ଫେସବୁକରେ ବନ୍ଧୁତା କରି ମହିଳାଙ୍କ ଠାରୁ ଲୁଟିନେଲେ ୨.୫ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 21, 2021

ଫେସବୁକରେ ବନ୍ଧୁତା କରି ମହିଳାଙ୍କ ଠାରୁ ଲୁଟିନେଲେ ୨.୫ କୋଟି

ଜୟପୁର: ପୁଣିଥରେ ସାଇବର କ୍ରାଇମର ଆଉ ଘଟଣା ସାମ୍ନାକୁ ଆସିଛି। ନିଜକୁ ବିଦେଶୀ ମହିଳାର ପରିଚୟ ଦେଇ ଫେସବୁକରେ ମହିଳାଙ୍କ ସହ ବନ୍ଧୁତା କରିଥିବା ଜଣେ ବ୍ୟକ୍ତିଙ୍କ କଳାକାରନାମା ସାମ୍ନାକୁ ଆସିଛି। ଏହି ବ୍ୟକ୍ତି ଜଣଙ୍କ ତାଙ୍କ ଫେସବୁକର ମହିଳା ବନ୍ଧୁଙ୍କ ଠାରୁ ବିଭିନ୍ନ ପ୍ରଲୋଭନ ଦେଖାଇ ୨.୫ କୋଟି ଟଙ୍କା ଲୁଟି ନେଇଛନ୍ତି। ପୁଲିସ୍‌ ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୀରଜ ସୁରୀ ଓ ତାଙ୍କ ଘର ବିହାରରେ। ସେ ମହିଳାଙ୍କୁ ଫେସବୁକ ଜରିଆରେ ଜଣେ ବିଦେଶୀ ମହିଳା ରେବେକା ଖ୍ରୀଷ୍ଟିନେ ଭାବେ ପରିଚୟ ଦେଇ ବନ୍ଧୁତା କରିଥିଲେ। ରେବେକା ସୱାଇ ମାଧୋପୁରରେ ରହୁଥିବା ଗୁଞ୍ଜନ ଶର୍ମାଙ୍କ ସହ ପ୍ରଥମେ ଫେସବୁକରେ ବନ୍ଧୁତା କରିଥିଲେ। ରେବେକା ଓରଫ ନୀରଜ ନିଜକୁ ବିଧବା ଓ କ୍ୟାନସର ପୀଡ଼ିତ ବୋଲି କହି ଗୁଞ୍ଜନଙ୍କ ବିଶ୍ୱାସ ଜିତିଥିଲେ।

ଏହାପରେ ସେ ତାଙ୍କ ପାଖରେ ୨୮ କୋଟିର ସମ୍ପତ୍ତି ଥିବା ଲୋଭ ଗୁଞ୍ଜନଙ୍କୁ ଦେଖାଇଥିଲେ। ତାଙ୍କ ସମ୍ପତ୍ତିର ଦେଖାଶୁଣା କରିବାକୁ କେହି ନଥିବାରୁ ସେ ଏହାକୁ ଗୁଞ୍ଜନଙ୍କୁ ଦେବାକୁ ଚାହୁଁଥିବା ମଧ୍ୟ କହିଥିଲେ। ସମ୍ପତ୍ତି ହସ୍ତାନ୍ତର କରିବାକୁ ଅଭିଯୁକ୍ତ ଜଣଙ୍କ ଗୁଞ୍ଜନଙ୍କ ସହ ତାଙ୍କ ଓକିଲ ବାରମେକ୍ସ ଓ ଭାରତୀୟ ପ୍ରତିନିଧି ଜନସନ ଯୋଗାଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ

କଥା ଶେଷ ହେବା ପରେ ଗୁଞ୍ଜନଙ୍କ ପାଖକୁ ତଥାକଥିତ ‘Foreign Exchange Department’ ନାଁରେ ଗୋଟିଏ ଇ-ମେଲ ଆସିଥିଲା। ଏଥିରେ ଥିବା ବିଭିନ୍ନ ଆକାଉଣ୍ଟକୁ ଗୁଞ୍ଜନ ୨.୫ କୋଟି ଟଙ୍କା ପଠାଇଥିଲେ। ଏଥିରେ ଆରବିଆଇ ଫି’, ପ୍ରୋସେସିଂ ଫି’ ଓ ଆଇନଜୀବୀ ଫି’ ବାବଦରେ ଟଙ୍କା ଦେବାକୁ କୁହାଯାଇଥିଲା। ଟଙ୍କା ଦେଇ ସାରିବା ପରେ ଗୁଞ୍ଜନ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଶେଷରେ ସେ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ପୁଲିସ୍‌ର ଗୋଟିଏ ଟିମ ଆକାଉଣ୍ଟରେ ଥିବା ଠିକଣାରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତର ଅଫିସ ମସୁରି ଓ ଡେରାଡୁନରେ ଚାଲିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଜଣଙ୍କ ନକଲି ସିଏ କାର୍ଡ ଧରି ନିଜର ନେଟୱର୍କ ବଢ଼ାଇଛି। ସେ ଋଣ ପାଇଁ ଦିଲ୍ଲୀ, ମସୁରି ଓ ଡେରାଡୁନରେ ଅଫିସର ଖୋଲିଥିଲେ।

ସେ ଜିଏସ୍‌ଟି, ଆଇଟିଆର, ପାନ ଓ ଆଧାର କାର୍ଡ ଜରିଆରେ ନକଲି ଆକାଉଣ୍ଟ ମାନ ଖୋଲି ଋଣ ହାସଲ କରୁଥିଲେ। ନାଇଜେରିଆର କିଛି ଲୋକଙ୍କ ପାଇଁ ସେ ଫେକ ଆକାଉଣ୍ଟ ଖୋଲି ଅଧିକ କମିଶନ ମଧ୍ୟ ପାଉଥିଲେ। ସେ ଫେସବୁକରେ ବିଦେଶୀ ନଗରିକଙ୍କୁ ନିଜ ଜାଲରେ ଫସାଇ ତାଙ୍କୁ ଲୁଟ କରୁଥିଲେ ବୋଲି ଜଣାପଡ଼ିଛି।

The post ଫେସବୁକରେ ବନ୍ଧୁତା କରି ମହିଳାଙ୍କ ଠାରୁ ଲୁଟିନେଲେ ୨.୫ କୋଟି appeared first on Odisha Reporter.



from Odisha Reporter https://ift.tt/2SktJJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages