ଲଣ୍ଡନ: ସହକର୍ମୀଙ୍କୁ କିସ୍ କଲେ ସ୍ୱାସ୍ଥମନ୍ତ୍ରୀ । ବିବାଦ ବଢ଼ିବା ପରେ ଏବେ ସେ ହରଡଘଣାରେ ପଡିଛନ୍ତି। ଏପରିକି ତାଙ୍କ ମନ୍ତ୍ରୀ ପଦ ମଧ୍ୟ ଚାଲିଯାଇଛି। ତାଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ପଡିଛି।
ବ୍ରିନେଟର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ୍ ହାନକକ୍ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଇସ୍ତଫା ଦେଇଛନ୍ତି। ନିକଟରେ ସେ ନିଜର ଜଣେ ଘନିଷ୍ଟ ସହକର୍ମୀଙ୍କୁ କିସ୍ କରିବାର ଫଟୋ ଭାଇରାଲ ହୋଇଥିଲା। ଏହାପରେ ସେ କରୋନା ନିୟମ ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ଉଠିଥିଲା। ପରେ ଚାରିଆଡୁ ଚାପ ବଢ଼ିବାରେ ତାଙ୍କୁ ନିଜ ପଦବୀରୁ ଇସ୍ତଫା ଦେବାକୁ ପଡିଛି।
ସେପଟେ ବ୍ରିଟେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଚୁମ୍ବନ ଦେବା କଥାକୁ ନିଜେ ସ୍ୱିକାର କରିଛନ୍ତି। ଏନେଇ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଏକ ଚିଠି ଲେଖି କହିଛନ୍ତି ଯେ, ଯେଉଁମାନେ ଏହି ମହାମାରୀରେ ସବୁ କିଛି ହରାଇଛନ୍ତି, ସରକାର ସେମାନଙ୍କ ଋଣି। ଏଥିସହ ଘରୁ ବାହାରେ ଥିବା ବେଳେ ସାମାଜିକ ଦୂରତା ଓ ସରକାରୀ ନିୟମ ଉଲ୍ଲଙ୍ଘନ କରିଥିବାରୁ ମନ୍ତ୍ରୀ ଚିଠିରେ କ୍ଷମା ପ୍ରାର୍ଥନା କରିଛନ୍ତି।
ଏଥିସହ ଟୁଇଟରରେ ଏକ ଭିଡିଓ ସେଆର କରି ନିୟମ ଉଲ୍ଲଂଘନ ପାଇଁ ହାନକକ୍ ପୁନର୍ବାର କ୍ଷମା ମାଗିଛନ୍ତି। ପରିବାର ଏବଂ ପ୍ରିୟଜନଙ୍କୁ ଏପରି ପରିସ୍ଥିତିରେ ପକାଇଥିବାରୁ ସେ କ୍ଷମା ମାଗିଛନ୍ତି ଏବଂ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ନିରାଶ କରିଥିବାରୁ ସେ ଦୁଃଖିତ ବୋଲି କହିଛନ୍ତି ହାନକକ୍।
ଅନ୍ୟପଟେ ମ୍ୟାଟ୍ ହାନକକ୍ଙ୍କ ଇସ୍ତଫା ପରେ ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି।
— Matt Hancock (@MattHancock) June 26, 2021
I have resigned as Health Secretary pic.twitter.com/eyWi1AA19i
— Matt Hancock (@MattHancock) June 26, 2021
The post ସହକର୍ମୀଙ୍କୁ କିସ୍ କରିବା ପରେ ଚାଲିଗଲା ମନ୍ତ୍ରୀ ପଦ appeared first on Odisha Reporter.
from Odisha Reporter https://ift.tt/3vXuaHi
No comments:
Post a Comment