ମୁମ୍ବାଇ: ବଲିଉଡ୍ର ଟପ୍ ହିରୋଇନ କରୀନା କପୁର ଖାନଙ୍କୁ ନେଇ ସୋଶାଲ ମିଡ଼ିଆରେ ହଠାତ୍ ଉଠିଛି ଝଡ଼। ପୌରାଣିକ ପୃଷ୍ଠଭୂମିରେ ନିର୍ମାଣ ହେବାକୁ ଥିବା ଫିଲ୍ମ ‘ସୀତା’ରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ବୋଲି ଖବର ପ୍ରଚାର ହେବା ପରେ ଏହାକୁ ସହଜେ ହଜମ କରିପାରୁନାହାନ୍ତି ସିନେପ୍ରେମୀ। କରୀନା ଏହି ରୋଲ୍ ପାଇଁ ଯୋଗ୍ୟ ନୁହଁନ୍ତି ବୋଲି କହି ସୋଶାଲ ମିଡ଼ିଆରେ ଏବେ #BoycottKareenaKhan ଟ୍ରେଣ୍ଡ କରୁଛି।
କିଛି ଦିନ ପୂର୍ବେ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ଯେ କରୀନା ‘ସୀତା’ ଭୂମିକାରେ ଅଭିନୟ କରିବେ ଓ ଏଥିପାଇଁ ସେ ୧୨ କୋଟି ଡିମାଣ୍ଡ କରିଛନ୍ତି। ଏହି ଖବର ଆସିବା ପରେ ସୋଶାଲ ମିଡ଼ିଆ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ଏହି ରୋଲ୍ ପାଇଁ କରୀନା ଫିଟ୍ ନୁହନ୍ତି ବୋଲି କହି ତାଙ୍କୁ ବୟକଟ କରିବାକୁ ସୋଶାଲ୍ ମିଡିଆରେ ୟୁଜର୍ସ ଆହ୍ୱାନ ଦେଇଛନ୍ତି।
ୟୁଜର୍ସଙ୍କ ପ୍ରତିକ୍ରିୟା ଦେଖି ‘ବାହୁବଳୀ’ ଫେମ୍ ତଥା ’ସୀତା’ ଫିଲ୍ମର ରାଇଟର କେବି ବିଜେନ୍ଦ୍ର ପ୍ରସାଦ ଏକ ସାକ୍ଷାତକାରରେ ‘ସୀତା’ ଚରିତ୍ରରେ ଅଭିନୟ କରିବା ପାଇଁ କରୀନାଙ୍କୁ ଅଫର ଦିଆଯାଇନଥିବା କହିଛନ୍ତି। କିନ୍ତୁ ଏହା ସତ୍ତ୍ୱେ ୟୁଜର୍ସଙ୍କ ରାଗ ଶାନ୍ତ ହେବାର ନାଁ ଧରୁନି।
ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ଜୀବନରେ କେବେ ରାମାୟଣ ପଢ଼ି ନଥିବା ଅଭିନେତ୍ରୀ କିପରି ସୀତା ମାତାଙ୍କ ଭୂମିକାରେ ଅଭିନୟ କରିପାରିବେ।
ସୂଚନା ଅନୁଯାୟୀ, ‘ସୀତା’ ଫିଲ୍ମରେ ରାବଣ ଚରିତ୍ରରେ ଅଭିନୟ କରିବା ପାଇଁ ରଣବୀର ସିଂହଙ୍କୁ ଅଫର ଦିଆଯାଇଛି। କିନ୍ତୁ ସେ ଏପର୍ଯ୍ୟନ୍ତ ଗ୍ରୀନ୍ ସିଗ୍ନାଲ୍ ଦେଇନାହାନ୍ତି। କରୀନାଙ୍କ ବଦଳରେ ଏହି ଫିଲ୍ମର ଲିଡ୍ ରୋଲ୍ ପାଇଁ ଆଲିଆଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ହେଲେ ପ୍ରଯୋଜନା ସଂସ୍ଥା ତରଫରୁ ଆନୁଷ୍ଠାନିକ ଭାବେ କାହା ନାଁ ଘୋଷଣା କରାଯାଇ ନାହିଁ।
ୱାର୍କଫ୍ରଣ୍ଟ କଥା କହିଲେ, ସେ ଖୁବଶୀଘ୍ର ଆମୀରଙ୍କ ସହ ‘ଲାଲ ସିଂ ଚଡା’ରେ ନଜର ଆସିବେ। ଏହାବାଦ କରୀନାଙ୍କ ହାତରେ ‘ବିରେ ଦି ୱେଡିଙ୍ଗ -2’ ଓ ହଂସଲ ମେହେତାଙ୍କ ଏକ ଫିଲ୍ମ ଅଛି।
The post ହଠାତ୍ ଯୁଜର୍ସ କହିଲେ ବୟକଟ କରୀନା appeared first on Odisha Reporter.
from Odisha Reporter https://ift.tt/3zlUPQQ
No comments:
Post a Comment