ଲକଡାଉନରେ ବେକାର ହେଲେ ‘ହନୁମାନ୍’! ବିକି ଦେଲେ ବାଇକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 9, 2021

ଲକଡାଉନରେ ବେକାର ହେଲେ ‘ହନୁମାନ୍’! ବିକି ଦେଲେ ବାଇକ୍

ମୁମ୍ବାଇ: କରୋନା ମହାମାରୀ ଲୋକଙ୍କୁ ନାହିଁ ନଥିବା ଦୁଃଖ ଦେଇଛି। ଲକଡାଉନ୍ ଯୋଗୁ ଲୋକଙ୍କର ଚାକିରି ଚାଲିଗଲା, ଯେଉଁକାରଣରୁ ଅନେକେ ଏବେ ବେକାର ହୋଇଯାଇଛନ୍ତି। ଲକଡାଉନ୍ ଯୋଗୁ ଟିଭି ଇଣ୍ଡଷ୍ଟ୍ରୀ ମଧ୍ୟ ଖୁବ୍ ପ୍ରଭାବିତ ହୋଇଛି। ଟିଭି ସିରିଏଲର ଶୁଟିଂ ମଧ୍ୟ ଲକଡାଉନ୍ କାରଣରୁ ବନ୍ଦ ରହିଛି ଏବଂ ଅନେକ କଳାକାରଙ୍କ ହାତ ଖାଲି ହୋଇଯାଇଛି। ଟିଭି ସିରିଏଲ୍ ‘ହନୁମାନ’ରେ ମୁଖ୍ୟ ଭୁମିକା ତୁଲାଉଥିବା ନିର୍ଭୟ ୱାଦୱା ଗତ ଦେଢ଼ ବର୍ଷ ଧରି ବେକାର ଅଛନ୍ତି। ଲକଡାଉନରେ କୌଣସି କାମ ନମିଳିବାରୁ ତାଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଛି। ନିଜ ଜୀବିକା ମେଣ୍ଟାଇବା ପାଇଁ ଏହି ଅଭିନେତା ଜଣକ ନିଜ ପସନ୍ଦର ସୁପର୍ ବାଇକକୁ ବିକି ଦେଇଛନ୍ତି।

ଟିଭିର ‘ହନୁମାନ’ ନିର୍ଭୟ ୱାଦୱା ନିଜର ଏହି କଠିନ ସମୟ କଥା କହିଛନ୍ତି। ଟାଇମ୍ସ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ପାଖାପାଖି ଦେଢ଼ ବର୍ଷ ଧରି ଘରେ ବସିବା କାରଣରୁ ସ୍ଥିତି ଅଧିକ ଖରାପ ହେବାରେ ଲାଗିଲା ଏବଂ ଏହି ଲକଡାଉନ୍ କାରଣରୁ ମୋର ସବୁ ସଞ୍ଚୟ ମଧ୍ୟ ଶେଷ ହୋଇଗଲା। କିଛି କାମ ନଥିଲା। ଲାଇଭ୍ ଶୋ’ ମଧ୍ୟ ହେଉନଥିଲା। କିଛି ପେମେଣ୍ଟ ବାକି ଥିଲା, ତାହା ମଧ୍ୟ ମିଳିନାହିଁ।

ସେ କଥାବାର୍ତ୍ତା ବେଳେ ଆହୁରି କହିଛନ୍ତି ଯେ ତାଙ୍କୁ ଆଡଭେଞ୍ଚର୍ ବହୁତ ପସନ୍ଦ। ଏଥିପାଇଁ ତାଙ୍କ ପାଖରେ ଏକ ସୁପର୍ ବାଇକ୍ ଅଛି। ସେ କହିଛନ୍ତି, ବାଇକଟି ତାଙ୍କ ଜନ୍ମସ୍ଥାନ ଜୟପୁରରେ ଥିଲା। ଖର୍ଚ୍ଚ ଉଠାଇବା ପାଇଁ ସେ ନିଜର ପସନ୍ଦର ଏହି ବାଇକକୁ ବିକିବାକୁ ନିଷ୍ପତ୍ତି ନେଲି। ମୋ ପାଇଁ ବାଇକ୍ ବିକିକା ସହଜ ନଥିଲା, କାରଣ ଏହା ବହୁତ ମହଙ୍ଗା ଥିଲା।

ନିର୍ଭୟ କହିଛନ୍ତି ଯେ ସେ ନିଜ ବାଇକକୁ ୨୨ ଲକ୍ଷ ଟଙ୍କାରେ କିଣିଥିଲେ। ଏଥିପାଇଁ ବାଇକ୍ କ୍ରେତା ମିଳିବା କଷ୍ଟକର ହୋଇପଡ଼ିଥିଲା। ଶେଷରେ କମ୍ପାନୀକୁ ହିଁ ସାଢ଼େ ୯ ଲକ୍ଷ ଟଙ୍କାରେ ବାଇକକୁ ବିକି ଦେଲି। ଏହି ବାଇକ୍ ସହ ନିର୍ଭୟଙ୍କର ଅନେକ ସ୍ମୃତି ଯୋଡ଼ି ହୋଇଥିଲା। ବର୍ତ୍ତମାନ ନିର୍ଭୟ ବିଘ୍ନହର୍ତ୍ତା ଗଣେଶରେ ହନୁମାନ ଜୀ’ଙ୍କର ଭୂମିକାରେ ନଜର ଆସୁଛନ୍ତି।

ସେ କହିଛନ୍ତି, ବର୍ତ୍ତମାନ ସମୟରେ ଅନେକ ଲୋକ କଠିନ ସମୟ ଦେଇ ଗତି କରୁଛନ୍ତି। କିନ୍ତୁ ମୁଁ କେବେବି ଆଶା ହରାଇ ନାହିଁ ଏବଂ କର୍ମ ଉପରେ ବିଶ୍ୱାସ ରଖିଛି। ଶୀଘ୍ର ଜବଜୀବନ ସ୍ୱାଭାବିକ ହୋଇଯିବ। ମୁଁ ନିଜ କାମ କରୁଛି ଏବଂ ଶୀଘ୍ର ଆଉଏକ ବାଇକ୍ କିଣିବା ସ୍ଥିତିକୁ ଆସିବି।

The post ଲକଡାଉନରେ ବେକାର ହେଲେ ‘ହନୁମାନ୍’! ବିକି ଦେଲେ ବାଇକ୍ appeared first on Odisha Reporter.



from Odisha Reporter https://ift.tt/3cuWTMB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages