‘୫୦୦ ଦିଅ, ନ ହେଲେ ୫୦୦୦ ଫାଇନ୍‌ କଟାଯିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 4, 2021

‘୫୦୦ ଦିଅ, ନ ହେଲେ ୫୦୦୦ ଫାଇନ୍‌ କଟାଯିବ’

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ‘୫୦୦ ଟଙ୍କା ଦିଅ। ନହେଲେ ୫୦୦୦ ଟଙ୍କାର ଫାଇନ କଟାଯିବ।’ ଜଣେ ପୁଲିସ୍ କର୍ମଚାରୀ ଜଣେ ବାଇକ ଚାଳକଙ୍କୁ ଏମିତି ଶୈଳୀରେ ଲାଞ୍ଚ ମାଗୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ନୟାଗଡ଼ ଜିଲ୍ଲା ଦଶପଲ୍ଲାର।

ଗୁରୁବାର ଦଶପଲ୍ଲା ଦୁର୍ଗା ବଜାରରେ ମାସ୍କ ଓ ଗାଡ଼ି କାଗଜ ପତ୍ର ଚେକିଂ ହେଉଥିଲା। ଏହି ସମୟରେ ଦଶପଲ୍ଲା ଥାନାର ହାବିଲଦାର ଜୟନ୍ତ ସେଠୀ ଜଣେ ବାଇକ ଚାଳକକୁ ଧରିଥିଲେ ଓ ଗାଡ଼ି କାଗଜପତ୍ର ଦେଖାଇବାକୁ କହିଥିଲେ। କାଗଜ ପତ୍ର ନଥିବାରୁ ତାକୁ ୫୦୦ ଟଙ୍କା ମାଗିଥିଲେ ।

ଭାଇରାଲ ଭିଡିଓରେ ପୁଲିସ୍ କର୍ମଚାରୀ ଜଣଙ୍କ ଜଣେ ବ୍ୟକ୍ତିଙ୍କୁ ବାବୁ କ’ଣ କହିଲେ ବୋଲି ପଚାରୁଛନ୍ତି। ତା’ପରେ କହିଛନ୍ତି, ୫୦୦ ଟଙ୍କା ଖର୍ଚ୍ଚ ଦେଇ ଦେ। ନହେଲେ ୫୦୦୦ ଟଙ୍କା ଫାଇନ୍ ପଡ଼ିବ।

ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେଉଥିବା ବେଳେ ଏନେଇ ନୟାଗଡ଼ ପୁଲିସର ମତାମତ ମିଳିପାରି ନାହିଁ।

The post ‘୫୦୦ ଦିଅ, ନ ହେଲେ ୫୦୦୦ ଫାଇନ୍‌ କଟାଯିବ’ appeared first on Odisha Reporter.



from Odisha Reporter https://ift.tt/3pjUcmc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages