ଟିକା ଦୁର୍ନୀତିରେ ଫସିଲା କଂଗ୍ରେସ ସରକାର, ରାହୁଲ ଗାନ୍ଧୀ ନିରବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 4, 2021

ଟିକା ଦୁର୍ନୀତିରେ ଫସିଲା କଂଗ୍ରେସ ସରକାର, ରାହୁଲ ଗାନ୍ଧୀ ନିରବ

ନୂଆଦିଲ୍ଲୀ: ଟିକାକରଣରେ ତ୍ରୁଟି ରହିଛି। କେନ୍ଦ୍ରର ମୋଦି ସରକାର ଟିକାକରଣ ପରିଚଳନା ନିଜ ମନଇଚ୍ଛା କରୁଛନ୍ତି। କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଏଭଳି ଟ୍ୱିଟ୍ କରି ପ୍ରତିଦିନ କେନ୍ଦ୍ର ବିରୋଧରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ଏବେ କିନ୍ତୁ ନିଜ ଦଳର ସରକାର ଟିକା ପରିଚାଳନକୁ ନେଇ ଦୁର୍ନୀତି ଅଭିଯୋଗରେ ଫସିଯାଇଛି। ଏହାକୁ ନେଇ ମୌକା ଅପେକ୍ଷାରେ ଥିବା ବିଜେପି ଏବେ ଅମରିନ୍ଦର ଏବଂ ରାହୁଲ୍ ଗାନ୍ଧୀଙ୍କୁ ସିଧାସିଧା ଟାର୍ଗେଟ କରିବା ସହିତ ଷଣ୍ଢୁଆଶୀ ଆକ୍ରମଣ କରିଛନ୍ତି।

ପଞ୍ଜାବରେ କ୍ୟାପଟେନ ଅମରିନ୍ଦର ସିଂହ ନେତୃତ୍ୱାଧୀନ ସରକାର ଟିକାକରଣ ଜରିଆରେ ଆର୍ଥିକ ଫାଇଦା ନେବାକୁ ଯାଇ ୪୦୦ ଟଙ୍କାର ଟିକାକୁ ହାଜରେ ଟଙ୍କାରେ ଘରୋଇ ହସ୍ପିଟାଲକୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୌକା ଅପେକ୍ଷାରେ ଥିବା ବିଜେପି ଏବେ ଅମରିନ୍ଦର ଏବଂ ରାହୁଲ୍ ଗାନ୍ଧୀଙ୍କୁ ସିଧାସିଧା ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କିନ୍ତୁ ଏ ପ୍ରସଙ୍ଗରେ ନିରବ ରହିଛନ୍ତି। ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଉଭୟ ବିଜେପି ଓ ଆମ ଆଦମୀ ପାର୍ଟି ଏହାକୁ ପ୍ରସଙ୍ଗ କରି ଅମରିନ୍ଦର ସିଂହ ସରକାରକୁ କାଠଗଡ଼ାରେ ଛିଡ଼ା କରିଛନ୍ତି।

ଆମ୍ ଆଦମୀ ପାର୍ଟିର ନେତା ରାଘବ ଚନ୍ଦ୍ର ପ୍ରେସ କନଫରେନସ କରି କହିଛନ୍ତି, ରାଜ୍ୟରେ କଂଗ୍ରେସ ସରକାର ବିପର୍ଯ୍ୟୟ ବେଳେ ଆର୍ଥିକ ଫାଇଦା ପାଇଁ ଦୁର୍ନୀତିକୁ ମୁଖ୍ୟ ଅସ୍ତ୍ର କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ଦୁର୍ନୀତି। ରାଜ୍ୟ କୋଟାରେ ଟିକା ଆଣି ଘରୋଇ ହସ୍ପିଟାଲକୁ ଟିକା ବିକ୍ରି କରିବା ବେଆଇନ୍ ବୋଲି ସେ କହିଛନ୍ତି।

ପଞ୍ଜାବ ସରକାର ରାଜ୍ୟ କୋଟରେ ଟିକା କମ୍ପାନୀ ପାଖରୁ ୪୦୦ ଟଙ୍କାରେ ଟିକା ଆଣି ଘରୋଇ ହସ୍ପିଟାଲକୁ ୧୦୬୦ ଟଙ୍କାରେ ପ୍ରତି ଡୋଜ ବିକ୍ରି କରିଥିବା ଜଣାପଡ଼ିଛି। ସୋଶାଲ ମିଡିଆରେ ଏହାକୁ ନେଇ #CaptainKaVaccineGhotala ଟ୍ରେଣ୍ଡ କରିବା ଆରମ୍ଭ କରିଛି।

ସେହିପରି ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏହାକୁ ନେଇ ରାହୁଲ୍ ଗାନ୍ଧୀ ଓ ଅମରିନ୍ଦର ସିଂହ ସରକାରକୁ ଟାର୍ଗେଟ କରିଛି। ରାହୁଲ ଗାନ୍ଧୀ ଅନ୍ୟମାନଙ୍କୁ କରୋନା ପରିଚାଳନା ଉପରେ ଜ୍ଞାନ ବାଣ୍ଟିବା ପରିବର୍ତ୍ତେ ପ୍ରଥମେ ପଞ୍ଜାବ ଲୋକ କିଭଳି ଟିକା ପାଇବେ ଏବଂ ବେଆଇନ୍ କାମକୁ ରୋକି ହେବ ସେ ବାବଦରେ ବୁଝିବା ଦରକାର ବୋଲି ସେ କହିଛନ୍ତି।

ଟିକାକରଣକୁ ନେଇ ବିରୋଧୀ ଏବେ ଷଣ୍ଡୁଆଶୀ ଆକ୍ରମଣ କରିବା ପରେ ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବଲବିର ସିଂହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘରୋଇ ହସ୍ପିଟାଲ ପାଖରୁ ସମସ୍ତ ଟିକା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ଟିକା ଦୁର୍ନୀତିରେ ଫସିଲା କଂଗ୍ରେସ ସରକାର, ରାହୁଲ ଗାନ୍ଧୀ ନିରବ appeared first on Odisha Reporter.



from Odisha Reporter https://ift.tt/2Ro0VPw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages