ଜେନେଭା: କରୋନାର ଦ୍ୱିତୀୟ ଲହର ପଛରେ ଡେଲଟା। ଏହି ଡେଲଟା ପାଇଁ ଦେଶର କରୋନା ସଂକ୍ରମଣ ଅଧିକ ବ୍ୟାପିଛି। ଏହି ଡେଲଟାରୁ ମୋଟ୍ ତିନୋଟି ଷ୍ଟ୍ରେନ୍ ତିଆରି ହୋଇଥିଲା। ଏଥିମଧ୍ୟରୁ ଗୋଟିଏ ଷ୍ଟ୍ରେନ୍ ଚିନ୍ତାଜନକ ହୋଇଥିବା ବେଳେ ବାକି ଦୁଇଟି ଦୁର୍ବଳ ହୋଇଯାଇଛି। ଯାହାକି ଦେଶ ପାଇଁ ଆଶ୍ୱସ୍ତିକର ଖବର। ତେଣୁ ଡେଲଟା ଭେରିଆଣ୍ଟର ଏହି ଗୋଟିଏ ଭେରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚିନ୍ତିତ। ଡେଲଟାର ସାଇଣ୍ଟିଫିକ ନମେନକ୍ଲେଚର ହେଉଛି B.1.617 । କରୋନାର ଏହି ଭେରିଆଣ୍ଟ ଭାରତରୁ ଉତ୍ପନ୍ନ ହୋଇଛି। ଏହାକୁ WHO ଡେଲଟା ବୋଲି ନାମକରଣ କରିଛି। ଏହା ଟ୍ରିପିଲ୍ ମ୍ୟୁଟାଣ୍ଟ ଭେରିଆଣ୍ଟ ଅଟେ କାରଣ ଏହା ତିନୋଟି ବଂଶରେ ବିଭକ୍ତ।
ଗତ ମାସରେ, WHO ଏହି ପ୍ରକାରର ସମଗ୍ର ଷ୍ଟ୍ରେନକୁ ନେଇ ଚିନ୍ତା ପ୍ରକଟ କରିଥିଲା। ଡେଲଟା ଭେରିଆଣ୍ଟର ସଂକ୍ରମଣ ଅନେକ ଦେଶରେ ଦ୍ରୁତ ଗତିରେ ବ୍ୟାପିଛି। ତେଣୁ ଏହା ଉପରେ ନଜର ରଖାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା। ଆଗକୁ ଏହା ଉପରେ ଅଧିକ ଅଧ୍ୟୟନ କରାଯିବ ବୋଲି କହିଥିଲା WHO। କିନ୍ତୁ ମଙ୍ଗଳବାର WHO କହିଛି ଏହା କେବଳ ଗୋଟିଏ ସବଲିନେଜ। ଅର୍ଥାତ୍ ତିନୋଟି ଷ୍ଟ୍ରେନ୍ ମଧ୍ୟରୁ କେବଳ ଗୋଟିଏ ଚିନ୍ତାର ବିଷୟ।
କରୋନା ମହାମାରୀ ଉପରେ ସାପ୍ତାହିକ ପ୍ରେସ କନଫରେନସ ବେଳେ WHO କହିଛି ଯେ ଏହା ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ B.1.617.2 ଭେରିଆଣ୍ଟ ପାଇଁ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି। ହେଲେ ଅନ୍ୟାନ୍ୟ ଭେରିଆଣ୍ଟ ଦୁର୍ବଳ ହୋଇଯାଇଛି। ଯଦିଓ ସଂକ୍ରମିତଙ୍କ ସଂଖ୍ୟା କମିଛି ହେଲେ B.1.617.2 ଭେରିଆଣ୍ଟ ଏବେ ଚିନ୍ତାର ବିଷୟ। ଏଥିରୁ ସୃଷ୍ଟି ହୋଇଥିବା ତିନି ଅନ୍ୟାନ୍ୟ ଭେରିଆଣ୍ଟ କରୋନାର ମୂଳ ଷ୍ଟ୍ରେନଠୁ ଅଧିକ ମାରାତ୍ମକ। କାରଣ ଏହି ଭେରିଆଣ୍ଟରେ ସଂକ୍ରମଣ ଅଧିକ ବ୍ୟାପିଥାଏ। ଆଉ ବିପଜ୍ଜନକ ରହିଥାଏ। କରୋନା ଟିକା ଆଗରେ ମଧ୍ୟ ଏହି ଭେରିଆଣ୍ଟ କାଟୁ କରିବନି ବୋଲି WHO କହିଛି।
ସୂଚନାଯୋଗ୍ୟ, ଭାରତରେ ଦେଖାଦେଇଥିବା କରୋନାର ମ୍ୟୁଟାଣ୍ଟ B.1.617.2କୁ ଭାରତ ଭେରିଆଣ୍ଟକୁ WHO ‘ଡେଲଟା’ ରଖିଛି। ଏହା ପୂର୍ବରୁ ଇଂଲଣ୍ଡରେ ଦେଖା ଦେଇଥିବା କରୋନା ଷ୍ଟ୍ରେନର ନାଁ ‘କାପା’ ରଖାଯାଇଛି । ସେହିପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନର ନାଁ ‘ବିଟା’ ଓ ବ୍ରାଜିଲ ଷ୍ଟ୍ରେନର ନାଁ ‘ଗାମା’ ରଖାଯାଇଛି । ଏଥିସହ ବିଶ୍ୱର ଅନ୍ୟାନ୍ୟ ଭାଗରେ ଦେଖାଯାଇଥିବା କରୋନାର ଅନ୍ୟ ଭାରିଏଣ୍ଟର ମଧ୍ୟ ନାମକରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
The post ଡେଲଟାର ଗୋଟିଏ ଷ୍ଟ୍ରେନ୍ ଏବେ ଚିନ୍ତାର ବିଷୟ: WHO appeared first on Odisha Reporter.
from Odisha Reporter https://ift.tt/3fEFXFt
No comments:
Post a Comment