ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପାରଳାଖେମୁଣ୍ଡିର ୮୫ ବର୍ଷୀୟ ବୃଦ୍ଧ ଲକ୍ଷ୍ମୀଚରଣ ପଟ୍ଟନାୟକ। ଏ ବୟସରେ ବି ସେ ଖୁବ୍ ଚଳଚଞ୍ଚଳ। ପରିଣତ ବୟସରେ ଯୋଗ କରି ନିଜେ ନିରୋଗ ରହିବା ସହ ଅନ୍ୟକୁ ବାଣ୍ଟୁଛନ୍ତି ଏହି ମନ୍ତ୍ର।
ପରିଣତ ବୟସରେ ପ୍ରତିଦିନ ଯୋଗଶିକ୍ଷା ଦେଇ ସେ ବର୍ତ୍ତମାନ ଯୁବପିଢିଙ୍କ ଆଦର୍ଶ ଓ ପାରଳାଖେମୁଣ୍ଡି ସହରର ରାମଦେବ ବାବା ଭାବେ ପରିଚିତ । କିଛି କରିବାର ଇଚ୍ଛାଶକ୍ତି ଥିଲେ ବୟସ ବି ହାରମାନେ ବୋଲି ସେ ପ୍ରମାଣିତ କରି ଦେଖାଇଛନ୍ତି।
ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଘରୋଇ କମ୍ପାନରେ ସହକାରୀ ଯନ୍ତ୍ରୀ ଭାବେ କାମ କରି ଅବସର ନେଇ ସାରିଥିବା ଲକ୍ଷ୍ମୀଚରଣ ବିଭିନ୍ନ ଯୋଗ ଶିବିର, ସ୍କୁଲ,କଲେଜ ଓ ମୁକ୍ତାକାଶ ସ୍ଥାନରେ ଯୋଗ ଶିକ୍ଷା ଦେଉଛନ୍ତି । ହେଲେ ଏବେ କୋରୋନା ପାଇଁ ସିମୀତ ଶିକ୍ଷାର୍ଥୀଙ୍କୁ ଯୋଗ ଶିଖାଇବା ସହ ନିଜେ ବି ପ୍ରତିଦିନ ବିଭିନ୍ନ ଯୋଗାଭ୍ୟାସ କରୁଛନ୍ତି।
ଏନେଇ ଲକ୍ଷ୍ମୀଚରଣ କହିଛନ୍ତି, ମେକାନିକାଲ ଇଞ୍ଜିନିୟର ହେବା ପୂର୍ବରୁ ବହୁ ପାନ ଖାଉଥିଲି। ପାନ ଯେତେଦିନ ଖାଉଥିଲି ଦାନ୍ତ ଠିକଥିଲା। ତା’ ପରେ ଝଡ଼ିଲା। ତେଣୁ ଆଜିର ଯୁବପିଢୀଙ୍କୁ ପୁଡ଼ିଆ ଖାଇବାରୁ ବାରଣ କରିଛନ୍ତି ଲକ୍ଷ୍ମୀଚରଣ।
ଏନେଇ ସେ କହିଛନ୍ତି, ନିରୋଗ ରଖିବା ପାଇଁ ଯୋଗ ନିହାତି ଆବଶ୍ୟକ। ରୋଗରୁ ମୁକ୍ତି ପାଇଁ ଯୋଗ ଆବଶ୍ୟକ। ପାଚନ ତନ୍ତ୍ର ସକ୍ରିୟ ହେବ । ଯୋଗ ଏକ ସାଧନା। ଏହା ଭଗବାନଙ୍କ ଭେଟି। ତାହାକୁ ସାଇତି ରଖିବା ଆମ କର୍ତ୍ତବ୍ୟ। ଯୋଗର ସାଧନା କରୁଥିବା ଲୋକ ମାରାତ୍ମାକ କିମ୍ବା ସାମାନ୍ୟ ରୋଗରେ ବି ପଡ଼ିବା ଆଶଙ୍କା ବହୁତ କମ୍।
The post ପରିଣତ ବୟସରେ ବି ଚଳଚଞ୍ଚଳ, ଶିଖାଉଛନ୍ତି ଯୋଗ appeared first on Odisha Reporter.
from Odisha Reporter https://ift.tt/3gFV7uD
No comments:
Post a Comment