ୍ୱାମୀ! appeared first on Odisha Reporter.
from Odisha Reporter https://ift.tt/3vOeTJp
No comments:
Post a Comment