ବାପାଙ୍କ ଶବ ସହ ୨ ଦିନ କାଟିଲେ ଦୁଇ ଶିଶୁ, ଭୋକ ଲାଗିବାରୁ ପଡ଼ୋଶୀଙ୍କୁ ଖାଇବା ମାଗିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 18, 2021

ବାପାଙ୍କ ଶବ ସହ ୨ ଦିନ କାଟିଲେ ଦୁଇ ଶିଶୁ, ଭୋକ ଲାଗିବାରୁ ପଡ଼ୋଶୀଙ୍କୁ ଖାଇବା ମାଗିଲେ

ବରେଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ବାପାଙ୍କ ମୃତ୍ୟୁ ଘଟିଥିଲେ ହେଁ ଶବ ପାଖରେ ତାଙ୍କର ଦୁଇ ପିଲା ୨ ଦିନ କାଟିଛନ୍ତି। ୨ ଦିନ କାଳ ଭୋକ ଉପାସରେ ରହିବା ପରେ ଦୁଇ ଶିଶୁ ପଡ଼ୋଶୀ ଘରକୁ ଖାଇବା ମାଗିବାକୁ ଯାଇଥିଲେ। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଛି। ଜଣେ ଶିଶୁର ବୟସ ୬ ବର୍ଷ ଓ ଆଉ ଜଣଙ୍କ ବୟସ ୪। ଉତ୍ତର ପ୍ରଦେଶର ବରେଲୀରେ ଏପରି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁସାରେ, ମୃତକ ଜଣଙ୍କ ହେଉଛନ୍ତି ୩୨ ବର୍ଷୀୟ ମନୋଜ ଦୟାଲ। ସେ ନୋଏଡାରେ କାମ କରନ୍ତି। ହେଲେ ଲକଡାଉନ ଯୋଗୁ ସେ ଘରେ ରହି ଅଧା ଦରମାରେ କାମ କରୁଥିଲେ। ପତ୍ନୀଙ୍କ ସହ ପାଟିତୁଣ୍ଡ ହେବାରୁ ସେ ଦୁଇ ପିଲାଙ୍କୁ ଛାଡ଼ି ନିଜ ବାପ ଘରେ ରହୁଥିଲେ।

ଘରେ କାମ କରୁଥିବା ବେଳେ ହଠାତ୍‌ ମନୋଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏକଥା ଦୁଇ ପିଲା କିନ୍ତୁ ବୁଝି ପାରି ନଥିଲେ। ବାପା ଝୁଲନ୍ତା ଅବସ୍ଥାରେ ଥିଲେ ମଧ୍ୟ ସେମାନେ ସେହି ଘରେ ରହିଥିଲେ। ବାପାଙ୍କୁ ବାରମ୍ବାର କଥା କହିବାକୁ ଡାକୁଥିଲେ ହେଁ ସେ କିଛି ବି କହୁ ନଥିଲେ।

ଏମିତି ଦୁଇ ଦିନ ବିତି ଯାଇଥିଲା। ଶେଷରେ ଦୁଇ ପିଲାଙ୍କୁ ଭୋକ ଲାଗିବାରୁ ସେମାନେ ପଡ଼ୋଶୀଙ୍କ ଘରକୁ ଖାଇବା ମାଗିବାକୁ ଯାଇଥିଲେ। ସେମାନେ କହିଥିଲେ ଯେ ବାପା ଆମ ସହ କଥା ହଉନାହାନ୍ତି। ଆମକୁ ଭୋକ ଲାଗିଲାଣି ଖାଇବାକୁ ଦିଅ। ଏହା ଶୁଣି ପଡ଼ୋଶୀମାନେ ଅଘଟଣର ଆଶଙ୍କା କରିଥିଲେ।

ସେମାନେ ତୁରନ୍ତ ଦୁଇ ପିଲାଙ୍କୁ ନେଇ ସେମାନଙ୍କ ଘରେ ପହଞ୍ଚିବା ପରେ ସେଠାକାର ଦୃଶ୍ୟ ଦେଖି ପୂରା ସ୍ତବ୍ଧ ହୋଇଯାଇଥିଲେ। ଘରର ଫ୍ୟାନରେ ମନୋଜଙ୍କ ଝୁଲନ୍ତା ମୃତଦେହ ଦେଖି ପଡ଼ୋଶୀ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା।

ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ମନୋଜ ପ୍ରାୟ ୨ ଦିନ ତଳେ ଆତ୍ମହତ୍ୟା କରିଛନ୍ତି। ୩ ଦିନ ବେଳକୁ ଏ ବିଷୟରେ ସମସ୍ତେ ଜାଣିବାକୁ ପାଇଛନ୍ତି। ଶବ ସହ ତାଙ୍କର ଦୁଇ ପିଲା ୨ ଦିନ ବିତାଇଥିବା ପୁଲିସ୍‌ କହିଛି। ତେବେ ମନୋଜ କାହିଁକି ଆତ୍ମହତ୍ୟା କଲେ ସେକଥା ଜଣାପଡ଼ିନି।

The post ବାପାଙ୍କ ଶବ ସହ ୨ ଦିନ କାଟିଲେ ଦୁଇ ଶିଶୁ, ଭୋକ ଲାଗିବାରୁ ପଡ଼ୋଶୀଙ୍କୁ ଖାଇବା ମାଗିଲେ appeared first on Odisha Reporter.



from Odisha Reporter https://ift.tt/35vHibK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages