କରୋନା ନେଲା ଆଉ ୪୦ ଜୀବନ, ୪ ଜିଲ୍ଲାରୁ ୫ ଜଣ ଲେଖାଏଁ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 1, 2021

କରୋନା ନେଲା ଆଉ ୪୦ ଜୀବନ, ୪ ଜିଲ୍ଲାରୁ ୫ ଜଣ ଲେଖାଏଁ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୦ କରୋନା ଆକ୍ରାନ୍ତ ମୃତ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି।

ଅନୁଗୋଳ, କଟକ, କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଝାରସୁଗୁଡ଼ାରୁ ୪, ବୌଦ୍ଧ ଓ ରାୟଗଡ଼ାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।

ଦେବଗଡ଼, ସମ୍ବଲପୁର ଓ ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ୱର, ଢେଙ୍କନାଳ, ଯାଜପୁର ଓ ମାଲକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ଘଟିଛି।

ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଥିବା ବେଳେ କଟକରେ ୧୭୫, କଳାହାଣ୍ଡିରେ ୧୨୧ ଓ ଖୋର୍ଦ୍ଧାରେ ୪୭୬କୁ ବୃଦ୍ଧି ପାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ସଂଖ୍ୟା ୫୮କୁ ବୃଦ୍ଧି ପାଇଥିବା ବେଳେ ବୌଦ୍ଧରେ ୪୫, ରାୟଗଡ଼ାରେ ୧୧୨, ଦେବଗଡ଼ରେ ୧୭, ସମ୍ବଲପୁରରେ ୯୧ ଓ ନବରଙ୍ଗପୁର ଜିଲ୍ଲାରେ ୪୦ରେ ପହଞ୍ଚିଛି।

ସେହିପରି ବାଲେଶ୍ୱର ଜିଲ୍ଲାରେ ଏଯାବତ ୧୦୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଢେଙ୍କନାଳରେ ୩୭, ଯାଜପୁରରେ ୩୦ ଓ ମାଲକାନଗିରିରେ ୩୨ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୬୫୮ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୦୨ ଜଣ ଚିହ୍ନଟ ହୋଇଛନ୍ତି।

The post କରୋନା ନେଲା ଆଉ ୪୦ ଜୀବନ, ୪ ଜିଲ୍ଲାରୁ ୫ ଜଣ ଲେଖାଏଁ ମୃତ appeared first on Odisha Reporter.



from Odisha Reporter https://ift.tt/3pdpefJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages