ବିନିକା (ଦିଲ୍ଲୀପ କୁମାର ସାହୁ): ‘ଶଲାବୁଢ଼ା’ ଫେମ୍ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଯାଇଛି। ତାଙ୍କ ସାନ ପୁଅ ଅରୁଣ ପଣ୍ଡା ଏହି ସୂଚନା ଦେଇଛନ୍ତି।
ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୩ଟା ୪୫ ମିନିଟ୍ରେ ଅଟଳଙ୍କର ପରଲୋକ ହୋଇଛି। ସେ ସେପ୍ଟିସେମିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।
ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଖୁବ୍ ପ୍ରଶଂସା ସାଉଁଟି ଥିଲେ। ‘ଶଲାବୁଢ଼ାର ବଦଲା’ରେ ବି ସେ ଅଭିନୟ କରିଥିଲେ।
ମେ’ ୧୬ ତାରିଖରେ ଅଟଳ ବିହାରୀ ପଣ୍ଡାଙ୍କ ପତ୍ନୀ ଲଳିତା ପଣ୍ଡା (୮୦)ଙ୍କର ପରଲୋକ ହୋଇଥିଲା। ପତ୍ନୀଙ୍କ ମୃତ୍ୟୁପରେ ସେ ଭାଙ୍ଗି ପଡ଼ିଥିଲେ। ଦେହ ଖରାପ ହେବାରୁ ମେ’ ୧୯ ତାରିଖରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମେ’ ୩୧ ତାରିଖରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲା। ତେବେ ପୁଣି ଅବସ୍ଥା ଗୁରୁତର ହେବାରୁ ଜୁନ୍ ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।
The post ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/34QE02C
No comments:
Post a Comment