ନାଗୀନ୍‌-୩ ଫେମ୍ ଅଭିନେତା ପର୍ଲ ଭି ପୁରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 4, 2021

ନାଗୀନ୍‌-୩ ଫେମ୍ ଅଭିନେତା ପର୍ଲ ଭି ପୁରୀ ଗିରଫ

ମୁମ୍ବାଇ: ହରଡ଼ଘଣାରେ ନାଗୀନ୍‌-୩ ଫେମ ଅଭିନେତା । ଫସିଲେ ଲୋକପ୍ରିୟ ଟେଲିଭିଜନ ଷ୍ଟାର ପର୍ଲ ଭି ପୁରୀ । ମୁମ୍ବାଇର ମଲାଡ ସ୍ଥିତ ମଲୱାନୀ ପୁଲିସ ତାଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଅଭିନେତା ପର୍ଲଙ୍କ ସମେତ ପୁଲିସ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି । ଏହି ୬ ଜଣଙ୍କ ନାଁରେ ପୀଡିତା ଜଣଙ୍କ ଦୁୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ପୁଲିସ ପୀଡିତାଙ୍କ ବୟାନ ରେକର୍ଡ ମଧ୍ୟ କରିଛି ।

ସୂଚନା ଯୋଗ୍ୟ ଯେ ପର୍ଲ ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁନ୍ତି । କିଛି ଦିନ ପୂର୍ବେ ଟେଲି ଅଭିନେତ୍ରୀ କରିଶ୍ମା ତନ୍ନାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଶୁଣିବାକୁ ମିଳିଥିଲା । ଦୁହେଁ ବହୁ ସମୟ ଧରି ରିଲସେନରେ ଥିଲେ କିନ୍ତୁ ପରେ ଦୁହେଁ ଅଲଗା ହୋଇଯାଇଥିଲେ ।

ପର୍ଲ ନାଗୀନ-୩ ବ୍ୟତୀତ ଅନ୍ୟ ଟିଭି ପ୍ରୋଜେକ୍ଟରେ ମଧ୍ୟ କାମ କରିଛନ୍ତି । ସେ ଦିଲ୍‌କି ନଜର ସେ ଖୁବସୁରତ, ଫିର୍ ଭି ନା ମାନା ବଦତମିଜ ଦିଲ୍‌, ମେରି ଶାଶୁ ମା’, ନାଗାର୍ଜୁନ ଏକ ଯୋଦ୍ଧା, ବେପନାହା ପ୍ୟାର ଏବଂ ବ୍ରହ୍ମରାକ୍ଷସ-୨ ଭଳି ଲୋକପ୍ରିୟ ଟିଭି ସିରିଏଲରେ ପର୍ଲ କାମ କରିସାରିଛନ୍ତି ।

The post ନାଗୀନ୍‌-୩ ଫେମ୍ ଅଭିନେତା ପର୍ଲ ଭି ପୁରୀ ଗିରଫ appeared first on Odisha Reporter.



from Odisha Reporter https://ift.tt/3ppbTkr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages