ନବୀନଙ୍କ ସମେତ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ନବୀନଙ୍କ ସମେତ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ଗତବର୍ଷ କେନ୍ଦ୍ର ସରକାର ସାରା ଦେଶରେ ଲକଡାଉନ ଲାଗୁ କରିଥିଲେ। ଏହି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏମଏସଏମଇ ଓ କ୍ଷୁଦ୍ର ବ୍ୟବସାୟୀ ଋଣ ପୈଠ ନେଇ ଆଶ୍ୱସ୍ତି ପ୍ରଦାନ କରିଥିଲେ। ଏବେ ଦେଶର ରାଜ୍ୟ ସରକାର ମାନେ ଲକଡାଉନ ଲାଗୁ କରିଛନ୍ତି। ହେଲେ ଆରବିଆଇ କି କେନ୍ଦ୍ର ସରକାର ଋଣ ପରିଶୋଧ ନେଇ କୌଣସି ଆଶ୍ୱସ୍ତି ପ୍ରଦାନ କରି ନାହାନ୍ତି ଏହି ବର୍ଗର ବ୍ୟବସାୟୀଙ୍କୁ। ଯଦି ସରକାର ଆଶ୍ୱସ୍ତି ନଦେବେ ତାହେଲେ ଏମଏସଏମଇ ଶିଳ୍ପ ଆହୁରି ପ୍ରଭାବିତ ହେବ। ଏଭଳି ଆଶଙ୍କା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍।

ସେ ଏହି ଦାବିକୁ କେନ୍ଦ୍ର ଓ ଆରବିଆଇ ଆଗରେ ରଖିବାକୁ ଚାହୁଁଛନ୍ତି। ତେଣୁ ଅଣ ବିଜେପି ଶାସିତ ରାଜ୍ୟର ସରକାର ତାଙ୍କ ଦାବିକୁ ସମର୍ଥନ କରନ୍ତୁ। ଏ ନେଇ ଷ୍ଟାଲିନ ଏକ ଚିଠି ଲେଖିଛନ୍ତି ୧୨ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ। ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ଦିଲ୍ଲୀ, ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଛନ୍ତି। ଯଦି କେନ୍ଦ୍ର ସରକାର ଋଣ ପରିଶୋଧରେ ଆଶ୍ୱସ୍ତି ନଦେବେ ତାହେଲେ ଏମଏସଏମଇ ଶିଳ୍ପ ସହ ଏହା ଧୋକା ହେବ ବୋଲି ଷ୍ଟାଲିନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଷ୍ଟାଲିନ କେନ୍ଦ୍ର ସରକାର, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନ୍ତତଃ ସର୍ବାଧିକ ୫ କୋଟି ଯାଏ ଋଣ ନେଇଥିବା ବ୍ୟକ୍ତିଙ୍କୁ ଚଳିତ ଆର୍ଥିକ ବର୍ଷର ଦୁଇଟି ଆର୍ଥିକ ମାସ ଅର୍ଥାତ୍ ସେପ୍ଟେମ୍ୱର ଯାଏ ଋଣ ପରିଶୋଧରୁ ଆଶ୍ୱସ୍ତି ଦିଆଯାଉ ବୋଲି ଷ୍ଟାଲିନ ତାଙ୍କ ଚିଠିରେ ଲେଖିଛନ୍ତି। ଏମଏସଏମଇ ଏବଂ କ୍ଷୁଦ୍ର ବ୍ୟବସାୟ ହେଉଛି ଆମର ଅର୍ଥନୀତି ଏବଂ ନିଯୁକ୍ତି ଉତ୍ପାଦନର ମୂଳଦୁଆ। ତେଣୁ ସରକାର ଏହାକୁ ଗ୍ରହଣ କରିବା ଦରକାର। ସରକାର ଯଦି ଏଭଳି ଆଶ୍ୱସ୍ତି ପ୍ରଦାନ କରିବେ ତାହେଲେ ଅନେକ ବ୍ୟବସାୟ ବନ୍ଦ ହେବାରୁ ବର୍ତ୍ତିଯିବ।

The post ନବୀନଙ୍କ ସମେତ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2TdiimA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages