ଡେଲଟା ପ୍ଲସ ଭାରିଆଣ୍ଟ ଫୁସଫୁସକୁ ଅଧିକ ସଂକ୍ରମଣ କରୁଛି: ଏନଟିଏଜିଆଇ ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 27, 2021

ଡେଲଟା ପ୍ଲସ ଭାରିଆଣ୍ଟ ଫୁସଫୁସକୁ ଅଧିକ ସଂକ୍ରମଣ କରୁଛି: ଏନଟିଏଜିଆଇ ମୁଖ୍ୟ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଡେଲଟା ଭାରିଆଣ୍ଟ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏଯାବତ ୫୧ରୁ ଅଧିକ ଏହି ଭାରିଆଣ୍ଟରେ ସଂକ୍ରମଣ ହୋଇଛନ୍ତି। ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ ରହିଛନ୍ତି। ଏହାରି ଭିତରେ କୋଭିଡ ବାବଦରେ ଗବେଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ନ୍ୟାସନାଲ ଟେକ୍ନିକାଲ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନିଜେସନର ମୁଖ୍ୟ ଡାକ୍ତର ଏନକେ ଆରୋରା କହିଛନ୍ତି ଏହି ଡେଲଟା ପ୍ଲସ ଭାରିଆଣ୍ଟ ମଣିଷର ଫୁସଫୁସକୁ ଅଧିକ ସଂକ୍ରମଣ କରୁଛି। କୋଭିଡର ଅନ୍ୟ ମ୍ୟୁଟାଣ୍ଟ ତୁଳନାରେ ଏହି ଡେଲଟା ପ୍ଲସ ଭାରିଆଣ୍ଟ ଫୁସଫୁସରେ ଥିବା ମ୍ୟୁକୋସାଲ ଲିନିଂକୁ ଅଧିକ ସଂକ୍ରମଣ କରୁଛି।

ସେ କହିଛନ୍ତି, ଯଦିଓ ଏହା ଫୁସଫୁସରେ ଥିବା ମ୍ୟୁକୋସାଲ ଲିନିଂକୁ ସଂକ୍ରମଣ କରୁଛି କିନ୍ତୁ ଏହା କେତେ ମାରାତ୍ମକ ବା ଏହା କେତେ ମାତ୍ରାରେ ଜଣଙ୍କୁ ପ୍ରଭାବିତ କରିବ, ଅନ୍ୟ ଜଣଙ୍କୁ ସଂକ୍ରମଣ କରିପାରିବ ସେ ବାବଦରେ ଏବେ କିଛି କହିହେବନି। ଖବର ସରବରାହ ସଂସ୍ଥା ପିଟିଆଇକୁ ପ୍ରତିକ୍ରିୟା ଦେଇ ସେ କିନ୍ତୁ ସ୍ପଷ୍ଟ କରିଛନ୍ତି ଯଦି ଜଣେ ଟିକାର ଗୋଟିଏ ଡୋଜ କିମ୍ୱା ଦୁଇଟି ଯାକ ନେଇଥିବେ ସେମାନଙ୍କ ପାଖରେ ଏହି ସଂକ୍ରମଣ ଏତେଟା ଗୁରୁତର ହେବନି। ଏମିତିକି ଏହି ଡେଲଟା ପ୍ଲସ ଜଣଙ୍କୁ ସଂକ୍ରମିତ ହୋଇଥିଲେ ବି ତାଙ୍କ ପାଖରେ କୌଣସି ଲକ୍ଷଣ ଦେଖିବାକୁ ନମିଳିପାରେ।

ଏହି ଭାରିଆଣ୍ଟ ବାବଦରେ ଅଧିକରୁ ଅଧିକ ଆଗାମୀ ଦିନରେ ଗବେଷଣା କରିବାର ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। କିନ୍ତୁ ଜେନମ ସିକ୍ୱେନ୍ସର ଧାରା ଅବ୍ୟାହତ ରହିଥିବାରୁ ଠିକ୍ ସମୟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇପାରିଛି। କହିବାକୁ ଗଲେ ବହୁ ପୂର୍ବରୁ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି। ତେଣୁ ସମସ୍ତେ ସତର୍କ ହୋଇପାରିଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ସାରା ଦେଶରେ ୪ ଜଣ ଡେଲଟା ପ୍ଲସ ଭାରିଆଣ୍ଟରେ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରୁ ରହିଛନ୍ତି। ଏହି ସଂକ୍ରମଣରେ ପ୍ରଥମ ମୃତ୍ୟୁ ମଧ୍ୟପ୍ରଦେଶର ଉଜ୍ଜୈନରୁ ହୋଇଛି। ଏହାପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ସ୍ଥଳରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରକୁ ପରାମର୍ଶ ଦେଇଛନ୍ତି।

The post ଡେଲଟା ପ୍ଲସ ଭାରିଆଣ୍ଟ ଫୁସଫୁସକୁ ଅଧିକ ସଂକ୍ରମଣ କରୁଛି: ଏନଟିଏଜିଆଇ ମୁଖ୍ୟ appeared first on Odisha Reporter.



from Odisha Reporter https://ift.tt/35Xgrp7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages