ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ପ୍ରବେଶ କରିବା ବେଳେ କିଛି ନ୍ୟୁଜ ଚ୍ୟାନେଲ ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ତବଲିଗି ଜମାତ କାର୍ଯ୍ୟକ୍ରମକୁ ନେଇ ଆପତ୍ତିଜନକ ଖବର ପ୍ରସାରଣ କରିଥିଲେ। ଅତ୍ୟନ୍ତ ଏକପାଖିଆ ଓ ଜାଣିଶୁଣି ବିବାଦ ସୃଷ୍ଟି କରିବା ଭଳି ଖବର ପ୍ରସାରଣ କରିବା ୩ଟି ନ୍ୟୁଜ ଚ୍ୟାନେଲକୁ ମହଙ୍ଗା ପଡ଼ିଛି।
ଏଥିପାଇଁ ସେମାନଙ୍କ ଉପରେ ଏନବିଏସ୍ଏ ଫାଇନ ଲାଗୁ କରିଛି। ଦଣ୍ଡିତ ହୋଇଥିବା ୩ ନ୍ୟୁଜ ଚ୍ୟାନେଲ ମଧ୍ୟରେ ଗୋଟିଏ ଜାତୀୟ ଗଣମାଧ୍ୟମ ଓ ଦୁଇଟି ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ରହିଛନ୍ତି। ଜାତୀୟ ଗଣମାଧ୍ୟମର ନାଁ ଟାଇମ୍ସ ନାଓ। ସେହିପରି କନ୍ନଡ ଚ୍ୟାନେଲ ମଧ୍ୟ ଦଣ୍ଡିତ ହୋଇଛନ୍ତି।
ମୁସଲିମମାନଙ୍କୁ ଟାର୍ଗେଟ କରି ଏହି ୩ ଟିଭି ଚ୍ୟାନେଲ ଖବର ପ୍ରସାରଣ କରିଥିବାରୁ ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ କହୁଯାଇଛି। ସେହିପରି ଏହି ୩ ଚ୍ୟାନେଲ ମଧ୍ୟରୁ ଗୋଟିଏ ସଂସ୍ଥାକୁ ତା’ର ଟିଭି ଚ୍ୟାନେଲରେ ଦର୍ଶକଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
୨୦୨୦ ମାର୍ଚ୍ଚ ମାସରେ ଦେଶର ଏକାଧିକ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଆରମ୍ଭ ହୋଇଥିଲେ। ଏହି ସମୟରେ ତବଲିଗି ଜମାତ ଏକ ଧାର୍ମିକ କାର୍ଯ୍ୟକ୍ରମ ଦିଲ୍ଲୀରେ ଆୟୋଜନ କରିଥିଲା। ବିଦେଶରୁ ମଧ୍ୟ ଏଠାକୁ ଲୋକ ଆସିଥିଲେ। ତବଲିଗି ଜମାତର ନିଜାମୁଦ୍ଦିନ ମର୍କଜରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଦୋଷ ଲଦା କାମ ଆରମ୍ଭ ହୋଇଥିଲା।
ଟିଭି ଚ୍ୟାନେଲଗୁଡ଼ିକ ମୁସଲିମ ସଂପ୍ରଦାୟ ସଂକ୍ରମଣ ବୃଦ୍ଧି କରୁଛନ୍ତି ବୋଲି ମଧ୍ୟ ଖବର ପ୍ରସାରଣ କରିଥିଲେ। ଏନବିଏ କହିଛି, ୩ଟି ଯାକ ନ୍ୟୁଜ ଚ୍ୟାନେଲ ଯେଉଁଭଳି ଖବର ପ୍ରସାରଣ କରିଥିଲେ, ତାହା ଅତ୍ୟନ୍ତ ଆପତ୍ତିଜନକ ଥିଲା। କାର୍ଯ୍ୟକ୍ରମରେ ଯେଉଁଭଳି ଭାଷା, ସ୍ୱର ଓ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା, ତାହା ଆଦୌ ଗ୍ରହଣୀୟ ନୁହେଁ।
କୌଣସି ଧର୍ମର ଲୋକଙ୍କ ଭାବନାକୁ ବିଚାର ନ କରି ସବୁ ସୀମାକୁ ଉଲ୍ଲଙ୍ଘନ କରାଯାଇଥିଲା। ଦୁଇ ସଂପ୍ରଦାୟ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଏହା ଏକ ପ୍ରୟାସ ଭଳି ଅନୁଭବ ହେଉଥିଲା। ଏହି କାରଣରୁ ୩ ଟିଭି ନ୍ୟୁଜ ଚ୍ୟାନେଲକୁ ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି।
The post ତବଲିଗି ମାମଲା: ଆପତ୍ତିଜନକ ଖବର ପ୍ରସାରଣ କରିଥିବାରୁ ୩ ନ୍ୟୁଜ ଚ୍ୟାନେଲକୁ ଫାଇନ appeared first on Odisha Reporter.
from Odisha Reporter https://ift.tt/3zAGWhT
No comments:
Post a Comment