ମୁମ୍ବାଇ: ପାକିସ୍ତାନୀ ଗାୟକଙ୍କୁ ପସନ୍ଦ କରୁଥିବା ଫ୍ୟାନଙ୍କ ପାଇଁ ବଡ଼ ଦୁଃଖଦ ଖବର। ପାକିସ୍ତାନର ଜଣାଶୁଣା ଗାୟକ ଫରହାଦ୍ ହୁମାୟୁନଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା। ଫରହାଦଙ୍କ ଏଭଳି ଦୁନିଆରୁ ବିଦାୟ ନେବା ତାଙ୍କ ଫ୍ୟାନ୍ ଓ ପାକିସ୍ତାନ ସେଲିବ୍ରିଟୀଙ୍କ ପାଇଁ ଅତ୍ୟନ୍ତ ଦୁଃଖର ବିଷୟ। ତାଙ୍କ ଦେହାନ୍ତ ପରେ ଫ୍ୟାନଙ୍କ ସହ ପାକିସ୍ତାନର ବଡ଼ ବଡ଼ ସେଲିବିଟ୍ରୀ ସୋଶାଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ଫରହାଦଙ୍କ ମୃତ୍ୟୁର ଅସଲ୍ କାରଣ କ’ଣ ଜଣା ପଡ଼ି ନାହିଁ। ତେବେ ତାଙ୍କର ବ୍ରେନ୍ ଟ୍ୟୁମର୍ ଥିଲା ଏବଂ ଦୁଇଥର ତାଙ୍କର ବଡ଼ ଅପରେସନ୍ ମଧ୍ୟ ହୋଇଥିଲା। ମଙ୍ଗଳବାର ଅପରାହ୍ଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି। ସେ ଜଣାଶୁଣା ଟିଭି ଅଭିନେତା ଓ ଏକାଡେମିକ ନଭିଦ୍ ଶେହଜାଦଙ୍କ ପୁଅ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ମା’, ପିତା ଓ ଦୁଇ ଭଉଣୀ ସାରା ଶେହଜାଦ୍ ଓ ରୀମା ବୁଖାରୀ ଉପସ୍ଥିଥ ଥିଲେ।
Good bye old friend. You were an inspiration for so many. Your contribution to music and in people’s lives cannot be defined in a few lines. You were more than a musician and a performer…you were a fighter… destined for greatness and great you were. R.I.P #farhadhumayun pic.twitter.com/RW4hvr5exC
— Ali Zafar (@AliZafarsays) June 8, 2021
୨୦୦୩ରେ ସେ ଅଣ୍ଡରଗ୍ରାଉଣ୍ଡ ମ୍ୟୁଜିସିଆନ୍ ଭାବେ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ। ସେ ନିଜର ଦୁଇଟି ବ୍ୟାଣ୍ଡସ୍, କୋ-ଭେନ୍ ଓ ମାଇଣ୍ଡରିଅଟ୍ ଗଠନ କରିଥିଲେ। ତାଙ୍କ ପରଲୋକରେ ପାକିସ୍ତାନ ଅଭିନେତା ଅଲୀ ଜାଫର୍ ଶୋକ ପ୍ରକାଶ କରିଛନ୍ତି । ଅଲୀ ଜାଫର୍ ଟୁଇଟ୍ କରି ଲେଖିଛନ୍ତି, ଅଲିବାଦ ବନ୍ଧୁ। ଆପଣ ବହୁତ ଲୋକଙ୍କ ପାଇଁ ପ୍ରେରଣା ଥିଲେ। ସଂଗୀତ ଓ ଲୋକଙ୍କ ଜୀବନରେ ଆପଣଙ୍କ ଯୋଗଦାନ ଅପୂରଣୀୟ। ସେହିପରି ଜଣାଶୁଣା ଗାୟକ ଅତିଫ୍ ଅସଲମ୍ ମଧ୍ୟ ଫରହାନଙ୍କ ଦେହାନ୍ତରେ ଶୋକ ଜଣାଇଛନ୍ତି।
Thank you, Fadi, for giving us great music, good times & for playing on my 1st album. Buddy, I was thrilled abt r collab – I have finished the lyrics as well but I didn’t know we won’t be able to make it happen.#farhadhumayun #RestInPeace #GoneTooSoon
1/2
— Atif Aslam (@itsaadee) June 8, 2021
Your legacy – fire, passion and insane courage – will live on forever.
You were a beast in the studio!!#FarhadHumayun #Restinpeace #GoneTooSoon
2/2
— Atif Aslam (@itsaadee) June 8, 2021
The post ଜଣାଶୁଣା ସିଙ୍ଗର୍ ଫରହାଦ୍ ହୁମାୟୁନଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/2THqaNt
No comments:
Post a Comment